ଲୁଟର ଗୁରୁବାର : ଝାରସୁଗୁଡା ବ୍ୟାଙ୍କ ଅଫ ଇଣ୍ଡିଆରୁ ୫୦ ଲକ୍ଷ ଓ ଢେଙ୍କାନାଳ ୟୁକୋ ବ୍ୟାଙ୍କ ସାମ୍ନାରୁ ୧୦ ଲକ୍ଷ ଲୁଟ୍

28

ଝାରସୁଗୁଡା ,ଢେଙ୍କାନାଳ :ବ୍ୟାଙ୍କରେ କଳାକନା ବୁଲାଇଲେ ଲୁଟେରା । ଦିନ ଦ୍ୱିପହରେ ଲୁଟି ନେଲେ ଲକ୍ଷାଧିକ ଟଙ୍କା । ବନ୍ଧୁକ ମୁନରେ ଝାରସୁଗୁଡା ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ହୋଇଛି ପାଖାପାଖି ୫୦ ଲକ୍ଷରୁ ଅଧିକ ଟଂକାର ଲୁଟ୍ । ୬ରୁ ୭ ଜଣ ବ୍ୟକ୍ତି ଅଚାନକ ବ୍ୟାଙ୍କ ଭିତରକୁ ପଶିଆସିଥିଲେ । ପ୍ରଥମେ ଗ୍ରାହକ ଓ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇ କୋଠରିରେ ବନ୍ଦ କରିଦେଇଥିଲେ । ଏହାପରେ ମ୍ୟାନେଜରଙ୍କୁ ବନ୍ଧୁକ ଦେଖାଇ ଷ୍ଟ୍ରଂଗ୍ ରୁମର ଚାବିନେଇ ଲୁଟିନେଇଛନ୍ତି ଲକ୍ଷାଧିକ ଟଙ୍କା । ପ୍ରମାଣକୁ ନଷ୍ଟ କରିବା ପାଇଁ ବ୍ୟାଙ୍କରେ ଲାଗିଥିବା ସିସଟିଭି ଫୁଟେଜ୍ରେକର୍ଡ ବକ୍ସକୁ ସାଥିରେ ନେଇଯାଇଛନ୍ତି ଲୁଟେରା । ପୁଲିସ ଘଟଣାସ୍ଥଳରେ ପହଂଚି ତନାଘନା ଚଳାଇଛି । ସେପଟେ ଢେଙ୍କାନାଳ ୟୁକୋ ବ୍ୟାଙ୍କ ସାମ୍ନାରୁ ୧୦ ଲକ୍ଷ ଲୁଟ୍ କରିଛନ୍ତି ଲୁଟେରା।