ପୁଣି ବ୍ୟାଙ୍କ ଧର୍ମଘଟ: ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଲଗାତର ୫ ଦିନ କାଳ ବନ୍ଦ ରହିବ ବ୍ୟାଙ୍କ ! ଦରମା ବୃଦ୍ଧି ସମେତ ୧୨ ଦଫା ଦାବିରେ କର୍ମଚାରୀଙ୍କ ବିକ୍ଷୋଭ

285

କନକ ବ୍ୟୁରୋ: ବେତନ ସଂଶୋଧନ ସମେତ ୧୨ ଦଫା ଦାବି ପୂରଣ ନ ହେବା ଯୋଗୁଁ ବ୍ୟାଙ୍କ ଅଫିସର୍ ଓ କର୍ମଚାରୀମାନେ ପୁଣି ଧର୍ମଘଟ କରିବାର ଆଶଙ୍କା ଦେଖା ଦେଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି ଯେ ଆଗାମୀ ମାର୍ଚ୍ଚ ମାସରେ ପୁଣି ଥରେ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ହୋଇପାରେ । ଯଦି ଏଭଳି ଘଟେ ତେବେ ମାର୍ଚ୍ଚର ଦ୍ୱିତୀୟ ସପ୍ତାହରେ ୫ ଦିନ ବ୍ୟାଙ୍କ ବନ୍ଦ ରହିବ ।

ବ୍ୟାଙ୍କ କର୍ମଚାରୀ ଫେଡେରେସନ୍ ଅଫ ଇଣ୍ଡିଆ ଓ ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଗଠନ ତରଫରୁ କୁହାଯାଇଛି କି ଯଦି ସଂଘର ଦାବିକୁ ସରକାର ପୂରଣ ନ କରନ୍ତି, ତେବେ ଦେଶର ସବୁ ସରକାରୀ ବ୍ୟାଙ୍କର ସମସ୍ତ କର୍ମଚାରୀ ମାର୍ଚ୍ଚ ୧୧ରୁ ୧୩ ତାରିଖ ଯାଏଁ  ଧର୍ମଘଟ କରିବେ । ମାର୍ଚ୍ଚ ୧୪ରେ ଦ୍ୱିତୀୟ ଶନିବାର ଓ ମାର୍ଚ୍ଚ ୧୫ ରବିବାର ଛୁଟି ହେବ । ତେଣୁ ବ୍ୟାଙ୍କ କ୍ରମାଗତ ଭାବେ ୫ ଦିନ ବନ୍ଦ ରହିବ । ସଂଘର ପ୍ରମୁଖ ଦାବି ଭିତରେ ପ୍ରତି ୫ ବର୍ଷରେ ଦରମାର ନବୀକରଣ କରାଯିବା, କର୍ମଚାରମାନଙ୍କୁ ସପ୍ତାହରେ ୨ ଦିନ ଛୁଟି ଦିଆଯିବା ଏବଂ ନୂତନ ପେନସନ୍ ଯୋଜନାକୁ ବନ୍ଦ କରି ପରିବାର ପେନସନ୍ ଯୋଜନାକୁ ଲାଗୁ କରାଯିବା ଆଦି ଅନ୍ତର୍ଭୁକ୍ତ ।

ସୂଚନାଯୋଗ୍ୟ, ଗତମାସ ୩୧ ଏବଂ ଫେବ୍ରୁଆରି ୧ ତାରିଖରେ ଧର୍ମଘଟ ଯୋଗୁ ବ୍ୟାଙ୍କ ବନ୍ଦ ରହିଥିବାବେଳେ ୩୦ ତାରିଖ ସରସ୍ବତୀ ପୂଜା ଏବଂ ୨ ତାରିଖ ରବିବାର ଯୋଗୁ ବ୍ୟାଙ୍କ ବନ୍ଦ ରହିଥିଲା। ଜାନୁଆରି ୩୦ରୁ ଫେବ୍ରୁଆରି ୨ ପର୍ଯ୍ୟନ୍ତ  ବ୍ୟାଙ୍କ ଲଗାତାର ୪ ଦିନ ବନ୍ଦ ରହିଥିଲା।