କନକ ବ୍ୟୁରୋ : ଭାରତୀୟ ବ୍ୟାଙ୍କର ହଜାର ହଜାର କୋଟି ଟଙ୍କା ଠକି ନେଇ ବିଦେଶ ପଳାଇଥିବା ନୀରବ ମୋଦୀ. ମେହୁଲ ଚୋକ୍ସି ଓ ବିଜୟ ମାଲ୍ୟାଙ୍କ ଠାରୁ ଏପର୍ଯ୍ୟନ୍ତ କେତେ ଟଙ୍କା ଆଦାୟ କରାଯାଇପାରିଛି ସେନେଇ କେନ୍ଦ୍ର ସରକାର ସୁପ୍ରିମ କୋର୍ଟଙ୍କୁ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନରାଲ ତୁଷାର ମେହେଟ୍ଟା ସୁପ୍ରିମ କୋର୍ଟଙ୍କୁ ସୂଚନା ଦେଇଛନ୍ତି କି,ଉପରୋକ୍ତ ୩ ଜଣ ପଳାତକଙ୍କ ଠାରୁ ୧୮ ହଜାର କୋଟି ଟଙ୍କା ଆଦାୟ ହୋଇ ବ୍ୟାଙ୍କକୁ ଫେରସ୍ତ କରାଯାଇଛି ।

Advertisment

ଜଷ୍ଟିସ ଏଏମ ଖାନବିଲକର ବ୍ୟାଞ୍ଚକୁ ସଲିସିଟର ଜେନରାଲ ତୁଷାର ମେହେଟ୍ଟା ସୂଚନା ଦେଇ କହିଛନ୍ତି କି ପିଏମଏଲଏ ସହିତ ଜଡିତ ମୋଟ ୬୭ ହଜାର କୋଟି ଟଙ୍କାର ମାମଲା ସୁପ୍ରିମ କୋର୍ଟରେ ରହିଛି । ଏହାସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବେ ୪୭ ହଜାର ମାମଲାର ଯାଂଚ କରୁଛି । ସେ କହିଛନ୍ତି କି, ଗତ ୫ ବର୍ଷ ମଧ୍ୟରେ ଇଡି ଦ୍ୱାରା ଯାଂଚ କରାଯାଇଥିବା ମାମଲା ୨୦୧୫-୧୬ ରୁ ୨୦୨୦-୨୧ ମଧ୍ୟରେ ୧୧୧ ଓ ୯୮୧ ଟି ମାମଲା ରହିଛି ।

ଅନ୍ୟପଟେ ତୁଷାର ମେହେଟ୍ଟା ସୁପ୍ରିମ କୋର୍ଟଙ୍କୁ କହିଛନ୍ତି କି ୨୦୧୬-୨୦୨୧ ମଧ୍ୟରେ ଯାଂଚ ପାଇଁ ଇଡି ୨୦୮୬ ଟି ମାମଲାକୁ ସ୍ୱୀକାର କରିଛି । ଏନେଇ ୩୩ ଲକ୍ଷ ଅଭିଯୋଗ ଇଡି ଗ୍ରହଣ କରିଛି । ଏହି କ୍ରମରେ ଇଡି ତରଫରୁ ଯାଂଚ କରାଯାଇ ବିଜୟ ମାଲ୍ୟା, ନୀରବ ମୋଦୀ ଓ ମେହୁଲ ଚୁକ୍ସିଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ସମ୍ପତ୍ତି ଜବତ କରି ସେମାନେ ଋଣ ନେଇଥିବା ବ୍ୟାଙ୍କକୁ ୧୮ ହଜାର କୋଟି ଟଙ୍କା ଫେରସ୍ତ କରାଯାଇଥିବା କଥା ତୁଷାର ମେହେଟ୍ଟା ଉଚ୍ଚ ନ୍ୟାୟାଳୟକୁ ସୂଚନା ଦେଇଛନ୍ତି ।