କନକ ବ୍ୟୁରୋ: ଆଜିଠାରୁ ଦେଶରେ ଅନେକ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବାର ଅଛି । ସେପ୍ଟେମ୍ବର ପହିଲାରୁ ଅର୍ଥାତ ଆଜିଠୁ ବ୍ୟାଙ୍କିଙ୍ଗ, ଟିକସ ଓ ଆଇଆରସିଟିସି ଭଳି କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବ । ଆଇଆରସିଟିସିରେ ଲାଗୁ ହେବାକୁ ଥିବା ନୂଆ ନିୟମର ସିଧାସଳଖ ପ୍ରଭାବ ଯାତ୍ରୀଙ୍କ ପକେଟ ଉପରେ ପଡିବ । ତେବେ ନଜର ପକାନ୍ତୁ କେଉଁ କେଉଁ ସବୁ ନିୟମ ଆଜିଠୁ ଲାଗୁ ହେବ ।
() ଆଇଆରସିଟିସିରେ ରେଳ ଟିକେଟ ବୁକିଂ କରିବା ମହଙ୍ଗା ହେବ
() ଟିକେଟ ବୁକିଂ ଉପରେ ସର୍ଭିସ ଚାର୍ଜ ଲାଗୁ କରାଯିବ
() ଏସି ଟିକେଟ ଉପରେ ୩୦ଟଙ୍କା ଓ ନନ୍-ଏସି ଉପରେ ୧୫ଟଙ୍କାର ସର୍ଭିସ ଚାର୍ଜ ଲାଗିବ
() ଏହା ବାଦ୍ ଜିଏସଟି ଆଦାୟ କରାଯିବ
() ବ୍ୟାଙ୍କ ଖାତାରୁ ବର୍ଷକୁ ଏକ କୋଟିରୁ ଅଧିକ ଟଙ୍କା ଉଠାଇଲେ ୨% ଡିଡିଏସ ଲାଗିବ
() ଘର କିଣିବା ବେଳେ ଅଧିକ ଟିଡିଏସ ଗଣିବାକୁ ପଡିବ
() ଘରର ମରାମତି ଲାଗି କଂଟ୍ରାକ୍ଟରଙ୍କୁ ୫୦ଲକ୍ଷରୁ ଅଧିକ ଟଙ୍କା ଦେଲେ ତାହା ଉପରେ ୫%ଟିଡିଏସ୍ କଟିବ
() ଯେଉଁମାନେ ପାନ୍ ସହିତ ଆଧାର କାର୍ଡକୁ ଲିଙ୍କ କରିନଥିବେ ସେମାନଙ୍କ ପାଇଁ ଆୟକର ବିଭାଗ ନୂଆ ପାନ୍ ଜାରି କରିବ
() ସେବାକର ବକେୟା ରଖିଥିବା ଟିକସଦାତାଙ୍କ ପାଇଁ ସରକାର ନୂଆ କ୍ଷମା ସ୍କିମ ଆରମ୍ଭ କରିବେ
ବୀମା ନିୟମରେ ପରିବର୍ତ୍ତନ
ସାଧାରଣ ବୀମା କଂପାନୀମାନେ ଏବେ ଗାଡିକୁ ଭୂମିକଂପ, ବନ୍ୟା ଏବଂ ପ୍ରାକୃତିକ ଦୁର୍ବିପାକ, ଗଣ୍ଡଗୋଳ ଏବଂ ଦଙ୍ଗା ଭଳି ଘଟଣା ଦ୍ୱାରା ହୋଇଥିବା କ୍ଷୟ କ୍ଷତି ପାଇଁ ପୃଥକ ବୀମା କଭର ଉପଲବ୍ଧ କରାଇବେ । ଗତ ଜୁଲାଇ ମାସରେ ବୀମା ନିୟାମକ ‘ଇରଡା’ରେ ସାଧାରଣ ବୀମା କଂପାନୀମାନଙ୍କୁ ଏହାକୁ ସେପ୍ଟେମ୍ବରରୁ ଲାଗୁ କରିବାକୁ କୁହାଯାଇଛି ।
ଟ୍ୟାକ୍ସ ନିୟମରେ ପରିବର୍ତ୍ତନ
ଆଜିଠାରୁ ଟ୍ୟାକ୍ସ ସହ ଜଡିତ ନିୟମଗୁଡିକରେ ବି ପରିବର୍ତ୍ତନ ହେବ । ପୁରୁଣା ଟ୍ୟାକ୍ସ ମାମଲାଗୁଡିକର ସମାଧାନ ପାଇଁ ଏକ ସ୍ୱତନ୍ତ୍ର ସ୍କିମ ଲଂଚ କରାଯାଇଛି । ଯେଉଁଥିରେ ବକୟା ଟ୍ୟାକ୍ସ ପରିଶୋଧ କରିହେବ । ଏହି ଯୋଜନାରେ ଟ୍ୟାକ୍ସ ପରିଶୋଧ ଉପରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବରଂ ସୁଧ, ଜରିମାନାରେ ରିହାତି ମଧ୍ୟ ମିଳିବ । ତେବେ ନିୟମ ଅନୁସାରେ ଆଜିଠାରୁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବା ଉପରେ ଜରିମାନା ମଧ୍ୟ ଦେବାକୁ ପଡିପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/08/TRAFIC.jpg)