କନକ ବ୍ୟୁରୋ: ବାପୁଜୀ ନଗର ମାର୍କେଟ ସିଲ । ଲକଡାଉନ ଗାଇଡଲାଇନ୍ସ ଅନୁପାଳନ କରୁନଥିବା ଅଭିଯୋଗରେ ଭୁବନେଶ୍ୱର ବାପୁଜୀନଗର ମାର୍କେଟକୁ ସିଲ କଲା ବିଏମସି । ଦୋକାନୀମାନେ ଆଇନ ନମାନିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ କେତେ ଦିନ ସିଲ ରହିବ ସେନେଇ ପରେ ବିଏମସି ପକ୍ଷରୁ ସୂଚନା ଦିଆଯିବ ବୋଲି ଜଣା ପଡିଛି ।
ଜରୁରୀ ସାମଗ୍ରୀ ଦୋକାନ ଛାଡି ଅନ୍ୟ ସମସ୍ତ ଦୋକାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ ହେଲା ବାପୁଜୀ ନଗର ମାର୍କେଟ । ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ ଓ ବିଏମସିର ଅନୁମତି ନ ନେଇ ଦୋକାନ ଖୋଲିବାରୁ ବାପୁଜୀ ନଗର ମାର୍କେଟକୁ ସିଲ୍ କରାଯାଇଛି। ବିଏମ୍ସି ଜୋନାଲ ଡେପୁଟି କମିସନର ଅଂଶୁମାନ ରଥଙ୍କ ସୂଚନା ଅନୁଯାୟୀ, ଏହି ସମୟରେ କେବଳ ଜରୁରୀ ସାମଗ୍ରୀ ଦୋକାନ ଖୋଲା ରହିବ। ଅନ୍ୟ ସବୁ ଦୋକାନ ବନ୍ଦ ରହିବ। ସାମାଜିକ ଦୂରତ୍ୱ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ବାପୁଜୀ ନଗର ମାର୍କେଟକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସିଲ୍ କରାଯାଇଥିବା ଜଣାଯାଇଛି।
Follow Us