କନକ ବ୍ୟୁରୋ : କନକ ନ୍ୟୁଜର ପ୍ରଭାବ । ଖବର ପ୍ରସାରଣର ୨୪ ଘଂଟା ନପୂରୁଣୁ ଅଧାପନ୍ତରିଆ ଭାବରେ ପଡ଼ିଥିବା ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । କଟକ ବାଙ୍କୀ ବ୍ଲକ ଅନ୍ତର୍ଗତ କଢ଼ାମଲ୍ଲ - ପୁଇଁଚା ରାସ୍ତା ନିର୍ମାଣ କାର୍ଯ୍ୟ ଦୀର୍ଘ ୮ ମାସ ଧରି ଅଧା ପନ୍ତରିଆ ଅବସ୍ଥାରେ ପଡି ରହିଥିଲା । ଏନେଇ ଗତକାଲି କନକ ନ୍ୟୁଜରେ ଖବର ପ୍ରସାରିତ ହୋଇଥିଲା । ଖବର ବାଜିବା ପରେ ପ୍ରଶାସନର ନିଦ ଭାଙ୍ଗିଛି । ଆଉ ଆଜି ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଛି । ଆଠଗଡ଼ ଗ୍ରାମ୍ୟ ନିର୍ମାଣ ଉପବିଭାଗ ଅଧିକାରୀ ଅଜୟ ମହାପାତ୍ର ନିଜେ ଉପସ୍ଥିତ ରହି ରାସ୍ତା କାର୍ଯ୍ୟ ତଦାରଖ କରୁଥିବା ବେଳେ ଖୁବଶୀଘ୍ର ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ସୂଚନା ଦେଇଛନ୍ତି ।