ଆଜିଠାରୁ ବଦଳିବାକୁ ଯାଉଛି ବ୍ୟାଙ୍କର କିଛି ନିୟମ ! ସାଧାରଣ ଲୋକଙ୍କ ଜୀବନଶୈଳୀକୁ ସହଜ କରିବାରେ ସହାୟକ ହେବ ଏହି ନିୟମ ।

721

ଜୁଲାଇ ୧ ରୁ ବଦଳିବାକୁ ଯାଉଛି ବ୍ୟାଙ୍କର କିଛି ନିୟମ । ସାଧାରଣ ଲୋକଙ୍କ ଜୀବନକୁ ସହଜ କରିବା ପାଇଁ ଏହି ନିୟମରେ ପରିବର୍ତ୍ତନ ଅଣାଯାଇଛି । ବ୍ୟାଙ୍କ ଏବଂ ସରକାର ଅନଲାଇନ୍ ଟ୍ରାଞ୍ଜାକ୍ସନ୍ ସୁବିଧାକୁ ବଢାଇବା ପାଇଁ ଆରଟିଜିଏସ୍ ଚାର୍ଜକୁ ଶେଷ କରିଦେଇଛନ୍ତି । ତେବେ ଆସନ୍ତୁ ବ୍ୟାଙ୍କର ନୂତନ ପରିବର୍ତ୍ତନ ନିୟମ ଉପରେ ନଜର ପକାଇବା ।

ଏସବିଆଇ ହୋମ୍ ଲୋନକୁ ରିପୋ ରେଟ୍ ସହ ଯୋଡିବା : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ (ଏସବିଆଇ) ଜୁଲାଇ ୧ ରୁ ନିଜ ହୋମ୍ ଲୋନର ସୁଧକୁ ରିପୋ ରେଟ୍ ସହ ଯୋଡିବ । ଯାହାଦ୍ୱାରା ଏସବିଆଇ ହୋମ୍ ଲୋନ୍ ସୁଧର ଦର ରିପୋ ରେଟ୍ ଉପରେ ଆଧାରିତ ହେବ । ଆଗକୁ ଏସବିଆଇ ହୋମ୍ ଲୋନ୍ ଲଗାତାର ଶସ୍ତା ହେବା କଥା ବୋଲି କୁହାଯାଉଛି । ତେବେ ଅନେକ ଥର ରିପୋ ରେଟ୍ କମାଯାଉଥିବା ବେଳେ ବୃଦ୍ଧି ମଧ୍ୟ ହୋଇଥାଏ । ରିପୋ ରେଟରେ କୌଣସି ପରିବର୍ତ୍ତନ ନହେଲେ ଏସବିଆଇ ହୋମ୍ ଲୋନ୍ ସୁଧ ଦର ମଧ୍ୟ ସ୍ଥିର ରହିବ ।

ଆରବିଆଇ ଆରଟିଜିଏସ୍ ଏବଂ ଏନଇଏଫଟି ଜରିଆରେ ଟଙ୍କା ଟ୍ରାନ୍ସଫର୍ କରିବା ପରେ ଲାଗୁଥିବା ଚାର୍ଜକୁ ଜୁଲାଇ ୧ ତାରିଖରୁ ଶେଷ କରିବାକୁ ଘୋଷଣା କରିଛି । ଆରଟିଜିଏସ୍ ଅଧିକ ଟଙ୍କାକୁ ତୁରନ୍ତ ଟ୍ରାନ୍ସଫର୍ କରିବାରେ ମାହିର୍ ଥାଏ । ଏଭଳି ଏନଇଏଫଟି ଜରିଆରେ ୨ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ତୁରନ୍ତ ଟଙ୍କା ଟ୍ରାନ୍ସଫର୍ କରିପାରିବେ । ଡିଜିଟାଲ୍ ଟ୍ରାଞ୍ଜାକ୍ସନକୁ ବଢାଇବା ପାଇଁ ଆଇବିଆଇ ଏହାକୁ ଶେଷ କରିଦେଇଛି । ଦେଶର ସବୁଠାରୁ ବଡ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏନଇଏଫଟି ଜରିଆରେ ଟଙ୍କା ଟ୍ରାନ୍ସଫର୍ ପାଇଁ ୧ ଟଙ୍କାରୁ ୫ ଟଙ୍କା ପର‌୍ୟ୍ୟନ୍ତ ଶୁଳ୍କ ଦେବାକୁ ପଡିଥାଏ । ଅନ୍ୟପକ୍ଷରେ ଆରଟିଜିଏସର ରାଶି ସ୍ଥାନାନ୍ତରିତ କରିବା ପାଇଁ ୫ ରୁ ୫୦ ଟଙ୍କା ଶୁଳ୍କ ଦେବାକୁ ପଡିଥାଏ । ବ୍ୟାଙ୍କରେ ନିର୍ଦ୍ଧିଷ୍ଟ ଟଙ୍କା ରଖୁଥିବା ଗ୍ରାହକଙ୍କୁ ବି ଚେକବୁକ୍ ଭଳି ଅନ୍ୟ ସୁବିଧା ଉପଲବ୍ଧ ହେବ । ବ୍ୟାଙ୍କ ଏଥିପାଇଁ ଗ୍ରାହକଙ୍କୁ କୌଣସି ନ୍ୟୁନତମ ଟଙ୍କା ରଖିବାକୁ କହିପାରିବ ନାହିଁ । ଆରବିଆଇ ବ୍ୟାଙ୍କକୁ ଖାତା ରୁପରେ ବିଏସବିଡି ଖାତା ସୁବିଧା ଦେବାକୁ ଅନୁମତି ଦେଉଛି । ଏହି ଆଦେଶ ଜୁଲାଇ ୧ ତାରିଖରୁ ଲାଗୁ ହେବାକୁ ଯାଉଛି । ଆରବିଆଇ ବ୍ୟାଙ୍କ ପାଇଁ ନିଜ ଜିରୋ ବାଲାନ୍ସ ଆକାଉଣ୍ଟ୍ ହୋଲ୍ଡର୍ସଙ୍କୁ ସେଭିଙ୍ଗ୍ ଆକାଉଣ୍ଟ୍ ହୋଲ୍ଡର୍ସ ଭଳି ସୁବିଧା ଦେବା ଆରମ୍ଭ କରିନାହିଁ କେବଳ ଏଥିପାଇଁ ଅନୁମତି ଦେଇଛି । ଏହାର ଅର୍ଥ ବ୍ୟାଙ୍କ ଯଦି ଚାହେଁ ତେବେ ନୂଆ ନିୟମ ଅନୁସାରେ ଜିରୋ ବାଲାନ୍ସ ଥିବା ଖାତାଧାରକଙ୍କୁ ଚେକବୁକ୍ ଭଳି ସୁବିଧା ଦେଇପାରିବେ ।