ବ୍ୟାଙ୍କ ଲୁଟର ଡେମୋ ଦେଖାଇଲା ଅଭିଯୁକ୍ତ ସୌମ୍ୟରଂଜନ । କହିଲା, କେମିତି ଆସିଥିଲା, କେମିତି ବନ୍ଧୁକ ମୁନରେ କରିଥିଲା ଲୁଟ

472

କନକ ବ୍ୟୁରୋ : ବ୍ୟାଙ୍କ ଲୁଟର ଡେମୋ ଦେଖାଇଲା ଅଭିଯୁକ୍ତ ସୌମ୍ୟରଂଜନ । ତଦନ୍ତକାରୀ ଅଧିକାରୀଙ୍କୁ କହିଲା, କେମିତି ଆସିଥିଲା, କେମିତି ବନ୍ଧୁକ ମୁନରେ କରିଥିଲା ଲୁଟ୍ । ବ୍ୟାଙ୍କ ଅଫ ଇଣ୍ଡିଆ ବରିମୁଣ୍ଡ ଶାଖାରେ ଲୁଟର ଡେମୋ ଦେଖାଇଛି ଅଭିଯୁକ୍ତ । ସେପଟେ ଲୁଟର ଲାଇଭ ଦୃଶ୍ୟ ସାମ୍ନାକୁ ଆସିଛି । ରାଜଧାନୀରେ ଦୁଇ ଦୁଇଟି ବ୍ୟାଙ୍କରେ ଲୁଟ୍ କରିଥିଲା ୱାନ୍ ମ୍ୟାନ୍ ଆର୍ମି । ଏବେ ସାମ୍ନାକୁ ଆସିଛି ଏହି ବ୍ୟାଙ୍କ ଲୁଟର ସିସିଟିଭି ଚିତ୍ର ।

କେମିତି ଖେଳନା ବନ୍ଧୁକ ଧରି ସମସ୍ତଙ୍କୁ ଭୟଭୀତ କରାଇ ସେ ଲୁଟ୍ କରୁଥିଲା ତାହାର ସିସିଟିଭି ଭିଜୁଆଲ୍ ନେଇ ଅଧିକ ଖୋଳତାଡ କରୁଛି କମିଶନରେଟ୍ ପୋଲିସ । ଭୁବନେଶ୍ୱର ବ୍ୟାଙ୍କ ଅଫ ଇଣ୍ଡିଆ ବରିମୁଣ୍ଡ ଶାଖାରୁ ଏବଂ ନନ୍ଦନବିହାର ଇଣ୍ଡିଆନ ଓଭରସିଜ ବ୍ୟାଙ୍କର ଏକ୍ସକ୍ଲୁସିଭ ଚିତ୍ର ହସ୍ତଗତ ହୋଇଛି ।