ବିଭିନ୍ନ ଦାବି ନେଇ ରାସ୍ତାକୁ ଉହ୍ଲାଇବେ ବ୍ୟାଙ୍କ କର୍ମଚାରୀ, ଜାଣନ୍ତୁ କେବେ ହେବ ଧର୍ମଘଟ

ବିଭିନ୍ନ ଦାବି ନେଇ ରାସ୍ତାକୁ ଉହ୍ଲାଇବେ ବ୍ୟାଙ୍କ କର୍ମଚାରୀ, ଜାଣନ୍ତୁ କେବେ ହେବ ଧର୍ମଘଟ

କନକ ବ୍ୟୁରୋ : ଗୋଟିଏ ପଟେ ଚଳିତମାସରେ ବ୍ୟାଙ୍କ ୧୨ ଦିନ ଛୁଟି ରହୁଥିବା ବେଳେ ପୁଣି ବ୍ୟାଙ୍କ କର୍ମଚାରୀଙ୍କ ଦୁଇଦିନିଆ ଧର୍ମଘଟ ଯୋଜନା ଏବେ ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି କ୍ରମରେ ଦେଶର ସମସ୍ତ ଜାତୀୟକରଣ ବ୍ୟାଙ୍କ ଓ ଘରୋଇ ବ୍ୟାଙ୍କର କର୍ମଚାରୀମାନେ ଧର୍ମଘଟରେ ସାମିଲ ହେଉଥିବାରୁ ବ୍ୟାଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିବ ।

ଏହି କ୍ରମରେ ସେଣ୍ଟ୍ରାଲ ଟ୍ରେଡ ୟୁନିୟନ ଓ ଅନ୍ୟାନ୍ୟା ବ୍ୟାଙ୍କ କର୍ମଚାରୀ ସଂଘ ମିଳିତ ଭାବେ ଚଳିତମାସ ୨୩ ଓ ୨୪ ତାରିଖ ଧର୍ମଘଟ କରିବେ ବୋଲି ଘୋଷଣା କରିଛନ୍ତି । ଏହି ଧର୍ମଘଟରେ ଦେଶର ସମସ୍ତ ଘରୋଇ ଓ ଜାତୀୟକରଣ ବ୍ୟାଙ୍କର କର୍ମଚାରୀମାନେ ସାମିଲ ହେବେ ।

ଜାତୀୟକରଣ ବ୍ୟାଙ୍କକୁ ଘରୋଇ ମାଲିକାନା ହାତରେ ଟେକିଦେବାକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି । ଏନେଇ ପ୍ରଥମେ ୟୁନିୟନ ତରଫରୁ ଗତବର୍ଷ ଡିସେମ୍ବର ମାସ ୧୬ ଓ ୧୭ ତାରିଖ ଦୁଇଦିନ ଧରି ଧର୍ମଘଟ କରାଯାଇଥିଲା । ଏହି ସମୟରେ ଅନେକ ବ୍ୟାଙ୍କ ଗ୍ରାହକ ବ୍ୟାଙ୍କ ସେବାରୁ ବଞ୍ଚିତ ହୋଇଥିଲେ ।

ୟୁନିୟନ ଦାବି କରିଛି କି ସରକାର ଜାଣିଶୁଣି ଜାତୀୟକରଣ ବ୍ୟାଙ୍କକୁ ଘରୋଇ ମାଲିକାନା ହାତରେ ଟେକି ଦେଉଛନ୍ତି । ଏହାଦ୍ୱାରା ସାଧାରଣ ଗ୍ରାହକମାନେ ବ୍ୟାଙ୍କ ସେବା ଓ ବ୍ୟାଙ୍କରୁ ମିଳୁଥିବା ଲାଭରୁ ବଞ୍ଚିତ ହେଉଛନ୍ତି । ପରୋକ୍ଷରେ ଜାତୀୟକରଣ ବ୍ୟାଙ୍କଗୁଡିକ ଘରୋଇ ମାଲିକାନା ହାତକୁ ଚାଲିଯିବା ପରେ ସେମାନେ ମନଇଚ୍ଛା ସେବାକର ଆଦାୟ କରୁଥିବା ନେଇ ସଂଘ ଅଭିଯୋଗ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe