କାର ଉପରେ ଚାଷ! କାରଣ କ’ଣ?

93
କନକ ବ୍ୟୁରୋ: କାର ଉପରେ ପାସେଂଜରଙ୍କ ଜିନିଷପତ୍ର ରଖିବା ତ ଦେଖିଛୁ । କିନ୍ତୁ କାର ଉପରେ ପରିବା ଚାଷ ଦେଖିଛନ୍ତି କି?ଏମିତି କରି ଦେଖାଇଚନ୍ତି ବ୍ୟାଙ୍ଗକକ୍ ଟ୍ୟାକ୍ସି ଡ୍ରାଇଭର । ମନରେ ପ୍ରଶ୍ନ ଉଠୁଛି ଏହା ପଛରେ ପପୁଲାରିଟି ପାଇଁ ନା ଆଉ କିଛି କାରଣ ଅଛି  ।ଏହାର କାରଣ ଶୁଣି ଆପଣ ଅଶ୍ଚର୍ଯ୍ୟ ହେବେ ।
କରୋନା ଯୋଗୁଁ ଗତ ଦୁଇ ବର୍ଷ ହେବ ସବୁ ବ୍ୟବସାୟ ମାନ୍ଦା । ଏଥିରେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଅଟୋ, ଟ୍ୟାକ୍ସି ଡ୍ରାଇଭର । କରୋନା ସାମାନ୍ୟ ହେବା ପରେ ମଧ୍ୟ ଯାତ୍ରୀଙ୍କ ପରିବହନ ନେଇ ସରକାର କରିଥିବା ନିୟମ ଯୋଗୁଁ ହାତ ବାନ୍ଧି ବସିଛନ୍ତି । ଏମିତି କିଛି ଟ୍ୟାକ୍ସି କମ୍ପାନି ରହିଛି ଥାଇଲ୍ୟାଣ୍ଡ ରାଜଧାନୀ ବ୍ୟାଙ୍କକକରେ । ଓଲା , ଉବେର ପରି ଏଠାରେ ରହିଛି ରେଚାପ୍ରୁକ୍ ଓ ବୋର୍ବୋନ୍ ଟ୍ୟାକ୍ସି ହାୟାର କମ୍ପାନୀ । ପୂର୍ବରୁ ଏହି କମ୍ପାନୀର ପାଖାପାଖି ୨୫ରୁ ଅଧିକ ଟ୍ୟାକ୍ସି ସହରରେ ଚାଲୁଥିବାବେଳେ ଏବେ ମାତ୍ର ୫୦୦ ଟ୍ୟାକ୍ସି ଚାଲୁଛି । କରୋନା ଯୋଗୁଁ ଅନେକ ଡ୍ରାଇଭର ଘରକୁ ଚାଲିଯାଇଛନ୍ତି ବା ଅନ୍ୟ ବୃତ୍ତି ଆପଣାଇବାକୁ ବାଧ୍ୟ ହୋଇଛନ୍ତି । ଏପରି ସ୍ଥଳେ ଡ୍ରାଇଭର ମାନେ କିଭଳି ଆର୍ଥିକ ଅନଟନର ଶିକାର ହେଉଛନ୍ତି ତାହା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅଚଳ ହୋଇ ରହିଥିବା କାର ଉପରେ ବା ରାସ୍ତାରେ ଚାଲୁଥିବା ଟ୍ୟାକ୍ସି ଉପରେ ହେଉ ପରିବା ଚାଷ କରୁଛନ୍ତି ଡ୍ରାଇଭର । କାର ଉପରକୁ ବାଉଁଶରେ ଘେରାଇ ପଲିଥିନ ବିଛାଇ ତା ଉପରେ ମାଟି ଖତ ଆଦି ଦେଇ ପରିବା ଚାଷ କରୁଛନ୍ତି କ୍ୟାବ୍ ଡ୍ରାଇଭର । ଏହି କ୍ୟାବ୍ ଗୁଡିକ ଟ୍ରାଫକରେ ଅଟକିବା ସମୟରେ ସମସ୍ତଙ୍କ ନଜରରେ ପଡୁଥିବାବେଳେ ଡ୍ରାଇଭରମାନଙ୍କୁ ଅନେକାଂଶରେ ସାହାଯ୍ୟ କରିବ ବୋଲି ମକହିଛନ୍ତି ଜନୈକ ଡ୍ରାଇଭର ଥାପା ବଲି ଆସାବଲଟକୁନ୍ ।