କନକ ବ୍ୟୁରୋ : ହୀରାକୁଦ ଗେଟ୍ ଖୋଲିବା ଫଳରେ ଉଛୁଳୁଛି ମହାନଦୀ । ଏହାସହ ମହାନଦୀର ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଖୋର୍ଦ୍ଧା, ପିପିଲି ଏବଂ ବାଙ୍କୀରେ ଘରେ ପାଣି ପଶି ଯାଇଛି । ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପ୍ରଶାସନିକ ସହାୟତା ମିଳୁନଥିବା ଅଭିଯୋଗ ହୋଇଛି ।
ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷକରି ବାଙ୍କି ଅଂଚଳର ବିଭିନ୍ନ ଗାଁରେ ମହାନଦୀର ବନ୍ୟା ପାଣି ପ୍ରବାହିତ ହେଉଛି । ବନ୍ୟା ଜଳ ଆସିବା ଫଳରେ ବାଙ୍କିରେ ସ୍ଥିତି ସଙ୍ଗୀନ ହୋଇଛି । ବାଙ୍କିର ବିଭିନ୍ନ ଗାଁରେ ପାଣି ପଶିଯାଇଛି । ଗାଁ ଦାଣ୍ଡରେ ୩ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ୬ଟି ପଂଚାୟତର ୧୫ଟି ଗାଁ ଏବେ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି ।/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/FLOOD.jpg)
/kanak/media/post_attachments/wp-content/uploads/2018/10/sylhet_flood_2.jpg)