କନକ ବ୍ୟୁରୋ : ଗ୍ରାମାଞ୍ଚଳରେ ବ୍ୟାଙ୍କ ସେବା ତ୍ୱରାନ୍ୱିତ କରିବାକୁ ବ୍ୟାଙ୍କଗୁଡ଼ିକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ । ଏହାସହ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କିଭଳି ଲୋକଙ୍କ ପାଖରେ ପହଞ୍ଚିବ ଓ ଲୋକମାନେ ସୁବିଧାରେ ଋଣ ପାଇବେ ତାହା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି- ଏସଏଲବିସିର ୧୭୧ତମ ବୈଠକରେ ଅଧ୍ୟକ୍ଷତା କରି ଏହି ନିର୍ଦ୍ଦେଶ ଦେଇଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।
ଅର୍ଥମନ୍ତ୍ରୀ କହିଛନ୍ତି, ରାଜ୍ୟର ୬୭୯୮ ଗ୍ରାମ ପଞ୍ଚାୟତ ମଧ୍ୟରୁ ଏବେ ମାତ୍ର ୨୮୪୪ ଗ୍ରାମ ପଞ୍ଚାୟତରେ ବ୍ରିକ ଆଣ୍ଡ ମୋର୍ଟାର ବ୍ୟାଙ୍କ ଶାଖା ରହିଛି । ବଳକା ଗ୍ରାମ ପଞ୍ଚାୟତରେ ବ୍ୟାଙ୍କିଙ୍ଗ କରେସପଣ୍ଡେଣ୍ଟ ଓ ଉପଭୋକ୍ତା ସେବା କେନ୍ଦ୍ର ଜରିଆରେ ବ୍ୟାଙ୍କ ସେବା ଯୋଗାଇବାକୁ ବ୍ୟାଙ୍କଗୁଡ଼ିକ ବ୍ୟବସ୍ଥା କରିଛନ୍ତି । ହେଲେ ଏବେ ବି ରାଜ୍ୟର ୪ଟି ପଞ୍ଚାୟତରେ ବ୍ୟାଙ୍କ ସେବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ତେଣୁ କିଭଳି ସବୁ ପଞ୍ଚାୟତରେ ବ୍ୟାଙ୍କ ସେବା ପହଞ୍ଚିବ, ସେନେଇ ବ୍ୟାଙ୍କଗୁଡ଼ିକ ତୁରନ୍ତ ବ୍ୟବସ୍ଥା କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଅର୍ଥମନ୍ତ୍ରୀ । ଏହାସହ ବୈଠକରେ ମୋ ଘର ଯୋଜନା ଅଧୀନରେ କିଭଳି ସହଜରେ ଲୋକମାନେ ଋଣ ପାଇପାରିବେ ସେନେଇ ବ୍ୟାଙ୍କ ମାନଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/arukh-up-750x430-1.jpg)