କନକ ବ୍ୟୁରୋ: ଆସନ୍ତା ମାସ ତଥା ଫେବ୍ରୁୟାରୀ ମାସ ୨୯ ଦିନିଆ ହୋଇଥିବା ବେଳେ ଏଥିମଧ୍ୟରୁ ପ୍ରାୟ ୧୨ ଦିନ ବନ୍ଦ ରହିପାରେ ବ୍ୟାଙ୍କ । ଏଭଳି ପରିସ୍ଥିତିରେ ଆପଣଙ୍କ ଦୈନନ୍ଦିନ ଜୀବନରେ ବ୍ୟାଙ୍କ ବନ୍ଦର ସିଧା ପ୍ରଭାବ ପଡିବାର ସମ୍ଭାବନା ରହିଛି । ତେବେ ବ୍ୟାଙ୍କ ଗୁଡିକର ଦୀର୍ଘ ଦିନ ଧରି ଧର୍ମଘଟ ଏବଂ ରାଷ୍ଟ୍ରୀୟ ଅବକାଶ କାରଣରୁ ବ୍ୟାଙ୍କ ବନ୍ଦ ରହୁଥିବା ବେଳେ ଏହାର ପୂର୍ବ ପ୍ରସ୍ତୁତି ଆପଣ ଏବେଠାରୁ କରିଦେବା ଭଲ ହେବ ।
କାହିଁକି ବନ୍ଦ ରହିବ ବ୍ୟାଙ୍କ?
ସୂଚନା ମୁତାବକ, ବ୍ୟାଙ୍କ କର୍ମଚାରୀ ସଂଘଗୁଡିକ ବେତନ ବୃଦ୍ଧି ଏବଂ ଅନ୍ୟାନ୍ୟ ଦାବିରେ ଫେବ୍ରୁୟାରୀ ୧, ୧୨, ୧୩ ଏବଂ ୧୪ ତାରିଖରେ ହରତାଳ କରିବାକୁ ନିଷ୍ପତି ନେଇଛନ୍ତି । ଏହାଛଡା ମାସରେ ଦ୍ୱିତୀୟ ଓ ଚତୁର୍ଥ ଶନିବାର, ସମସ୍ତ ରବିବାର ଏବଂ ୨୧ରେ ମହାଶିବରାତ୍ରୀ ସରକାରୀ ଛୁଟି ମଧ୍ୟ ପଡୁଛି । ତେଣୁ ଏସବୁକୁ ମିଶାଇ ଆସନ୍ତା ମାସ ପାଖାପାଖି ୧୨ ଦିନ କାଳ ବ୍ୟାଙ୍କ ବନ୍ଦ ରହିବା କାରଣରୁ ବ୍ୟାଙ୍କ ଜନିତ ବି ବାଧାପ୍ରାପ୍ତ ହୋଇପାରେ ।
ବ୍ୟାଙ୍କ ବନ୍ଦର ପ୍ରଭାବ
ସମ୍ଭାବିତ ଛୁଟିକୁ ନଜରରେ ରଖି ଆପଣ ଆପଣଙ୍କ ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ତୁରନ୍ତ ସାରିଦିଅନ୍ତୁ । କାହିଁକି ନା ବ୍ୟାଙ୍କ ବନ୍ଦ କାରଣରୁ ନଗଦ ଟଙ୍କା ଉଠାଇବାରେ ସମସ୍ୟା ଉପୁଜିପାରେ । ବ୍ୟାଙ୍କରେ ନା ଆପଣ ଟଙ୍କା ଜମା କରିପାରିବେ ନା ହିଁ ଉଠାଇପାରିବେ । ଖାଲି ଏତିକି ନୁହେଁ ବ୍ୟାଙ୍କ ବନ୍ଦ ଯୋଗୁଁ ଏଟିଏମରୁ ଟଙ୍କା ଉଠାଇବାରେ ମଧ୍ୟ ସମସ୍ୟା ଦେଖାଦେଇପାରେ ।
ଉଲ୍ଲେଖ ଯୋଗ୍ୟ କି,ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ସହିତ ବେତନ ସଂଶୋଧନ ଓ ଅନ୍ୟାନ୍ୟ ଦାବିକୁ ନେଇ ହୋଇଥିବା ଆଲୋଚନା ବୈଠକ ବିଫଳ ହେବା ପରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (ୟୁବିଏଫ୍ୟୁ) ପକ୍ଷରୁ ଚଳିତ ମାସ ୩୧ରୁ ଦୁଇ ଦିନିଆ ଧର୍ମଘଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ଧର୍ମଘଟର ଦ୍ବିତୀୟ ଦିନଟି ହେଉଛି ଫେବ୍ରୁଆରି ୧। ସେହିଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିବେ। ଯଦି ଏହି ପ୍ରସ୍ତାବିତ ଧର୍ମଘଟ ପ୍ରତ୍ୟାହୃତ ନହେବ ତେବେ ବଜେଟ୍ ଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବାର ଆଶଙ୍କା ରହିଛି। ବ୍ୟାଙ୍କ ଧର୍ମଘଟ ଯୋଗୁ କ୍ରମାଗତ ଚାରି ଦିନ ବ୍ୟାଙ୍କ ବନ୍ଦ ରହିବା ଭଳି ଆଶଙ୍କା ସୃଷ୍ଟି ହୋଇଛି।
ଆସନ୍ତା ୩୦ରେ ସରସ୍ବତୀ ପୂଜା ପଡ଼ୁଥିବାରୁ ବ୍ୟାଙ୍କ ଛୁଟି ରହିବ। ୩୧ ଓ ଫେବ୍ରୁଆରି ୧ରେ ଧର୍ମଘଟ ହେବ। ଫେବ୍ରୁଆରି ୨ ହେଉଛି ରବିବାର ଯାହା ହେଉଛି ବ୍ୟାଙ୍କ ପାଇଁ ସ୍ବାଭାବିକ ଭାବେ ଏକ ଛୁଟିଦିନ। ବ୍ୟାଙ୍କର କର୍ମଚାରୀ ଓ ଅଫିସରମାନେ ବିଭିନ୍ନ ପର୍ଯ୍ୟାୟରେ ଧର୍ମଘଟ କରିବା ଉପରେ ବିଚାର କରୁଛନ୍ତି। ପ୍ରଥମେ ଚଳିତ ମାସ ୩୧ରୁ ଫେବ୍ରୁଆରି ୧ ପର୍ଯ୍ୟନ୍ତ ଦୁଇ ଦିନିଆ ଧର୍ମଘଟ ହେବ। ତାହା ଦ୍ବାରା ଯଦି ଦାବି ପୂରଣ ନହେବ ତେବେ ଆସନ୍ତା ମାର୍ଚ ୧୧ରୁ ୧୩ ପର୍ଯ୍ୟନ୍ତ ପୁଣି ଧର୍ମଘଟ କରାଯିବ। ସେଥିରେ ଯଦି କୌଣସି ସମାଧାନ ବାଟ ନବାହାରିବ ତେବେ ଆସନ୍ତା ଏପ୍ରିଲ୍ ୧ରୁ ଅନିର୍ଦିଷ୍ଟକାଳୀନ ଧର୍ମଘଟ କରାଯିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/bank-1.jpg)