ଆଜିଠୁ ଗଞ୍ଜାମରେ ସକାଳ ୭ଟାରୁ ଦିନ ୨ଟା ଯାଏଁ ଖୋଲା ରହିବ ବ୍ୟାଙ୍କ: ଜନ ଗହଳି ନିୟନ୍ତ୍ରଣ, ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ଏଡ଼ାଇବାକୁ ନିଆଗଲା ନିଷ୍ପତ୍ତି

Advertisment
ଆଜିଠୁ ଗଞ୍ଜାମରେ ସକାଳ ୭ଟାରୁ ଦିନ ୨ଟା ଯାଏଁ ଖୋଲା ରହିବ ବ୍ୟାଙ୍କ: ଜନ ଗହଳି ନିୟନ୍ତ୍ରଣ, ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ଏଡ଼ାଇବାକୁ ନିଆଗଲା ନିଷ୍ପତ୍ତି

କନକ ବ୍ୟୁରୋ: ଆଜିଠାରୁ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ୟାଙ୍କ ସକାଳ ୭ଟାରୁ ଅପରାହ୍ନ ୨ଟା ଯାଏଁ ଖୋଲା ରହିବ। ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍ କରି ସୂଚନା ଦେଇଛନ୍ତି। ଭିଡ଼ରୁ ଏବଂ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ରକ୍ଷା ପାଇବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ଏହାଛଡ଼ା ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦେବା ଲାଗି ଏଭଳି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। ଲୋକେ ଏହାକୁ ସ୍ବାଗତ କରୁଥିବା ଜଣାଯାଇଛି।

ଅନ୍ୟପକ୍ଷେ ତାଲାବନ୍ଦ ଯୋଗୁଁ ଦେଶରେ ବିଭିନ୍ନ ସ୍ଥାନରେ ପ୍ରବାସୀ ଓଡିଆ ଫସି ରହିଛନ୍ତି । ଘରକୁ ଫେରିବାର ଉପାୟ ନ ପାଇ ଶେଷରେ ସେମାନେ ଭିନ୍ନ ପନ୍ଥା ଆପଣେଇଛନ୍ତି । ଚାନ୍ଦାକରି ଡଙ୍ଗା କିଣି ଘରକୁ ଫେରିଛନ୍ତି । ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପାତିସୁନାପୁରର ୯ ଜଣ ମତ୍ସ୍ୟଜୀବୀ ବିପଦପୂର୍ଣ୍ଣ ଭାବେ ସମୁଦ୍ରପଥରେ ଫେରିବାକୁ ବାଧ୍ୟ ହୋଇଛନ୍ତି । ଆନ୍ଧ୍ର ୧୭ ଜଣ ଓ ପୁରୀ କୃଷ୍ଣପ୍ରସାଦର ଜଣେ ମତ୍ସ୍ୟଜୀବୀଙ୍କ ସହ ମିଶି ସେମାନେ ଲକ୍ଷେ ୬୦ ହଜାରରୁ ଅଧିକ ଟଙ୍କା ଚାନ୍ଦା କରି ଡଙ୍ଗା କିଣି ସମୁଦ୍ରପଥରେ ଆସିଥିଲେ । କିନ୍ତୁ ଘରେ ପଂହଚିପାରିନଥିଲେ । ଆନ୍ଧ୍ରର ପୁସ୍ତପୁରଠାରେ ସ୍ଥାନୀୟ ପୋଲିସ ଅଟକ ରଖି ସଙ୍ଗରୋଧରେ ରଖିଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe