ବାକି କାମକୁ ଶିଘ୍ର ଶେଷ କରନ୍ତୁ । ଡିସେମ୍ବରରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ ସେବା ।

565

କନକ ବ୍ୟୁରୋ: ଆପଣଙ୍କର କିଛି ବ୍ୟାଙ୍କ କାମ ବନ୍ଦ ରହିଯାଇଛି କି? ଯଦି ରହିଯାଇଛି ତାହାଲେ ଶିଘ୍ର ଶେଷ କରିବାକୁ ଚେଷ୍ଟା କରନ୍ତୁ କାରଣ ଡିସେମ୍ବର ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ ସେବା । ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ) ।ଏଥିରେ ବାଧ୍ୟତାମୂଳକ ଛୁଟି ଦିନଗୁଡିକ ସହ ବିଭିନ୍ନ ରାଜ୍ୟର ଛୁଟି ତାଲିକା ମିଶାଇ ଛୁଟି ତାଲିକା ପ୍ରକାଶ କରିଛି ଆରବିଆଇ । ଜାଣନ୍ତୁ ଏହି ଛୁଟି ତାଲିକା।

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଛୁଟିଦିନ ତାଲିକାକୁ ୩ ଭାଗରେ ବିଭକ୍ତ କରାଯାଇଛି । ଏଥିରେ ଛୁଟିଦିନ, ଧାର୍ମିକ ଛୁଟି ଦିନ ଏବଂ ବିଭିନ୍ନ ରାଜ୍ୟର ଅନ୍ୟାନ୍ୟ ପର୍ବ ଅନ୍ତର୍ଭୁକ୍ତ । ଏହି ଆଧାରରେ ଦେଶର ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ତେବେ ଏହାଦ୍ୱାରା ମିଜୋରାମର ରାଜଧାନୀ ଆଇଜଲର ଲୋକମାନେ ଚଳିତ ମାସରେ ସର୍ବାଧିକ କ୍ଷତିଗ୍ରସ୍ତ ହେବେ ବୋଲି କୁହାଯାଉଛି। ବ୍ୟାଙ୍କ ସେବା କ୍ରମାଗତ ୨୪ ରୁ ୨୭ ଡିସେମ୍ବର ପର୍ୟ୍ୟନ୍ତ ଜାରି ରହିବ ।

ଛୁଟି ଦିନର ତାଲିକା:

ତାରିଖ                 କାରଣ                                                  ରାଜ୍ୟ
ଡିସେମ୍ବର ୦୩ -ଫେଷ୍ଟ ଅଫ୍ ସେଣ୍ଟ ଫ୍ରାନ୍ସିସ୍ ଜାଭିୟର ପାନାଜୀ (ଗୋଆ)
ଡିସେମ୍ବର ୦୫- ରବିବାର (ସମସ୍ତ ରାଜ୍ୟ)
ଡିସେମ୍ବର ୧୧ ଦ୍ୱିତୀୟ ଶନିବାର (ସମସ୍ତ ରାଜ୍ୟ)
ଡିସେମ୍ବର ୧୨ରବିବାର (ସମସ୍ତ ରାଜ୍ୟ)
ଡିସେମ୍ବର ୧୮ ୟୁ ସୋସୋ ଥାମ୍ ଶିଲଙ୍ଗଙ୍କ ମୃତ୍ୟୁ ବାର୍ଷିକୀ(ସିଲଙ୍ଗ)
ଡିସେମ୍ବର ୧୯ରବିବାର (ସମସ୍ତ ରାଜ୍ୟ)
ଡିସେମ୍ବର ୨୪ ଖ୍ରୀଷ୍ଟମାସ (ଏଜୱାଲ)
ଡିସେମ୍ବର ୨୫ ଖ୍ରୀଷ୍ଟମାସ-୪ ଶନିବାର (ସମସ୍ତ ରାଜ୍ୟ)
ଡିସେମ୍ବର ୨୬ ରବିବାର (ସମସ୍ତ ରାଜ୍ୟ)
ଡିସେମ୍ବର ୨୭ ଖ୍ରୀଷ୍ଟମାସ ଉତ୍ସବ (ଏଜୱାଲ)
ଡିସେମ୍ବର ୩୦ ତୁମେ କିଆଙ୍ଗ ନଙ୍ଗବାହ (ଶିଲଙ୍ଗ)
ଡିସେମ୍ବର ୩୧, ନୂତନ ବର୍ଷର ପୂର୍ବାହ୍ନ (ଏଜୱାଲ)