ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ଦେହାନ୍ତ : ୮୭ ବର୍ଷ ବୟସରେ ଆଖିବୁଜିଲେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବାପା, ଚାମ୍ବର ଅଫ କମର୍ସର ଥିଲେ ଅଧ୍ୟକ୍ଷ

Advertisment
ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ଦେହାନ୍ତ : ୮୭ ବର୍ଷ ବୟସରେ ଆଖିବୁଜିଲେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବାପା, ଚାମ୍ବର ଅଫ କମର୍ସର ଥିଲେ ଅଧ୍ୟକ୍ଷ

କନକ ବ୍ୟୁରୋ : ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ଦେହାନ୍ତ । ୮୭ ବର୍ଷ ବୟସରେ ଆଖିବୁଜିଲେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବାପା । ଭୁବନେଶ୍ୱର ସ୍ଥିତି ବାସଭବନରେ ତାଙ୍କ ପରଲୋକ ହୋଇଛି । ବିଶିଷ୍ଟ ଶିଳ୍ପପତି ଭାବେ ଓଡିଶାରେ ତାଙ୍କର ଖ୍ୟାତି ରହିଛି । ଚାମ୍ବର ଅଫ କମର୍ସର ଅଧ୍ୟକ୍ଷ ଥିଲେ ବଂଶୀଧର ପଣ୍ଡା । ଇମ୍ଫା ଶିଳ୍ପାନୁଷ୍ଠାନ ପ୍ରତିଷ୍ଠାତା ଥିଲେ ବଂଶୀଧର । ବଂଶୀଧରଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶିଳ୍ପପତି ସହ ଜଣେ ବେଜ୍ଞାନିକ ଭାବେ ମଧ୍ୟ ସେ ପରିଚିତ ଥିଲେ ।

ସୂଚନାଯୋଗ୍ୟ ଯେ ଶ୍ରୀ ପଣ୍ଡା ବିଦେଶରୁ ଇଞ୍ଜିନିୟରିଂ ପାଠ ପଢ଼ିସାରିବା ପରେ ପ୍ରଥମେ ଥିରୁବାଲିଠାରେ ଇମ୍ଫା ନାମରେ ଶିଳ୍ପ ପ୍ରତିଷ୍ଠା କରିଥିଲେ। ଦୀର୍ଘ ଦିନ ଧରି ସେ ନିଜଦ୍ୱାରା ସ୍ଥାପତି ଶିଳ୍ପସଂସ୍ଥାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ପରେ ସେ ଏହି ଦାୟିତ୍ୱ ନିଜ ପିଲାମାନଙ୍କ ଉପରେ ନ୍ୟସ୍ତ କରିଥିଲେ। କେନ୍ଦ୍ରାପଡ଼ା ସଂସଦ ତଥା ବିଜେଡିରୁ ନିଲମ୍ବିତ ରାଜନେତା ବୈଜୟନ୍ତ ପଣ୍ଡା ହେଉଛନ୍ତି ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କ ବଡ଼ ପୁଅ। ପୂର୍ବରୁ ତାଙ୍କ ପତ୍ନୀ ଇଲା ପଣ୍ଡା ମଧ୍ୟ ସାଂସଦ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe