କନକ ବ୍ୟୁରୋ: ପାରାଦୀପର ଟାଣୁଆ ଶ୍ରମିକ ନେତା ତଥା କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ବାପି ସର୍ଖେଲଙ୍କ ପତ୍ନୀ ମନୀଦୀପା ସର୍ଖେଲ ବିଜେଡିରେ ସାମିଲ ହୋଇଛନ୍ତି । ଦଳୀୟ କାର୍ଯ୍ୟାଳୟରେ ଅୟୋଜିତ ମିଶ୍ରଣ ପର୍ବରେ ବିଜେଡି ସାଂସଦ ମାନସ ମଙ୍ଗରାଜ ଓ ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ଉପସ୍ଥିତିରେ ସେ ଓ ତାଙ୍କର ସମର୍ଥକ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ମନୀଦୀପା ସର୍ଖେଲ ।
- ପାରାଦୀପ ରାଜନୀତିରେ ହଲଚଲ
- କାହାକୁ ମିଳିବ ବିଜେଡି ଟିକେଟ?
ବିଜେଡିରେ ଦୀପା ସର୍ଖେଲ ମିଶିବା ପରେ ପାରାଦୀପ ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ଏଥର ପାରାଦୀପରୁ କାହାକୁ ଟିକେଟ ମିଳିବ ସେ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ଉଭୟ ସମ୍ବିତ ରାଉତରାୟ ଓ ଦୀପାଙ୍କ ସ୍ୱାମୀ ବାପି ସର୍ଖେଲଙ୍କର ତୃଣମୂଳ ସ୍ତରରେ ସଂଗଠନ ମଜବୁତ ଥିବାରୁ ଏହି ଚର୍ଚ୍ଚା ଜୋର ଧରିଛି । ଏହି ଚର୍ଚ୍ଚା ଭିତରେ ଉଭୟ ସମ୍ବିତ ରାଉତରାୟ ଓ ଦୀପା ସର୍ଖେଲ ଟିକେଟ ପାଇବାକୁ ଆଶା ରଖିଥିବା କହିଛନ୍ତି ।
ବଡ କଥା ହେଉଛି, ବାପି ସର୍ଖେଲ ବିଧିବଦ୍ଧ ଭାବେ କଂଗ୍ରେସ ଦଳ ଛାଡି ନାହାନ୍ତି । କିନ୍ତୁ ସେ ଦୀର୍ଘଦିନ ହେବ ନିଜେ ଆମ ପାରାଦୀପ, ଆମ ପ୍ରଗତି ନାଁରେ ଏକ ସଂଗଠନ କରି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରି ଆସୁଛନ୍ତି । ଏଭଳି ସମୟରେ ପତ୍ନୀ ମନୀଦୀପା ସର୍ଖେଲ ବିଜେଡିରେ ଯୋଗ ଦେବା ପଛରେ ତାଙ୍କର ସମର୍ଥନ ରହିଛି ବୋଲି ସ୍ପଷ୍ଟ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/03/7pm-3-1.jpg)