ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ ଘୋଷଣା । ବାତ୍ୟା ‘ଫୋନି’ ପ୍ରଭାବିତ ଅଞ୍ଚଚଳରେ ୪ଟା ବଦଳରେ ସନ୍ଧ୍ୟା ୬ଟା ଯାଏଁ ମିଳିବ ବ୍ୟାଙ୍କିଙ୍ଗ ସୁବିଧା ।

259

କନକ ବ୍ୟୁରୋ : ଭୟଙ୍କର ସାମୁଦ୍ରିକ ଝଡ ଫୋନି ପ୍ରଭାବରେ ଗତ ୩ ତାରିଖ ଠାରୁ ବ୍ୟାଙ୍କିଂ ସେବା ଗୁଡିକ ବନ୍ଦ ରହିଛି । ବାତ୍ୟା ଫୋନିର ଭୀଷଣ ତାଣ୍ଡବ ଯୋଗୁଁ ବ୍ୟାଙ୍କିଂ ସେବା ଗୁଡିକ ବିଶେଷଭାବେ ପ୍ରଭାବିତ ହୋଇଥିଲା । ତେବେ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ ଘୋଷଣା କରାଯାଇଛି । ବାତ୍ୟା ଫୋନି ପ୍ରଭାବିତ ଅଞ୍ଚଳରେ ସନ୍ଧ୍ୟା ୬ଟା ଯାଏଁ ବ୍ୟାଙ୍କିଙ୍ଗ ସୁବିଧା ମିଳିବ ।

ବାତ୍ୟା ଫୋନି ପରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆକାଉଣ୍ଟରେ ଟଙ୍କା ଅଛି ସତ, ହେଲେ ପାଖରେ ଟଙ୍କାଟିଏ ବି କ୍ୟାସ ନାହିଁ । ବ୍ୟାଙ୍କର ଲିଙ୍କ ଗୁଡିକ ଫେଲ ହୋଇଥିବାରୁ ଏବଂ ଏଟିଏମ୍ କାମ କରୁନଥିବାରୁ ଲୋକମାନେ ବ୍ୟାଙ୍କିଙ୍ଗ ସେବାରୁ ବଞ୍ଚିତ ରହୁଥିଲେ । ଆଉ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।