କନକ ବ୍ୟୁରୋ : ବାପି ଲାହିରି ଚାଲିଯିବା ବଲିଉଡ ସଙ୍ଗୀତ ଜଗତ ପାଇଁ ଏକ ବଡ କ୍ଷତି । କିଛି ଦିନ ପୂର୍ବରୁ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରିଙ୍କ ଦେହାନ୍ତ ସାରା ବଲିଉଡକୁ ଶୋକରେ ବୁଡାଇଦେଇଛି । ବାପି ଲାହିରିଙ୍କର ଡିସ୍କୋ ଡାନ୍ସର ଗୀତ ଆଜି ବି ଲୋକଙ୍କ ମନରେ ଛପି ରହିଛି । ତେବେ ଜାଣିଛନ୍ତି କି, ବାପି ଲାହିରିଙ୍କୁ ସଂଗୀତ କଳା ତାଙ୍କୁ ଉତ୍ତରାଧିକତ୍ୱ ସୂତ୍ରରୁ ମିଳିଥିଲା । ଅର୍ଥାତ୍ ବାପି ଦା’ଙ୍କ ବାପା ଜଣେ ପପୁଲାକ ବଙ୍ଗାଳି ସଂଙ୍ଗିତଜ୍ଞ ଥିଲେ । ତାଙ୍କ ମାଆ ମଧ୍ୟ ଜଣେ ସଂଗୀତଜ୍ଞ ଥିଲେ । ପିଲାଟି ଦିନରୁ ବାପି ଦା’ ପିତା ମାତାଙ୍କଠୁ ସଂଗୀତ ଶିକ୍ଷା ନେଇଥିଲେ ।
ଭାରତର ବିଶିଷ୍ଟ ପ୍ଲେବ୍ୟାକ୍ ସିଂଗର କିଶୋର କୁମାରଙ୍କ ସହ ବି ବାପି ଲାହିରିଙ୍କ ଭଲ ସମ୍ପର୍କ ରହିଥିଲା । କିଶୋର କୁମାର ବାପି ଦା’ଙ୍କ ସମ୍ପର୍କିୟ ଥିଲେ । କୁହାଯାଏ, ମ୍ୟୁଜିକ୍ ଦୁନିଆପେ ବାପି ଦା’ଙ୍କ ସଫଳତା ପଛରେ କିଶୋର କୁମାରଙ୍କ ବଡ ଭୂମୀକା ରହିଛି । ୧୯୭୭ ମସିହାରେ ବାପି ଲାହିରି ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ରହିଛନ୍ତି, ଆଉ ଦୁଇଜଣ ଯାକ ସଂଗୀତ ସହ ଜଡିତ । ତାଙ୍କ ପୁଅ ଜଣେ ଫେମସ ମ୍ୟୁଜିକ୍ ଡାଇରକ୍ଟର ହୋଇଥିବା ବେଳେ ଝିଅ ଜଣେ ପପୁଲାର ମ୍ୟୁଜିସିଆନ୍ । ସଂଗୀତ ଦୁନିଆର ଆନ-ବାନ୍-ସାନ୍ କୁହାଯାଉଥିବା ବାପି ଲାହିରିଙ୍କ ପରିବାରରେ ମ୍ୟୁଜିକ୍ ପ୍ରେମ ଏତିକିରେ ଶେଷ ହୋଇଯାଇନାହିଁ । ବାପି ଦା’ଙ୍କ ନାତି ସ୍ୱସ୍ତିକ୍ ବଂଶଲ ବି ଜଣେ ବିଶିଷ୍ଟ ର୍ୟାପର । ତାଙ୍କୁ ଫ୍ୟାନ୍ସ ରେଗୋ-ବି ନାମରେ ଜାଣନ୍ତି । ରେଗୋ-ବି ମାତ୍ର ୧୨ ବର୍ଷର କିନ୍ତୁ ଛୋଟ ବୟସରେ ବି ସେ ଜଣେ ରକ ଷ୍ଟାର ପାଲଟିଯାଇଛନ୍ତି । ଗତ କିଛି ଦିନ ପୂର୍ବରୁ ରେଗୋ-ବିଙ୍କର ଏକ ଗୀତ ‘ବଚ୍ଚା ପାର୍ଟି’ ରିଲିଜ୍ ହୋଇଥିଲା । ଏହି ଗୀତ ବେଶ୍ ପପୁଲାର ହୋଇଛି । ସଂଗୀତ ଦୁନିଆରେ ବାପି ଲାହିରି ଏପରି ଛାପ ଛାଡିଯାଇଛନ୍ତି ଯାହାକୁ ଆଜିବି ଝୁରୁଛନ୍ତି ପ୍ରସଂସକ ।
ବାପି ଦା’ କେବଳ ହିନ୍ଦୀ ଗୀତ ନୁହେଁ ଏକାଧିକ ଭାଷାରେ ଗୀତ ଗାଇ ସଙ୍ଗୀତ ଜଗତରେ ନିଜର ସ୍ୱତନ୍ତ୍ର ଛାପ ଛାଡିଛନ୍ତି ବାପି ଲାହିରି । ଓଡିଆ ଭାଷାରେ ବି ଗୀତ ଗାଇଛନ୍ତି ବାପି ଦା’ । ଓଡିଆ ଭାଷାରେ ଇଷ୍ଟନ ମିଡିଓ ଇଂଟରଟେନମେଣ୍ଟ ପ୍ରଯୋଜନାରେ କଣ୍ଠଶିଳ୍ପୀ ଇରା ମହାନ୍ତିଙ୍କ ସହ ‘ମୋ ଦୁନିଆ ତୁହିଁ ତ’ୁ ଗୀତ ଗାଇଛନ୍ତି ବାପି ଦା’ । ଏହା ସହିତ ହିନ୍ଦିରେ ଡିସ୍କୋ ଡାନ୍ସର, ଜୁବି ଜୁବି, ୟାଦ୍ ଆରାହା ହେ, ମୁମ୍ବାଇସେ ଆୟା ମେରା ଦୋସ୍ତ, ତମା ତମା ଭଳି ଗୀତ ଗାଇ ଫ୍ୟାନ୍ସଙ୍କ ପାଇଁ ଏକ ଅଭୁଲା ସ୍ମୃତି ଛାଡିଯାଇଛନ୍ତି । ଶେଷ ଥର ପାଇଁ ବାଗି-ଥ୍ରି ପାଇଁ ମ୍ୟୁଜିକ୍ କମ୍ପୋଜ୍ କରିଥିଲେ ବାପି ଲାହିରି । ତେବେ ବାପି ଦା’ କେବଳ ସଂଗୀତ ସହ ଜଡିତ ଥିଲେ ତା ନୁହେଁ । ତାଙ୍କର ପୂରା ପରିବାର ସଂଗୀତ ସହ ଜଡିତ ଥିଲେ ଏବଂ ଜଡିତ ଅଛନ୍ତି ମଧ୍ୟ
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us