ବାଙ୍କିରେ ବାତ୍ୟାର ବିଭୀଷିକା ଉଜାଡିଦେଇଛି ସବୁକିଛି । ଭାଙ୍ଗିଯାଇଛି ଘର, ଛାରଖାର ହୋଇଯାଇଛି ଗାଁ ।

151

କନକ ବ୍ୟୁରୋ : ବାତ୍ୟା ଫୋନି ପରେ ବାଙ୍କୀବାସୀଙ୍କ କଷ୍ଟ ଏବେ ନକହିବା ଭଲ । ଫୋନିର ଆଁରେ ଛାରଖାର ହୋଇଯାଇଛି ସବୁକିଛି । ମୁଣ୍ଡ ଗୁଂଜିବାକୁ ଯଉ ବି ଚାଳଘର ଥିଲା, ସେତକ ବି ଚାଲିଯାଇଛି । ଏ ଦୁଃଖ ହେଉଛି ବାଙ୍କି ବ୍ଲକ୍ ସୁବର୍ଣ୍ଣପୁର ପଂଚାୟତର ଘୋଡାବର ଗ୍ରାମବାସୀଙ୍କର ।

ଗ୍ରାମବାସୀଙ୍କ କେଇପଦ ଦୁଃଖଦ କଥା, ଆଉ ଗାଁର ବିକଳ ଚିତ୍ର ବୟାନ କରୁଛି ଘୋଡାବର ଗାଁର ଦୁଃଖ । ବାତ୍ୟାକୁ ଦିନ ପରେ ଦିନ ବିତିଚାଲିଛି, ହେଲେ ପରିସ୍ଥିତି ଯାହାକୁ ତାହା । ଘର ଉପରେ ଗର ହେଇ ପଡିଛି ଗଛଲତା  । ଆଉ ଏସବୁକୁୁ କେବଳ ଦର୍ଶକ ସାଜି ଦେଖିବା ଛଡା ଅନ୍ୟ କିଛି ବାଟ ଉଣ୍ଡାଳି ପାଉନାହାନ୍ତି ପିଡିତଙ୍କ ପରିବାର । ଏନେଇ ଗ୍ରାମବାସୀଂକ ସହ ଆଲୋଚନା କରିଥିଲେ ଆମ ବାଙ୍କି ପ୍ରତିନଧି ।

ଏ ଦୁଃଖ କେବଳ ଗାଁର ଜଣଙ୍କର ନୁହେଁ । ଗୋଟିଏ ପରେ ଗୋଟିଏ ଭଂଗା ଦଦରା ଘର ବୟାନ କରୁଛି କେମିତି ଗ୍ରାମବାସୀଙ୍କୁ ହିନସ୍ତା କରି ଚାଲିଯାଇଛି ଫନି । ବାତ୍ୟାକୁ ଦିନ ପରେ ଦିନ ବିତି ଚାଲିଛି ହେଲେ କେବେ ସୁଧୁରିବ ବାଙ୍କି ଅଂଚଳର  ଦୁରାବସ୍ଥା, ସେ ନେଇ ଚିନ୍ତାରେ ଲୋକେ । ଆଉ ଏଭଳି ପରିସ୍ଥିତିରେ ପ୍ରଶାସନ ଉପରେ କ୍ଷୋଭ ଜାହିର କରିବା ସହ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ବାତ୍ୟା ପୀଡିତ ।