ରାଜ୍ୟରେ ବାପୁଙ୍କର ପ୍ରଥମ ମନ୍ଦିର : ସମ୍ବଲପୁର ରେଢାଖୋଲରେ ପୂଜା ପାଉଛନ୍ତି ମହାତ୍ମା ଗାନ୍ଧି

131

କନକ ବ୍ୟୁରୋ : ଓଡିଶାରେ ସମ୍ବଲପୁର ଜିଲ୍ଲାର ରେଢାଖୋଲରେ ରହିଛି ଗାନ୍ଧି ମନ୍ଦିର । ଏହା ହେଉଛି ରାଜ୍ୟରେ ବାପୁଙ୍କର ପ୍ରଥମ ମନ୍ଦିର । ରେଢାଖୋଲର ତକ୍ରାଳୀନ ବିଧାୟକ ଅଭିମନ୍ୟୁ କୁମ୍ଭାର ୧୯୭୨ ମସିହାରେ ଏହି ଗାନ୍ଧି ମନ୍ଦିରକୁ ନିର୍ମାଣ କରିଥିଲେ । ୧୯୭୪ ମସିହାରେ ଏହି ମନ୍ଦିରକୁ ଉଦଘାଟନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ।

ପ୍ରତ୍ୟକ ବର୍ଷ ଗାନ୍ଧି ଜୟନ୍ତୀ ଅବସରରେ ଏହି ମନ୍ଦିରକୁ ଅନେକ ଲୋକ ଆସି ବାପୁଙ୍କ ଦର୍ଶନ କରିଥାନ୍ତି । ଚଳିତ ବର୍ଷ କରୋନା କଟକଣା କାରଣରୁ ମନ୍ଦିର ଖୋଲା ହୋଇ ପୂଜା ହେଉଛି କିନ୍ତୁ ସାଧାରଣ ଲୋକଙ୍କୁ ଦର୍ଶନ ପାଇଁ ଛଡା ଯାଉନାହିଁ ।