କନକ ବ୍ୟୁରୋ: ସ୍ମାର୍ଟ ସ୍କୁଲରେ ସ୍ମାର୍ଟ ଦୁର୍ନୀତି । ପୁଣି ସାମ୍ନାକୁ ଆସିଲା ଫାଇଭ ଟି ହାଇସ୍କୁଲର ମହାଦୁର୍ନୀତି । ବାଙ୍କୀ ଗୟଳବାଙ୍କ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଆସିଥିବା ଲକ୍ଷାଧିକ ଟଙ୍କାର ଖେଳ ସାମଗ୍ରୀ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଫାଇଭ-ଟି ଅଧିନରେ ଥିବା ଏହି ବିଦ୍ୟାଳୟମାନଙ୍କୁ ଖେଳ ସାମଗ୍ରୀ ବାବଦକୁ ଏକ ଲକ୍ଷ ଟଙ୍କା ଆସିଥାଏ । କେବଳ ସେତିକି ନୁହେଁ କମ୍ପୋଜିଟ ଗ୍ରାଉଣ୍ଡ ବାବଦକୁ ମଧ୍ୟ ବର୍ଷକୁ ପଚିଶ ହଜାର ଟଙ୍କା ଆସିଥାଏ । ମାତ୍ର ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଫଲସ୍ ବିଲ କରି ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ କରିଛନ୍ତି ବିଦ୍ୟାଳୟର କମିଟି ସଦସ୍ୟ ଓ ଗ୍ରାମବାସୀ । କିଛି ଛାତ୍ରଛାତ୍ରୀ ବ୍ୟାଡମିଣ୍ଟନ ଖେଳୁଥିବା ଦେଖିବାକୁ ମିଳିଥିବା ବେଳେ ଆଉ କିଛି ଛାତ୍ର ହାତ ତିଆରି ବାଡିଧରି ଖେଳୁଥିବା ଦେଖିବାକୁ ମିଳିଥିଲା । ସେପଟେ ପ୍ରଧାନ ଶିକ୍ଷୟତ୍ରୀ ଖେଳିବା ପାଇଁ ଖେଳ ସାମଗ୍ରୀ ଦେଉନଥିବା ଅଭିଯୋଗ କରିଛନ୍ତି ବିଦ୍ୟାଳୟର ଛାତ୍ରଛାତ୍ରୀ । ଡମପଡା ମଣ୍ଡଳ ଶିକ୍ଷା ଅଧିକାରୀ ଏ ବିଷୟରେ କୈାଣସି ପ୍ରତିକ୍ରିୟା ଦେବେନାହିଁ ବୋଲି ମନା କରି ଦେଇଥିବା ବେଳେ ଏହି ଦୁର୍ନୀତିର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ ।
ବାଙ୍କୀ ଗୟଳବାଙ୍କ ଉଚ୍ଚ ବିଦ୍ୟାଳୟରୁ ଆସିଲା ସାଂଘାତିକ ଅଭିଯୋଗ। ଛାତ୍ରଛାତ୍ରୀଙ୍କ ଲକ୍ଷାଧିକ ଟଙ୍କାର ଖେଳ ସାମଗ୍ରୀ ହରିଲୁଟ।
/kanak/media/post_attachments/wp-content/uploads/2022/11/vlcsnap-2022-11-06-18h41m39s368.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)