କନକ ବ୍ୟୁରୋ: ନିଲାମ ହେବନି ସନ୍ନି ଦେଓଲଙ୍କ ଘର । ନିଲାମ ନୋଟିସ ଫେରାଇନେଲା ବ୍ୟାଙ୍କ । ଋଣ ପରିଶୋଧ କରିନଥିବାରୁ ୫୬କୋଟି ଟଙ୍କାରେ ଘର ନିଲାମ ପାଇଁ ହୋଇଥିଲା ନୋଟିସ୍ । ବୈଷୟିକ କାରଣ ଦର୍ଶାଇ ବ୍ୟାଙ୍କ ନୋଟିସ୍ ଫେରାଇନେଇଛି । କିନ୍ତୁ ଏବେ ବ୍ୟାଙ୍କ ନୋଟିସ ଫେରାଇନେବା ପରେ ରାଜନୀତି ତେଜିଛି ।

କଂଗ୍ରେସ ସାଂସଦ ଜୟରାମ ରମେଶ ଏହି ଘଟଣାକୁ ନେଇ ମୁଁହ ଖୋଲିଛନ୍ତି । ଜୟରାମ ରମେଶ କହିଛନ୍ତି ୨୪ ଘଂଟା ମଧ୍ୟରେ ବିଜେପି ସାଂସଦଙ୍କୁ ମିଳିଥିବା ନୋଟିସ୍ ଫେରାଇନେବା ନିଷ୍ପତି ପଛର କାରଣ କଣ । ସେହିପରି ବୈଷୟିକ କାରଣ କଣ ବୋଲି କଂଗ୍ରେସ ସାଂସଦ ପ୍ରଶ୍ନ ଉଠାଇଛନ୍ତି । ଶନିବାର ସନ୍ନିଙ୍କ ମୁମ୍ବାଇ ଜୁହୁସ୍ଥିତ ଘର ନିଲାମ ନେଇ ବ୍ୟାଙ୍କ ତରଫରୁ ବିଜ୍ଞପ୍ତି ବାହାରିଛି । ସନ୍ନି ବ୍ୟାଙ୍କରୁ ବଡ ପରିମାଣର ଟଙ୍କା ଲୋନ୍ ନେଇଥିଲେ । ସେପ୍ଟେମ୍ବର ୨୫ ତାରିଖରେ ନିଲାମ ହେବା ପାଇଁ ବ୍ୟାଙ୍କ ସ୍ଥିର କରିଥିଲା । କିନ୍ତୁ ଏବେ ବ୍ୟାଙ୍କ ନୋଟିସ୍ ଫେରାଇନେବା ପରେ ସନ୍ନିଙ୍କୁ ଆଶ୍ୱସ୍ତି ମିଳିଛି ।