ବେରୋଜଗାରୀଙ୍କ ପାଇଁ ଖୁସି ଖବର ! ୫୯୦ଟି ପଦ ପାଇଁ ବ୍ୟାଙ୍କ ଅଫ ବରୋଦାରେ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ କିପରି କରିବେ ଆବେଦନ । 

67

ବର୍ତ୍ତମାନ ସମୟରେ ଅଧିକାଂଶ ଛାତ୍ରଛାତ୍ରୀ ବ୍ୟାଙ୍କିଂ ଦିଗରେ ମନବଳାଉଛନ୍ତି । ତେବେ ବ୍ୟାଙ୍କରେ ଚାକିରୀ ଖୋଜୁଥିବା ଆଶାୟୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ବ୍ୟାଙ୍କ ଅଫ ବରୋଦା ପକ୍ଷରୁ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଯେଉଁଥିରେ ଏରିଆ ସେଲ୍ସ ମ୍ୟାନେଜର, ଟିମ ଲିଡର, ସେଲ୍ସ ଏକଜିକ୍ୟୁଟିଭ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ଭଳି ପଦବୀ ରହିଛି । ଏଥର ଅଲଗା ଅଲଗା ନୋଟିଫିକେଶନ ଜାରି କରି ଆବେଦନ କରିବାକୁ ବ୍ୟାଙ୍କ ଅଫ ବରୋଦା ପକ୍ଷରୁ କୁହାଯାଇଛି । ଏବଂ ସେଲ୍ସ ଟିମ ପାଇଁ କରାଯାଇଥିବା ବିଜ୍ଞପ୍ତିରେ ୫୯୦ ଜଣ ଆଶାୟୀଙ୍କୁ ଚୟନ କରାଯିବ । ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବା ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟରେ ଯାଇ ଆବେଦନ କରିପାରିବେ ।

ପଦର ବିବରଣୀ :

ଏହି ପଦବୀ ଗୁଡିକରେ ମୋଟ ୫୯୦ଟି ପଦ ପାଇଁ ନିଯୁକ୍ତି କରାଯିବ । ଯେଉଁଥିରେ ୨୫ଟି ଏରିଆ ସେଲ୍ସ ମ୍ୟାନେଜର, ୬୫ ଟିମ ଲିଡର ଏବଂ ୫୦୦ ସେଲ୍ସ ଏକଜିକ୍ୟୁଟିଭ ପଦ ସାମିଲ ରହିଛି ।

ଯୋଗ୍ୟତା :

ସମସ୍ତ ପଦର କାର୍ଯ୍ୟ ଅନୁସାରେ, ଆଶାୟୀମାନଙ୍କର ଯୋଗ୍ୟତା ସ୍ଥିର କରାଯାଇଛି । ଏଥିରେ ଏରିଆ ସେଲ୍ସ ମ୍ୟାନେଜର ଏବଂ ଟିମ ଲିଡର ପଦ ପାଇଁ ଆଶାୟୀମାନେ ଗ୍ରାଜୁଏଶନ ପାସ କରିବା ନିହାତି ଆବଶ୍ୟକ । ସେହିପରି ସେଲ୍ସ ଏକଜିକ୍ୟୁଟିଭ ପଦ ପାଇଁ ଆଶାୟୀ ଇଞ୍ଜିନିୟରିଂ ଡିପ୍ଲୋମା କରିଥିବା ଆବଶ୍ୟକ ।

ବୟସ ସୀମା :

ଏରିଆ ସେଲ୍ସ ମ୍ୟାନେଜର ପଦ ପାଇଁ ବୟସ ସୀମା ୩୦ ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ସେହିପରି ଟିମ ଲିଡର ପଦ ପାଇଁ ୨୫ ରୁ ୪୦ ବର୍ଷ ଏବଂ ସେଲ୍ସ ଏକଜିକ୍ୟୁଟିଭ ପଦ ପାଇଁ ୨୧ ରୁ ୩୫ ବର୍ଷ ପର୍ଯ୍ୟନ୍ତ ବୟସ ହୋଇଥିବା ଆଶାୟୀ ଆବେଦନ କରିପାରିବେ ।

ଆବେଦନ ଶୁଳ୍କ :

ଏହି ପଦ ଗୁଡିକ ପାଇଁ ଆବେଦନ କରିବାକୁ ହେଲେ ଆଶାୟୀ ମାନଙ୍କୁ କୌଣସି ଶୁଳ୍କ ଦେବା ପାଇଁ ପଡିବ ନାହିଁ ।

ଆବେଦନର ଅନ୍ତିମ ତାରିଖ :

ପଦ ଗୁଡିକରେ ଆବେଦନ କରିବା ପାଇଁ ଅନ୍ତିମ ତାରିଖ ମେ ୨୫ ତାରିଖ ୨୦୧୮ ରଖାଯାଇଛି ।

କେମିତି କରିବେ ଆବେଦନ :

ଆଶାୟୀ ପ୍ରାର୍ଥୀମାନେ salesforce.bob@bobcards.com ନିଜ ବାୟୋଡାଟା ପଠାଇ ପାରିବେ ଏହା ସହ ଇମେଲ ଜରିଆରେ ଆଶାୟୀମାନଙ୍କୁ ପଦବୀ ସମ୍ପର୍କରେ ସୂଚନା ଦେବାକୁ ପଡିବ ।

ଚୟନ ପ୍ରକ୍ରିୟା :

ଏହି ପଦବୀଗୁଡିକ ପାଇଁ ଆଶାୟୀମାନଙ୍କୁ ରିଟେନ ଆପ୍ଟିଚ୍ୟୁଡ ଟେଷ୍ଟ ଏବଂ ଇଣ୍ଟରଭ୍ୟୁ ପ୍ରଦର୍ଶନ ଆଧାରରେ ଚୟନ କରାଯିବ ।