ଏଟିଏମରୁ ଟଙ୍କା ଉଠାଇବାରେ ବିଫଳ ହେଲେ ବ୍ୟାଙ୍କ ଦେବ ୧୦୦ ଟଙ୍କା ଜୋରିମନା !ଜାଣନ୍ତୁ କେମିତି କରିବେ ଅଭିଯୋଗ

Advertisment
ଏଟିଏମରୁ ଟଙ୍କା ଉଠାଇବାରେ ବିଫଳ ହେଲେ ବ୍ୟାଙ୍କ ଦେବ ୧୦୦ ଟଙ୍କା ଜୋରିମନା !ଜାଣନ୍ତୁ କେମିତି କରିବେ ଅଭିଯୋଗ

ଟେକ୍ନୋଲୋଜି ଆମର ଜୀବନକୁ ଅଧିକ ସୁବିଧାଜନକ କରିଦେଇଛି । କିନ୍ତୁ ବେଳେବେଳେ ଏହି ଟେକ୍ନୋଲୋଜି ବି ଅସୁବିଧାରେ ପକାଇଥାଏ । ଏମିତି ହୋଇଥାଏ କି ଆପଣ ଏଟିଏମ୍ ରୁ ପଇସା ବାହାର କରିବା ବେଳେ ଟ୍ରାଂଜାକ୍ସନ ଫେଲ୍ ହୋଇଯାଇଥାଏ ଏବଂ ସେହି ପଇସା ଆପଣଙ୍କର ଆକାଂଟକୁ ଆଉ ଫେରସ୍ତ ଆସିନଥାଏ । ଏବେ ଆଉ ଚିନ୍ତା କରନ୍ତୁନି । ଆପଣ ପ୍ରତିଦିନ ୧୦୦ଟଙ୍କା ପେନାଲଟି ଭାବେ ବ୍ୟାଙ୍କରୁ ପାଇପାରିବେ । ପ୍ରକାଶିତ ସୂଚନା ମୁତାବକ , ଟ୍ରାଂଜାକ୍ସନ ଫେଲ୍ ହେବାରେ ଗ୍ରାହକଙ୍କ ପାଇଁ ଆରବିଆଇ କିଛି ଏମିତି ଗାଇଡଲାଇନ୍ ଜାରି କରିଛି । ଯାହାକୁ ଆପଣ ଜାଣିବା ନିହାତି ଜରୁରି ଅଟେ । ଆସନ୍ତୁ ସେ ବିଷୟରେ ଜାଣିବା –

publive-imageଆରବିଆଇର କଣ ରହିଛି ନିୟମ ? ଆରବିଆଇର ଗାଇଡଲାଇନ୍ ଅନୁସାରେ ଟ୍ରାଂଜାକ୍ସନ ଫେଲ୍ ହେବାର ଅଭିଯୋଗ ମିଳିବାର ୭ଟି କାର୍ଯ୍ୟ ଦିବସ ଭିତରେ ଗ୍ରାହକଙ୍କ ଆକାଉଂଟକୁ ଆସିଯିବ । ଯଦି ଟ୍ରାଂଜାକ୍ସନ ଫେଲ୍ ହେବାର ଅଭିଯୋଗ କରିବାପରେ ୭ ୱାକିଂ ଡେଜ୍ ଭିତରେ ଗ୍ରାହକଙ୍କୁ ପଇସା ଫେରସ୍ତ ନମିଳେ ତ ପେମେଂଟ ସେଟଲମେଂଟ ସିଷ୍ଟମ ଆକ୍ଟ ୨୦୦୭ ଅନୁସାରେ ବ୍ୟାଙ୍କଗୁଡିକ ୧୦୦ ଟଙ୍କା ପ୍ରତିଦିନ ହିସାବରେ ଗ୍ରାହକଙ୍କୁ ପେନେଲଟି ଦେବାକୁ ହେବ । ଏଥିପାଇଁ ଗ୍ରାହକଙ୍କୁ ଟ୍ରାଂଜାକ୍ସନର ୩୦ ଦିନ ମଧ୍ୟରେ ଅଭିଯୋଗ କରିବାକୁ ହେବ ।

publive-imageରିଫଣ୍ଡ ପାଇଁ ଜରୁରୀ ପ୍ରମାଣପତ୍ର –
୧ - ଆପଣ ନିଜର ଟ୍ରାଂଜାକ୍ସନର ସ୍ଲିପ୍ ବା ଆକାଉଣ୍ଟ ଷ୍ଟେଟମେଂଟ ସହ ବ୍ୟାଙ୍କରେ ଅଭି ଯୋଗ କରନ୍ତୁ ।
୨ – ବ୍ୟାଙ୍କକୁ ଅନିବାର୍ଯ୍ୟ କାର୍ଡ ଡିଟେଲ୍ , ନିଜର ବ୍ୟାଙ୍କ ଆକାଉଣ୍ଟ ନମ୍ବର , ଏଟିଏମ୍ ଆଇଡି , ଟ୍ରାଂଜାକ୍ସନର ତାରିଖ ଏବଂ ସମୟ ମଧ୍ୟ ସୂଚିତ କରନ୍ତୁ । କିନ୍ତୁ ଧ୍ୟାନ ରଖିବେ ଯେ ଅଧିକୃତ କର୍ମଚାରୀଙ୍କୁ ହିଁ ସମସ୍ତ କଥା କୁହନ୍ତୁ ।
୩ – ବ୍ୟାଙ୍କରୁ ଅଭିଯୋଗର କପି ନେବାକୁ ଭୁଲନ୍ତୁନାହିଁ । ଯେଉଁଥିରେ ବ୍ରାଂଚ ମ୍ୟାନେଜରଙ୍କ ହସ୍ତାକ୍ଷର ଥିବା ଜରୁରି ଅଟେ ।
୪- ଯଦି ଅଭିଯୋଗ କରିବା ପରେ , ୭ ୱାକିଂ ଡେ’ରେ ଆପଣଙ୍କ ଆକାଉଣ୍ଟକୁ ପଇସା ନ ଆସୁଛି ତ ଆନେକ୍ସର-୫ ଫର୍ମ ଭରି ମ୍ୟାନେଜରଙ୍କ ଦିଅନ୍ତୁ ।
୫ - ଯଦି ଏହା ପରେ ମଧ୍ୟ ଆପଣଙ୍କୁ ପେନାଲଟିର ରକମ ମିଳୁନାହିଁ ତ ଆପଣ ଆରବିଆଇର ୱେବସାଇଟ୍ କୁ ଯାଇ ଅନଲାଇନ୍ ଅଭିଯୋଗ କରିପାରିବେ ।

( ସୌଜନ୍ୟ- ଅମର ଉଜାଲା)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe