ଏଣିକି ବ୍ୟାଙ୍କ ଦେବ ଫାଇନ ! ଏଟିଏମରୁ ଟଙ୍କା ନବାହାରିଲେ ବ୍ୟାଙ୍କ ଦେବ ଦିନକୁ ଶହେ ଟଙ୍କା ।

66

ଆଜି କାଲି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ଲୋକମାନଙ୍କ ପାଇଁ ଜରୁରୀ ହୋଇପଡିଲାଣି । କାରଣ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ସେହିଭଳି ବ୍ୟାଙ୍କରେ ଖାତା ଖୋଲିବା ପରେ ଗ୍ରାହକ ମାନଙ୍କୁ ବିଭିନ୍ନ ପ୍ରକାର ଚାର୍ଜେସ ମଧ୍ୟ ଦେବାକୁ ପଡିଥାଏ । କିନ୍ତୁ କଣ ଆପଣଙ୍କୁ ଜଣାଅଛି କି ? କେଉଁ ପରିସ୍ଥିତିରେ ବ୍ୟାଙ୍କ ଗ୍ରାହକ ମାନଙ୍କୁ ଟଙ୍କା ଦେଇଥାଏ । ଭାତତୀୟ ରିଜର୍ଭ ବ୍ୟାଙ୍କ ଏହି ନିୟମ ବ୍ୟାଙ୍କମାନଙ୍କ ଉପରେ ଲାଗୁ କରିଛି । କିନ୍ତୁ ଲୋକମାନେ ଏହି ନିୟମ ଉପରେ ଅବଗତ ନଥିବାରୁ ଏହାର ଫାଇଦା ଉଠାଇ ପାରିନଥାନ୍ତି । ଏଟିଏମ ଜରିଆରେ କାରବାର କରିବା ସମୟରେ ଏହି ନିୟମ ଲାଗୁ ହୋଇଥାଏ ।

କଣ ଏହି ନିୟମ

ଅନେକ ଥର ଏପରି ଦେଖିବାକୁ ମିଳିଛି କି, ଉପଭୋକ୍ତାମାନେ ଏଟିଏମକୁ ଟଙ୍କା ଉଠାଇବାକୁ ଯାଇଥାନ୍ତି । ଡେବିଟ କାର୍ଡ ମାଧ୍ୟମରେ ଏଟିଏମରୁ ଟଙ୍କା ଉଠାଇଥାନ୍ତି । କିନ୍ତୁ କୌଣସି କାରଣରୁ ଆକାଉଣ୍ଟରୁ ବାଲାନ୍ସ କଟିଯାଏ କିନ୍ତୁ ଏଟିଏମରୁ ଟଙ୍କା ବାହାରିନଥାଏ । ଯଦି ଏପରି କେବେ ପରିସ୍ଥିତି ଦେଖଆଦିଏ ତେବେ ରିଜର୍ଭ ବ୍ୟାଙ୍କ ତରଫରୁ ଜାରି ହୋଇଥିବା ନିୟମ ଅନୁସାରେ ବ୍ୟାଙ୍କ ଗ୍ରାହକମାନଙ୍କ ଆକାଉଣ୍ଟରେ ପ୍ରତି ଦିନ ୧୦୦ ଟଙ୍କା ଲେଖାଏ ଜମା କରିବ ।

ବିସିଏସବିଆଇ ମୁତାବକ, ଯଦି ଆପଣ ଏଟିଏମରୁ ଟଙ୍କା ଉଠାଣ ସମୟରେ ଟଙ୍କା ନବାହାରି ଆକାଉଣ୍ଟରୁ ଟଙ୍କା କଟେ ତେବେ ସେଭଳି ପରିସ୍ଥିତିରେ ପ୍ରଥମେ ବ୍ୟାଙ୍କରେ ଏକ ଅଭିଯୋଗ କରିବାକୁ ପଡିଥାଏ । ବ୍ୟାଙ୍କ ଏହି ସମସ୍ୟାକୁ ମାତ୍ର ୭ ଦିନ ମଧ୍ୟରେ ସମାଧାନ କରିବା ଅନିର୍ବାର୍ଯ୍ୟ ହୋଇଥାଏ । ଯଦି ୭ ଦିନ ମଧ୍ୟରେ ବ୍ୟାଙ୍କ ଗ୍ରାହକଙ୍କ ଅଭିଯୋଗର ନିବାରଣ ନକରେ ତେବେ ବ୍ୟାଙ୍କ ଗ୍ରାହକଙ୍କ ଆକାଉଣ୍ଟରେ ପ୍ରତିଦିନ ୧୦୦ ଟଙ୍କା ଲେଖଆଏ ଜମା କରିବାକୁ ବାଧ୍ୟ ହୋଇଥାଏ । ଟଙ୍କା ଜମା କରିବା ପାଇଁ ଗ୍ରାହକଙ୍କୁ କୌଣସି ପଦକ୍ଷପ ନେବାକୁ ପଡିନଥାଏ । ବ୍ୟାଙ୍କ ନିଜ ତରଫରୁ ଗ୍ରାହକଙ୍କ ଆକାଉଣ୍ଟରେ ପ୍ରତିଦିନ ଏକ ଶହ ଟଙ୍କା ଜମା କରି ଚାଲିଥାଏ । କିନ୍ତୁ ଗ୍ରାହକମାନେ ମଧ୍ୟ ଗୋଟିଏ କଥା ଧ୍ୟାନରେ ରଖିବା ନିହାତି ଆବଶ୍ୟକ , ଏଟିଏମ କାରବାର କରିବା ସମୟରେ ଅସୁବିଧାରେ ପଡିଲେ ୩୦ ଦିନ ମଧ୍ୟରେ ବ୍ୟାଙ୍କରେ ଅଭିଯୋଗ କରିବାକୁ ପଡିଥାଏ । ଯଦି କୌଣସି ବ୍ୟକ୍ତି ୩୦ ଦିନ ପରେ ଅଭିଯୋଗ କରେ ତେବେ ତାଙ୍କ ଉପରେ ଏହି ନିୟମ ଲାଗୁ ହେବନାହିଁ ।