ଅନ୍‌ଲାଇନ୍‌ ଠକେଇ ପାଇଁ ବ୍ୟାଙ୍କ୍‌ ଦାୟୀ ନୁହେଁ: ଖାଉଟି ଅଦାଲତ

Advertisment
ଅନ୍‌ଲାଇନ୍‌ ଠକେଇ ପାଇଁ ବ୍ୟାଙ୍କ୍‌ ଦାୟୀ ନୁହେଁ: ଖାଉଟି ଅଦାଲତ

କନକ ବ୍ୟୁରୋ : ଅନ୍‌ଲାଇନ୍‌ ଠକଙ୍କ ପ୍ରତି ସତର୍କ ରହିବା ଲାଗି ‘ଏଟିଏମ୍‌ ପିନ୍‌’ ଓ ‘କ୍ରେଡିଟ୍‌ କାର୍ଡ’ ନମ୍ବର ଆଦି ସେୟାର୍‌ ନ କରିବାକୁ ଭାରତୀୟ ବ୍ୟାଙ୍କ୍‌ଗୁଡ଼ିକ ସବୁବେଳେ ଗ୍ରାହକମାନଙ୍କୁ ଚେତାବନୀ ଦେଉଛନ୍ତି। ଚେତାବନୀ ସତ୍ତ୍ୱେ ଗ୍ରାହକମାନେ ଏସବୁ ମୌଳିକ ସତର୍କତା ପ୍ରତି ଅବଜ୍ଞା ପ୍ରଦର୍ଶନ କରି ଠକାମିର ସରବ୍ୟ ହେଲେ, ବ୍ୟାଙ୍କମାନେ ଦାୟୀ ରହିବେ ନାହିଁ ବୋଲି ଗୁଜରାଟର ଏକ ଖାଉଟି ଅଦାଲତ କହିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ନିଜ ଅବହେଳାରୁ ଠକାମିର ସରବ୍ୟ ହୋଇଥିବା ଜଣେ ବ୍ୟକ୍ତିଙ୍କ କ୍ଷତିପୂରଣ ଦାବି ଆବେଦନକୁ ଗୁଜରାଟର ଆମରେଲି ଜିଲ୍ଲା ‘କଞ୍ଜୁମର୍‌ ଡିସ୍‌ପ୍ୟୁଟ୍‌ ରିଡ୍ରେସାଲ୍‌ କମିସନ୍‌’ ଅଗ୍ରାହ୍ୟ କରି ଉପରୋକ୍ତ କଥା କହିଛନ୍ତି।

୨୦୧୮ ଏପ୍ରିଲ୍‌ ୨ ତାରିଖ ଦିନ କେହି ଜଣେ ‘ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ’ର ମ୍ୟାନେଜର ସାଜି, କୁର୍ଜି ଜାଓ୍ଵିଆ ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ତାଙ୍କର ‘ଏଟିଏମ୍‌’ କାର୍ଡର ବିବରଣୀ ମାଗିଥିଲେ। କୁର୍ଜି ତାଙ୍କୁ ‘ଏଟିଏମ୍‌’ କାର୍ଡର ବିବରଣୀ ଦେଇଥିଲେ। ତହିଁ ଆର ଦିନ ପେନ୍‌ସନ୍‌ ବାବଦରେ ତାଙ୍କ ଆକାଉଣ୍ଟ୍‌ରେ ୩୯,୩୮୫ ଟଙ୍କା ଜମା ହେବା କ୍ଷଣି ୪୧, ୫୦୦ ଟଙ୍କା ଉଠିଯାଇଥିଲା। ଆତଙ୍କିତ ହୋଇ ସେ ବ୍ୟାଙ୍କ୍‌କୁ ଫୋନ୍‌ କଲେ, କିନ୍ତୁ ବ୍ୟାଙ୍କ୍‌ରୁ କୌଣସି ଜବାବ ମିଳି ନ ଥିଲା।

ଖାଉଟି ଅଦାଲତରେ ଜାଓ୍ଵିଆ ଅଭିଯୋଗ କରିଥିଲେ, ବ୍ୟାଙ୍କ୍‌ ଯଦି ଠିକଣା ସମୟରେ ମୋ କଥା ଶୁଣିଥାଆନ୍ତା, ତେବେ କ୍ଷତି ରୋକାଯାଇ ପାରିଥାଆନ୍ତା। ତେଣୁ, ଏଥିପାଇଁ ବ୍ୟାଙ୍କ୍‌ ତାଙ୍କୁ ୩୦ ହଜାର ଟଙ୍କା କ୍ଷତିପୂରଣ ଦେଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe