ମେ ୩୦ ରୁ ହେବ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ! ଦରମା ବୃଦ୍ଧି ଦାବି ନେଇ ଆନ୍ଦୋଳନରେ ବସିବେ କର୍ମଚାରୀ ।

Advertisment
ବ୍ୟାଙ୍କ ଗୁଡ଼ିକକର ସେବାର ଅସନ୍ତୁଷ୍ଟ ଗ୍ରାହକ ! ପ୍ରତି ଘଣ୍ଟାରେ ଆସୁଛି ୧୧ ଅଭିଯୋଗ

source:Moneycontrol

ଚେନ୍ନାଇରେ ଚଳିତ ମାସ ୩୦ରୁ ବ୍ୟାଙ୍କ କର୍ମଚାରୀଙ୍କ ଦୁଇ ଦିନିଆ ଧର୍ମଘଟ ଆରମ୍ଭ ହେବ। ଏଥିରେ ସାରା ଦେଶର ୧୦ ଲକ୍ଷରୁ ଅଧିକ କର୍ମଚାରୀ ସାମିଲ ହେବେ। ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କର କର୍ମଚାରୀମାନେ ଏଥିରେ ଭାଗ ନେବେ। ବେତନ ସଂଶୋଧନ ଦାବିରେ ବ୍ୟାଙ୍କ କର୍ମଚାରୀ ଧର୍ମଘଟ କରିବେ ବୋଲି ସୁଚନା ମିଳୁଛି । ଏହି ଦୁଇ ଦିନରେ ବ୍ୟାଙ୍କ କାରବାର ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ)ର ସାଧାରଣ ସମ୍ପାଦକ ସି ଏଚ୍ ଭେଙ୍କଟଚେଲମ୍ କହିଛନ୍ତି ଯେ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ଓ ନୂଆଦିଲ୍ଲୀର ମୁଖ୍ୟ ଶ୍ରମ ଆୟୁକ୍ତଙ୍କୁ ଧର୍ମଘଟ ନୋଟିସ୍ ପଠାଯାଇଛି। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (ୟୁବିଏଫ୍ୟୁ) ପକ୍ଷରୁ ମଧ୍ୟ ଘୋଷଣା କରାଯାଇଛି ଯେ ମେ’ ୩୦ ସକାଳ ୬ଟାରୁ ବ୍ୟାଙ୍କ ଧର୍ମଘଟ ଆରମ୍ଭ ହେବ। ଆଗୁଆ ବେତନ ସଂଶୋଧନ ବିଷୟରେ ଚଳିତ ମାସ ୫ ତାରିଖରେ ଆଇବିଏ ଓ ୟୁବିଏଫ୍ୟୁ ମଧ୍ୟରେ ଆଲୋଚନା ବିଫଳ ହୋଇଥିଲା। ୨୦୧୭ ନଭେମ୍ବର ୧ରେ ବ୍ୟାଙ୍କ କର୍ମଚାରୀଙ୍କ ବେତନ ସଂଶୋଧନ ହେବା କଥା। କିନ୍ତୁ ତାହା ହୋଇପାରିନାହିଁ। ୨୦୧୭ ମାର୍ଚ୍ଚ ୩୧ ସୁଦ୍ଧା କର୍ମଚାରୀମାନଙ୍କୁ ପ୍ରଦାନ କରାଯାଉଥିବା ମୋଟ ବେତନ (ୱେଜ୍ବିଲ୍) ଉପରେ ୨% ବୃଦ୍ଧି କରିବାକୁ ଆଇବିଏ ପ୍ରସ୍ତାବ ଦେଇଥିଲା। କର୍ମଚାରୀ ସଂଘ ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe