ରାକ୍ଷୀ ବନ୍ଧନ ସହ ଆରମ୍ଭ ହେଲା ବ୍ୟାଙ୍କ ଛୁଟି, ଲଗାତର ଭାବେ ୬ ଦିନ ବନ୍ଦ ରହିବ ବ୍ୟାଙ୍କ

6,598

କନକ ବ୍ୟୁରୋ : ବିଶେଷ କରି ଅଗଷ୍ଟ ମାସରେ ପର୍ବପର୍ବାଣୀ ପାଇଁ ସର୍ବାଧିକ ଛୁଟି ରହିଥାଏ । ଯଦି ବ୍ୟାଙ୍କ ସହିତ ଜଡିତ ଆପଣଙ୍କ କିଛି କାମ ବାକି ରହିଛି ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆଜି ରାକ୍ଷୀ ପୂର୍ଣ୍ଣମୀ ପାଇଁ ବ୍ୟାଙ୍କ ବନ୍ଦ ରହିଥିବା ବେଳେ ଆଗାମୀ ୬ ଦିନ ପର୍ଯ୍ୟନ୍ତ ଲଗାତର ବ୍ୟାଙ୍କ ବନ୍ଦ ରହିବ ।

ଭାରତୀୟ ରିଜର୍ଭ ବ୍ୟାଙ୍କର ଛୁଟି ଘୋଷଣା ମୁତାବକ ଅଗଷ୍ଟ ମାସରେ ୧୫ ଦିନରୁ ଅଧିକ ବ୍ୟାଙ୍କ ଛୁଟି ରହିବ ।ଏହା ମଧ୍ୟରେ ରବିବାର ଓ ମାସର ଚତୁର୍ଥ ଶନିବାର ମଧ୍ୟ ଅର୍ନ୍ତଭୂକ୍ତ ରହିଛି । ଏହି କ୍ରମରେ ଅଗଷ୍ଟ ୧୧ ତାରିଖରୁ କ୍ରମାଗତ ଭାବେ ୧୬ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ଛୁଟି ରହିବ । ୧୧ ଓ ୧୨ ତାରିଖ ରାକ୍ଷୀ ପୂର୍ଣ୍ଣମୀ ପାଇଁ ବ୍ୟାଙ୍କ ବନ୍ଦ ରହୁଥିବା ବେଳେ ଅଗଷ୍ଟ ୧୩ ତାରିଖ ଦେଶଭକ୍ତି ଦିବସ ପାଇଁ ବ୍ୟାଙ୍କ ବନ୍ଦ ରହିବ । ଅନ୍ୟପଟେ ଅଗଷ୍ଟ ୧୪ ତାରିଖ ରବିବାର ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହୁଥିବା ବେଳେ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ବ୍ୟାଙ୍କ ବନ୍ଦ ରହିବ । ସେହିଭଳି ଅଗଷ୍ଟ ୧୬ ତାରିଖ ପାର୍ସୀ ନବବର୍ଷ ଅବସରରେ ବି ବ୍ୟାଙ୍କ ବନ୍ଦ ରହିବ ।