ଏଟିଏମରୁ ଟଙ୍କା ଉଠାଇବାରେ ବିଫଳ ହେଲେ ବ୍ୟାଙ୍କ ଦେବ ୧୦୦ ଟଙ୍କା ଜୋରିମନା !ଜାଣନ୍ତୁ କେମିତି କରିବେ ଅଭିଯୋଗ

52

ଟେକ୍ନୋଲୋଜି ଆମର ଜୀବନକୁ ଅଧିକ ସୁବିଧାଜନକ କରିଦେଇଛି । କିନ୍ତୁ ବେଳେବେଳେ ଏହି ଟେକ୍ନୋଲୋଜି ବି ଅସୁବିଧାରେ ପକାଇଥାଏ । ଏମିତି ହୋଇଥାଏ କି ଆପଣ ଏଟିଏମ୍ ରୁ ପଇସା ବାହାର କରିବା ବେଳେ ଟ୍ରାଂଜାକ୍ସନ ଫେଲ୍ ହୋଇଯାଇଥାଏ ଏବଂ ସେହି ପଇସା ଆପଣଙ୍କର ଆକାଂଟକୁ ଆଉ ଫେରସ୍ତ ଆସିନଥାଏ । ଏବେ ଆଉ ଚିନ୍ତା କରନ୍ତୁନି । ଆପଣ ପ୍ରତିଦିନ ୧୦୦ଟଙ୍କା ପେନାଲଟି ଭାବେ ବ୍ୟାଙ୍କରୁ ପାଇପାରିବେ । ପ୍ରକାଶିତ ସୂଚନା ମୁତାବକ , ଟ୍ରାଂଜାକ୍ସନ ଫେଲ୍ ହେବାରେ ଗ୍ରାହକଙ୍କ ପାଇଁ ଆରବିଆଇ କିଛି ଏମିତି ଗାଇଡଲାଇନ୍ ଜାରି କରିଛି । ଯାହାକୁ ଆପଣ ଜାଣିବା ନିହାତି ଜରୁରି ଅଟେ । ଆସନ୍ତୁ ସେ ବିଷୟରେ ଜାଣିବା –

ଆରବିଆଇର କଣ ରହିଛି ନିୟମ ? ଆରବିଆଇର ଗାଇଡଲାଇନ୍ ଅନୁସାରେ ଟ୍ରାଂଜାକ୍ସନ ଫେଲ୍ ହେବାର ଅଭିଯୋଗ ମିଳିବାର ୭ଟି କାର୍ଯ୍ୟ ଦିବସ ଭିତରେ ଗ୍ରାହକଙ୍କ ଆକାଉଂଟକୁ ଆସିଯିବ । ଯଦି ଟ୍ରାଂଜାକ୍ସନ ଫେଲ୍ ହେବାର ଅଭିଯୋଗ କରିବାପରେ ୭ ୱାକିଂ ଡେଜ୍ ଭିତରେ ଗ୍ରାହକଙ୍କୁ ପଇସା ଫେରସ୍ତ ନମିଳେ ତ ପେମେଂଟ ସେଟଲମେଂଟ ସିଷ୍ଟମ ଆକ୍ଟ ୨୦୦୭ ଅନୁସାରେ ବ୍ୟାଙ୍କଗୁଡିକ ୧୦୦ ଟଙ୍କା ପ୍ରତିଦିନ ହିସାବରେ ଗ୍ରାହକଙ୍କୁ ପେନେଲଟି ଦେବାକୁ ହେବ । ଏଥିପାଇଁ ଗ୍ରାହକଙ୍କୁ ଟ୍ରାଂଜାକ୍ସନର ୩୦ ଦିନ ମଧ୍ୟରେ ଅଭିଯୋଗ କରିବାକୁ ହେବ ।

ରିଫଣ୍ଡ ପାଇଁ ଜରୁରୀ ପ୍ରମାଣପତ୍ର –
୧ – ଆପଣ ନିଜର ଟ୍ରାଂଜାକ୍ସନର ସ୍ଲିପ୍ ବା ଆକାଉଣ୍ଟ ଷ୍ଟେଟମେଂଟ ସହ ବ୍ୟାଙ୍କରେ ଅଭି ଯୋଗ କରନ୍ତୁ ।
୨ – ବ୍ୟାଙ୍କକୁ ଅନିବାର୍ଯ୍ୟ କାର୍ଡ ଡିଟେଲ୍ , ନିଜର ବ୍ୟାଙ୍କ ଆକାଉଣ୍ଟ ନମ୍ବର , ଏଟିଏମ୍ ଆଇଡି , ଟ୍ରାଂଜାକ୍ସନର ତାରିଖ ଏବଂ ସମୟ ମଧ୍ୟ ସୂଚିତ କରନ୍ତୁ । କିନ୍ତୁ ଧ୍ୟାନ ରଖିବେ ଯେ ଅଧିକୃତ କର୍ମଚାରୀଙ୍କୁ ହିଁ ସମସ୍ତ କଥା କୁହନ୍ତୁ ।
୩ – ବ୍ୟାଙ୍କରୁ ଅଭିଯୋଗର କପି ନେବାକୁ ଭୁଲନ୍ତୁନାହିଁ । ଯେଉଁଥିରେ ବ୍ରାଂଚ ମ୍ୟାନେଜରଙ୍କ ହସ୍ତାକ୍ଷର ଥିବା ଜରୁରି ଅଟେ ।
୪- ଯଦି ଅଭିଯୋଗ କରିବା ପରେ , ୭ ୱାକିଂ ଡେ’ରେ ଆପଣଙ୍କ ଆକାଉଣ୍ଟକୁ ପଇସା ନ ଆସୁଛି ତ ଆନେକ୍ସର-୫ ଫର୍ମ ଭରି ମ୍ୟାନେଜରଙ୍କ ଦିଅନ୍ତୁ ।
୫ – ଯଦି ଏହା ପରେ ମଧ୍ୟ ଆପଣଙ୍କୁ ପେନାଲଟିର ରକମ ମିଳୁନାହିଁ ତ ଆପଣ ଆରବିଆଇର ୱେବସାଇଟ୍ କୁ ଯାଇ ଅନଲାଇନ୍ ଅଭିଯୋଗ କରିପାରିବେ ।

( ସୌଜନ୍ୟ- ଅମର ଉଜାଲା)