ବ୍ୟାଙ୍କ୍ ଅଫ୍ ବରୋଦାରେ ଚାକିରୀ ସୁଯୋଗ ! ଶୀଘ୍ର କରନ୍ତୁ ଆବେଦନ 

Advertisment
ବ୍ୟାଙ୍କ୍ ଅଫ୍ ବରୋଦାରେ ଚାକିରୀ ସୁଯୋଗ ! ଶୀଘ୍ର କରନ୍ତୁ ଆବେଦନ 

image courtesy- http://www.ways2capital.com

ବ୍ୟାଙ୍କରେ ଚାକିରୀ କରିବା ପାଇଁ କିଏ ବା ନଚାହେଁ । ଆଜିକାଲି ସମସ୍ତେ ବ୍ୟାଙ୍କରେ ଚାକିରୀ କରିବେ  ଅନେକ ପରିଶ୍ରକ କରୁଛନ୍ତି । ତେବେ ଆପଣ ବି ଯଦି ବ୍ୟାଙ୍କରେ ଚାକିରୀ କରିବା ପାଇଁ ଚାହୁୁଁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ବ୍ୟାଙ୍କ୍ ଅଫ୍ ବରୋଦାରେ ସ୍ପେସିଆଲିଷ୍ଟ ଅଫିସର ପଦ ପାଇଁ ଆବେଦନ ପ୍ରକ୍ରିୟା ଚାଲିଛି । ଏଥିପାଇଁ ବ୍ୟାଙ୍କ୍ ଅଫ୍ ବରୋଦା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ବ୍ୟାଙ୍କ୍ ଅଫ ବରୋଦା ୱେବସାଇଟ୍ ଦେଖିପାରନ୍ତି । ଯୋଗ୍ୟ ପ୍ରାର୍ଥୀ ଅନଲାଇନ୍ ଆବେଦନ କରିପାରିବେ । ୧୪ ନଭେମ୍ବର ୨୦୧୭ ରୁ ୦୫ ଡିସେମ୍ବର ୨୦୧୭ ମଧ୍ୟରେ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ । ସୂଚନା ଅନୁସାରେ ଆବେଦନ ତାରିଖ ୮ ଡିସେମ୍ବର ୨୦୧୭ ପର୍ଯ୍ୟନ୍ତ ବଢ଼ିପାରେ ।

ପଦ ବିଷୟରେ ବିବରଣୀ – ବ୍ୟାଙ୍କ ଅଫ୍ ବରୋଦାରେ ସ୍ପେସିଆଲିଷ୍ଟ ଅଫିସର ପାଇଁ ପଦବୀ ଖାଲି ଅଛି ।

ଖାଲି ପଦବୀ ସଂଖ୍ୟା – ୪୨୮

ଶିକ୍ଷାଗତ ଯୋଗ୍ୟତା – ଶିକ୍ଷାଗତ ଯୋଗ୍ୟତା ବିଷୟରେ ସଠିକ୍ ବିବରଣୀ ଜାଣିବା ପାଇଁ ଆପଣ ୱେବସାଇଟ୍ ଯାଇ ଚେକ୍ କରନ୍ତୁ ।

କେମିତି କରିବେ ଆବେଦନ - ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ବ୍ୟାଙ୍କ୍ ଅଫ୍ ବରୋଦାର ୱେବସାଇଟ୍ ଯାଇ ନୋଟିଫିିକେସନକୁ ଧ୍ୟନ ସହକାରେ ପଢ଼ନ୍ତୁ ଓ ଆବେଦନ କରନ୍ତୁ ।

ଅନଲାଇନ୍ ଆବେଦନ ପାଇଁ –

୧. ଆବେଦନ କରବା ପୂର୍ବରୁ ପ୍ରାର୍ଥୀଙ୍କର ଏକ ସଠିକ୍ ମେଲ୍ ଆଇଠି ଓ ପଞ୍ଜୀକୃତ ଫୋନ ନମ୍ବର୍ ରହିବା ଜରୁରୀ ।

୨. www.bankofbaroda.co.in  ଯାଇ ଆଦେବନ କରନ୍ତୁ

 ୩. ତା’ପରେ  Career Opportunities  ଉପରେ କ୍ଲିକ୍ କରନ୍ତୁ

୪. ଆପଣ ଚାହୁଁଥିବା ପୋଷ୍ଟ ଉପରେ କ୍ଲିକ୍ କରନ୍ତୁ

୫. ଧ୍ୟାନ ସହକାରେ ଫର୍ମ ପୂରଣ କରନ୍ତୁ

୬. ଭବିଷ୍ୟତ ପାଇଁ ଅନଲାଇନ୍ ଆପ୍ଲିକେସନର ଏକ ପ୍ରିଣ୍ଟ୍ ଆଉଟ୍ ରଖନ୍ତୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe