କନକ ବ୍ୟୁରୋ : ବ୍ୟାଙ୍କ ଋଣ ସୁଝି ନପାରିବାରୁ ସାଂସଦ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ ଜମି ଦଖଲ ବେଳେ ଉତ୍ତେଜନା । ସୂଚନା ଅନୁସାରେ, ୨୦୧୩ରେ କଟକ ସେଲଟର ଛକ ସ୍ଥିତ ନେତାଜୀ ନଗରରେ ରହିଛି ଏହି ଜମି । ଜମି ପାଇଁ ୨୦୧୩ ମସିହାରେ ଗଣ୍ଡରପୁର ଅର୍ବାନ କୋ ଅପରେଟିଭ ବ୍ୟାଙ୍କରୁ ୫୬ ଲକ୍ଷ ଟଙ୍କାର ଲୋନ୍ ନେଇଥିଲେ ଅନୁପ୍ରାସ । କିନ୍ତୁ ପରେ ବ୍ୟାଙ୍କ କିସ୍ତି ଦେଉନଥିବା ବେଳେ ମୂଳ ଟଙ୍କା ମଧ୍ୟ ଜମା କରୁନଥିଲେ ।

Advertisment

ଏନେଇ ବ୍ୟାଙ୍କ ପକ୍ଷରୁ ବାରମ୍ବାର ନୋଟିସ କରାଯାଉଥିଲା । ହେଲେ ଟଙ୍କା ପୈଠ କରୁନଥିଲେ ଅନୁପ୍ରାସ । ଆଜି ସେହି ଜମିକୁ ଦଖଲକୁ ନେବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏହାକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକ । ଦଖଲ ପାଇଁ ଯାଇଥିବା ବ୍ୟାଙ୍କ କର୍ମଚାରୀଙ୍କ ସହ ସ୍ଥାନୀୟ ଲୋକେ ଯୁକ୍ତିତର୍କ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚିଥିବା ବେଳେ ଏବେବି ଉତ୍ତେଜନା ଲାଗି ରହିଛି ।