ମାନସିକ ଅନଗ୍ରସର ଯୁବକଙ୍କ ପାଇଁ ନାକେଦମ୍ । ୮ ଘଂଟାର ଅପରେସନ ପରେ ଗଛରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ବାଙ୍କୀ ଏନଏସି ଅଂଚଳରୁ ଆସିଲା ଚିତ୍ର ।

52

କନକ ବ୍ୟୁରୋ: ମାନସିକ ଅନଗ୍ରସର ଯୁବକଙ୍କ ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀ ହେଲେ ରାତି ତମାମ ନାକେଦମ । ୮ ଘଂଟା ଅପରେସନ ପରେ ଉଦ୍ଧାର ହେଲେ ମାନସିକ ଅନଗ୍ରସର ଯୁବକ । ବାଙ୍କୀ ଏନଏସି ଅଂଚଳରେ ଦେଖିବାକୁ ମିଳିଛି ଏହି ଘଟଣା । ରାତି ପ୍ରାୟ ୯ଟା ସମୟରେ ଏହି ଅଜଣା ଯୁବକଟି ବାଙ୍କୀ ଏନଏସିରେ ଥିବା ପୋଷ୍ଟଅଫିସ ସାମ୍ନାରେ ଏକ ଓସ୍ତଗଛ ଉପରକୁ ଚଢିଯାଇଥିଲା । ସେଠାକାର ସ୍ଥାନୀୟ ଲୋକେ ଏନେଇ ବାଙ୍କି ପୋଲିସକୁ ଖବର ଦେଇଥିଲେ ।

ଖବରପାଇ ବାଙ୍କୀ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥô୍ଲେ । ମାତ୍ର ଏହି ଯୁବକ ଜଣଙ୍କ ଦମକଳ ବାହିନୀକୁ ଦେଖି ଗଛର ଅତି ଉଚ୍ଚ ସ୍ଥାନକୁ ଚାଲିଯାଇଥିଲେ । ଯାହା ପାଇଁ ରାତିସାରା ଅଜଣା ଯୁବକ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଥିଲା । ଯାହା ପରେ ଯୁବକକୁ ଉଦ୍ଧାର କରାଯାଇଥିଲା ।