ମାଗଣାରେ ବ୍ୟାଙ୍କରୁ କ୍ରେଡିଟ କାର୍ଡ ନେଉଛନ୍ତି କି? ସାବଧାନ ! ବ୍ୟାଙ୍କ କର୍ମଚାରୀମାନେ ଏହି ଚାର୍ଜ ଉପରେ ଗ୍ରାହକଙ୍କୁ ଦେଇନଥାନ୍ତି ସମ୍ପୂର୍ଣ୍ଣ ସୂଚନା

Advertisment
ମାଗଣାରେ ବ୍ୟାଙ୍କରୁ କ୍ରେଡିଟ କାର୍ଡ ନେଉଛନ୍ତି କି? ସାବଧାନ ! ବ୍ୟାଙ୍କ କର୍ମଚାରୀମାନେ ଏହି ଚାର୍ଜ ଉପରେ ଗ୍ରାହକଙ୍କୁ ଦେଇନଥାନ୍ତି ସମ୍ପୂର୍ଣ୍ଣ ସୂଚନା

କନକ ବ୍ୟୁରୋ : ସାଧାରଣ ଲୋକମାନେ ବ୍ୟାଙ୍କସହ ନିଜକୁ ଜଡିତ ରଖିଥାଆନ୍ତି । କାରଣ କେଉଁ ସମୟରେ କେଉଁ ପ୍ରକାର ନିୟମ ଆସେ ବା ନିୟମରେ ପରିବର୍ତ୍ତନ କରାଯାଏ । ତାହା ଲୋକମାନେ ଜାଣିବାକୁ ଇଚ୍ଛା ରଖନ୍ତି । ତେବେ ବ୍ୟାଙ୍କରେ ମିଳୁଥିବା କ୍ରେଡିଟ କାର୍ଡ ଅନେକ ଲୋକ ନିଜ ପାଖରେ ରଖନ୍ତି । ତେବେ ପାଖରେ ଟଙ୍କା ନଥିଲେ ଏହି କ୍ରେଡିଟ କାର୍ଡ ସାହାଯ୍ୟ କରିଥାଏ । କିନ୍ତୁ ଏହାକୁ ନେବା ବେଳେ ଆପଣମାନେ ସାବଧାନ ହେବା ଦରକାର । ବେଳେ ବ୍ୟାଙ୍କ କର୍ମଚାରୀମାନେ ନିଜପ ଗ୍ରାହକମାନଙ୍କୁ ଫ୍ରିରେ କାର୍ଡ ନେବା ପାଇଁ କହନ୍ତି । ତେବେ ସେହି ସମୟରେ କର୍ମଚାରୀମାନେ ସମସ୍ତ କଥା କହୁନଥିବା ସୂଚନା ମିଳିଛି । ତେବେ ତାହା ଅନେକ ମାତ୍ରାରେ ଦରକାରୀ ବୋଲି ଜଣାପଡିଛି । ଯେତେବେଳେ ଏକ ବ୍ୟାଙ୍କ ପ୍ରତିନିଧି ଆପଣଙ୍କୁ ଏପରି ମାଗଣାରେ କାର୍ଡ ଦେବା ପାଇଁ କହନ୍ତି । ତେବେ ଆପଣ ଭାବିଛନ୍ତି କି କେବେ ଆପଣଙ୍କୁ ଯେଉଁ କାର୍ଡ ମିଳିଛି ତାହା ସମ୍ପୂର୍ଣ୍ଣ ମାଗଣା ବୋଲି ଭାବୁଛନ୍ତି କି? ତେବେ ସେହି କର୍ମତାରୀ ଜଣକ ଆପଣମାନଙ୍କୁ ସେହି କାର୍ଡରେ ଲାଗିଥିବା ଚାର୍ଜ ସମ୍ପର୍କରେ କେବେ ବି କହନ୍ତି ନାହିଁ ବୋଲି ଜଣାପଡିଛି ।

publive-imageକିନ୍ତୁ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ତେବେ ଜାଣିରଖନ୍ତୁ କେଉଁ ଚାର୍ଜସବୁ ସେହି କାର୍ଡରେ ଲାଗିଥାଏ । ପ୍ରଥମେ ଆପଣ ଯେଉଁ ସମୟରେ କାର୍ଡ ନେଉଛନ୍ତି । ତାହାର ଫିତନେସ ପାଇଁ ଟ୍ୟାକ୍ସ ଦେବା ପାଇଁ ପଡିଥାଏ । ଯେଉଁ ସମୟରେ ଜଣେ ବ୍ୟକ୍ତିଙ୍କୁ କ୍ରେଡିଟ କାର୍ଡ ଫ୍ରି ବୋଲି କୁହାଯାଇଥାଏ । ତେବେ ତାହାର ଅର୍ଥ କେବଳ ହେଉଛି ଯେ, ଜଏନିଂ ଓ ବାର୍ଷିକ ଚାର୍ଜକୁ କେତେକ ନିଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ନିଆଯିବ ନାହିଁ । ସେହି କାର୍ଡର ମାସିକ ବିଲ ଟୋଟାଲ ଏମାଉଣ୍ଟରେ ଦେଖାଯାଏ ଯାହାକୁ ଆପଣ ଏକାଥରକେ ଦିଅନ୍ତି । ଅନେକ ଲୋଗ ମିନିୟମ ଏମାଉଣ୍ଟଦେବା ପାଇଁ ପସନ୍ଦ କରନ୍ତି । ତେବେ ଅନ୍ୟ ଟ୍ୟାକ୍ସଗୁଡିକ ପରେ ଦିଆଯିବ ବୋଲି । ଏହାସହ ଇଣ୍ଟରନେଟ ଚାର୍ଜମଧ୍ୟ ଅସୁଲ କରାଯାଏ । ଏପରିକି ୩ ରୁ ୪ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟାକ୍ସ ନିଆଯାଇପାରେ ।

publive-imageଏହାସହ କ୍ରେଡିଟ କାର୍ଡରେ ହେଉଥିବା ସମସ୍ତ ଦେଣନେଣ ଉପରେ ଜିଏସଟି ଲାଗୁକରାଯାଇଥାଏ । ତେବେ କୈାଣଶି କାରଣରୁ ଆପଣ ଯଦି ବ୍ୟାଙ୍କରେ ସଠିକ ସମୟରେ ଟଙ୍କା ଜମା କରିପାରିଲେ ନାହିଁ । ତେବେ ଆପଣଙ୍କୁ ଅଧିକ ଅର୍ଥ ବ୍ୟାଙ୍କକୁ ଦେବାକୁ ପଡିଥାଏ । ଯେବେ ବି ଟଙ୍କା ଜମାକରିବେ ତାହା ପରେ ହିଁ ଏହି ଅଧିକ ଅର୍ଥ ଦେବାକୁ ପଡିଥାଏ । ଏହାସହ ସୀମିତଠାରୁ ଅଧିକ ଟଙ୍କାର ନେଣଦେଣ କରନ୍ତି ତେବେ ତାହା ପାଇଁ ଓଭରଡ୍ରାଫଟ ଚାର୍ଜ ମଧ୍ୟ ଦେବାକୁ ପଡିଥାଏ । କେବଳ ଏତିକି ନୁହେଁ ଆପଣ ଯଦି ପେଟ୍ରୋଲ କିମ୍ବା ଡିଜେଲ ଗାଡିରେ ଭର୍ତ୍ତି କରୁଛନ୍ତି ତେବେ ଏଥିପାଇଁ ଅଧିକ ଶୁଳ୍କ ମଧ୍ୟ ଦେବାକୁ ପଡିବ । ସେହି କାର୍ଡମାଧ୍ୟମରେ ହିଁ ଆପଣମାନେ ଏଟିଏମରୁ ଟଙ୍କା ବାହାର କରିପାରିବେ । ତେବେ ଏହା ମଧ୍ୟରୁ ବି ଆପଣଙ୍କଠାରୁ ୨.୫ ପ୍ରତିଶତ ଅଧିକ ଟ୍ୟାକ୍ସ ବ୍ୟାଙ୍କ ନେଇଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe