ଭୁବନେଶ୍ୱରରେ ଉଦଘାଟିତ ହେଲା ବ୍ୟାଙ୍କ ଅଫ ବରୋଦାର ମିଡ୍ କର୍ପୋରେଟ ଶାଖା । କର୍ପୋରେଟ ପ୍ରସ୍ତାବର ଶୀଘ୍ର ହେବ ପ୍ରକ୍ରିୟାକରଣ

Advertisment
ଭୁବନେଶ୍ୱରରେ ଉଦଘାଟିତ ହେଲା ବ୍ୟାଙ୍କ ଅଫ ବରୋଦାର ମିଡ୍ କର୍ପୋରେଟ ଶାଖା । କର୍ପୋରେଟ ପ୍ରସ୍ତାବର ଶୀଘ୍ର ହେବ  ପ୍ରକ୍ରିୟାକରଣ

କନକ ବ୍ୟୁରୋ : ଏକ ରଣନୀତିକ ପଦକ୍ଷେପରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍ ବରୋଦା ଏହାର କର୍ପୋରେଟ୍ ବ୍ୟାଙ୍କିଙ୍ଗ୍ ଭର୍ଟିକାଲ୍କୁ ପୁନ ସଂଗଠିତ କରି ଏହାକୁ ଦୁଇଟି ୟୁନିଟ୍ - ବୃହତ କର୍ପୋରେଟ୍ ଏବଂ ମିଡ୍ କର୍ପୋରେଟରେ ବିଭକ୍ତ କରିଛନ୍ତି । ବ୍ୟାଙ୍କ ସୂତ୍ର ଅନୁଯାୟୀ ଏହା କର୍ପୋରେଟ୍ ପ୍ରସ୍ତାବଗୁଡ଼ିକର ଶୀଘ୍ର ପ୍ରକ୍ରିୟାକରଣ ଏବଂ ଉଭୟ ଗ୍ରାହକ ବିଭାଗକୁ ଫଳପ୍ରଦ ଭାବରେ ସେବା ଯୋଗାଇବାକୁ ସାହାଯ୍ୟ କରିବ ।

ଏହି କ୍ରମରେ ମଧ୍ୟମ କର୍ପୋରେଟ୍ ସେଗମେଣ୍ଟରେ ଏହାର ବଜାର ଅଂଶଧନ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖି ବ୍ୟାଙ୍କ ଏହାର ନୂତନ ମିଡ୍ କର୍ପୋରେଟ୍ ଶାଖା ଭୁବନେଶ୍ୱରରେ ଆରମ୍ଭ କରିଛି। ୨୮.୧୧.୨୦୨୨ ରେ ଭୁବନେଶ୍ୱରର ଗଙ୍ଗନଗରରେ ବ୍ୟାଙ୍କର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦେବଦତ୍ତ ଚାନ୍ଦଙ୍କ ଦ୍ୱାରା ଏହି ଶାଖା ଉଦଘାଟନ କରାଯାଇଛି ।

ଏହି ଅବସରରେ ଶ୍ରୀ ଚାନ୍ଦ କହିଛନ୍ତି, ମଧ୍ୟମ ଆକାରର କମ୍ପାନୀଗୁଡିକ ଦ୍ୱାରା କ୍ରେଡିଟ୍ ର ଚାହିଦା ବୃଦ୍ଧି ହୋଇଛି; କ୍ରେଡିଟ୍ ଅଭିବୃଦ୍ଧିରେ ତ୍ୱରାନ୍ୱିତ ହେବା ସହିତ ଆର୍ଥିକ କାର୍ୟ୍ୟକଳାପ ବୃଦ୍ଧି ପାଉଥିବାରୁ ଆମେ ବିଶ୍ୱାସ କରୁ ଯେ ମଧ୍ୟ-କର୍ପୋରେଟ୍ ସେଗମେଣ୍ଟ ରେ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ରହିଛି। ତେଣୁ ବ୍ୟାଙ୍କ ବର୍ତ୍ତମାନ ଏହି ସେଗମେଣ୍ଟରେ ଉପଲବ୍ଧ ବୃହତ ପରିସରକୁ ଟ୍ୟାପ୍ କରିବା ଉପରେ ଧ୍ୟାନ ଦେଉଛି ।

ବ୍ୟାଙ୍କ ର ପାଟନା ଜୋନର ଜୋନାଲ ହେଡ ଶ୍ରୀ ସୋନମ ଟି ଭୁଟିଆ ମଧ୍ୟମ କର୍ପୋରେଟର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ଉପସ୍ଥିତ ଡେପୁଟି ଜେନେରାଲ୍ ମ୍ୟାନେଜର ଶ୍ରୀ ଆର କେ ମହାନ୍ତି କହିଥିଲେ ଏହି ବିଶେଷ ଶାଖାଗୁଡ଼ିକ ଗ୍ରାହକମାନଙ୍କୁ ସମାଧାନର ଏକ ବିସ୍ତୃତ ପରିସର ପ୍ରଦାନ କରିବ ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଏକ ଦ୍ରୁତ ଗତି ସମୟ ନିଶ୍ଚିତ କରିବ । ଏହି ଉତ୍ସବରେ ଭୁବନେଶ୍ୱର ଆଞ୍ଚଳିକ ମୁଖ୍ୟ ଶ୍ରୀ ରାଜୀବ କୃଷ୍ଣ ଏବଂ ଅନ୍ୟ ବ୍ୟାଙ୍କ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe