ସାଧାରଣତଃ ବ୍ୟାଙ୍କ୍ କର୍ମଚାରୀମାନଙ୍କୁ ଆପଣ ବ୍ୟାଙ୍କ୍ ଭିତରେ ଖୁବ୍ ସାଧାସିଧା ପୋଷାକରେ ଦେଖିଥିବେ। କେବେ କୌଣସି ବ୍ୟାଙ୍କ୍ କର୍ମଚାରୀଙ୍କୁ ଅଦ୍ଭୂତ ଶୈଳୀର ପୋଷାକ ପିନ୍ଧିଥିବାର ଦେଖିଛନ୍ତି ? ମାତ୍ର ନିକଟରେ ସୋସିଆଲ୍ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ୍ ହୋଇଛି ଯାହା ପଛର ପୂରା କଥା ଜାଣିଲେ ଆପଣ ହସି ହସି ବେଦମ ହୋଇଯିବେ।
ଘଟଣାଟି ହେଉଛି ବ୍ରାଜିଲର । ବ୍ରାଜିଲର ଜଣେ ବ୍ୟାଙ୍କ୍ କର୍ମଚାରୀ ତାଙ୍କ ଚାକିରିର ଶେଷ ଦିନରେ ବ୍ୟାଙ୍କକୁ ସ୍ପାଇଡର୍-ମ୍ୟାନ୍ ପୋଷାକ ପିନ୍ଧି ଯାଇଥିବା ଘଟଣା ବେଶ୍ ଚର୍ଚ୍ଚା ପାଲଟିଛି । ସେ ଚାକିରିରୁ ଇସ୍ତଫା ଦେବାର ପୂର୍ବ ଦିନ ନିଜକୁ ସୁପରହିରୋ ଭାବେ ଦେଖିବାକୁ ଇଚ୍ଛା କରି ସ୍ପାଇଡର୍-ମ୍ୟାନ୍ ପୋଷାକ ପିନ୍ଧି ଅଫିସ୍ ଯାଇଥିବା ବେଳର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏହି ୫୧ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳିଛି ଯେ ସ୍ପାଇଡର୍-ମ୍ୟାନ୍ ବେଶଧାରୀ ବ୍ୟାଙ୍କର ଜଣକ ତାଙ୍କ ସହକର୍ମୀଙ୍କ ସହ କଥାବାର୍ତ୍ତା ହେଉଛନ୍ତି। ସେ ଜଣଙ୍କ ପାଖରୁ ଅନ୍ୟ ଜଣକ ପାଖକୁ ଯାଉଥିବା ବେଳର ଦୃଶ୍ୟ ଭିଡିଓରେ କଏଦ ହୋଇଛି। ଏହି ରଂଗୀନ ମିଜାଜର ବ୍ୟାଙ୍କର୍ ଜଣକ ତାଙ୍କର ପୁରୁଷ ସହକର୍ମୀଙ୍କୁ ଆଲିଙ୍ଗନ କରୁଥିବା ବେଳେ ତାଙ୍କର କାର୍ୟ୍ୟକଳାପକୁ କିଛି ସହକର୍ମୀ ଫୋନ୍ରେ ରେକର୍ଡ କରୁଥିବାର ଦେଖିବାକୁ ମିଳିଛି। ଭିଡିଓଟି ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ ହେବା ପରେ ପୂରା ଘଟଣା ଜାଣିବାକୁ ମିଳିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/banker-dress-as-spiderman-last-day-759.jpg)
/kanak/media/post_attachments/wp-content/uploads/2019/01/SPIDERMAN_SNIP_2-x429-300x205.jpg)