କୃଷି ଗ୍ରାହକଙ୍କ ସହ ଯୋଡି ହେବାକୁ ବ୍ୟାଙ୍କ ଅଫ୍ ବରୋଦାର ନିଆରା ପ୍ରୟାସ, ଭୁବନେଶ୍ୱରରେ ଉଦଘାଟିତ ହେଲା ‘ବରୋଦା କିସାନ ପଖୱାଡା’

Advertisment
କୃଷି ଗ୍ରାହକଙ୍କ ସହ ଯୋଡି ହେବାକୁ ବ୍ୟାଙ୍କ ଅଫ୍ ବରୋଦାର ନିଆରା ପ୍ରୟାସ, ଭୁବନେଶ୍ୱରରେ ଉଦଘାଟିତ ହେଲା ‘ବରୋଦା କିସାନ ପଖୱାଡା’

କନକ ବ୍ୟୁରୋ : ବ୍ୟାଙ୍କ ଅଫ ବରୋଦାର ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ବରୋଦା କିସାନ ପଖୱାଡର ପଞ୍ଚମ ସଂସ୍କରଣ ଉଦଘାଟିତ ହୋଇଯାଇଛି । ଏଥିରେ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦେବଦତ୍ତ ଚାନ୍ଦ ଖୋର୍ଦ୍ଦାସ୍ଥିତ ଜୟ ରାଜଗୁରୁ ଟାଉନହଲ ଠାରେ ଏହାକୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସୋନମ ଟି ଭୁତିଆ, ‘ପାଟନା ଜୋନର ମହାପ୍ରବନ୍ଧକ ’ ଆରକେ ମହାନ୍ତି, (ଏନଡିଜିଏମ-୧, ପାଟନା ଜୋନ), ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ରାଜୀବ କ୍ରିଷ୍ଣା, କଟକ କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ରଞ୍ଜିତ କୁମାରଙ୍କ ସମେତ ବ୍ୟାଙ୍କର ଶାଖା ମୁଖ୍ୟ ଓ କ୍ଷେତ୍ରୀୟ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହାସହ ୭୫ ଟି ସ୍ୱଂୟ ସହାୟକ ଗୋଷ୍ଠୀର ୭୫୦ ଜଣ ସଦସ୍ୟ ବି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଦେବଦତ୍ତ ଚାନ୍ଦ କହିଥିଲେ କି ବ୍ୟାଙ୍କ ଅଫ ବରୋଦା ଏକ ଅଗ୍ରଣୀ ରାଷ୍ଟ୍ରାୟତ ବ୍ୟାଙ୍କ । ଏହାସହ ଭାରତୀୟ କୃଷି ସଂପ୍ରଦାୟ ସହିତ ଏହା ଗଭୀର ଭାବେ ଜଡିତ ରହିଛି ବୋଲି ସେ କହିଥିଲେ ।

ବ୍ୟାଙ୍କ ଅଫ୍ ବରୋଦା ଗ୍ରାମୀଣ ଓ ଅର୍ଦ୍ଧ ସହରାଞ୍ଚଳକୁ ମୁଖ୍ୟ ବ୍ୟାଙ୍କିଙ୍ଗ୍ ସୂତ୍ରସହ ସଂଯୁକ୍ତ କରିବା ଓ କୃଷି କାର୍ଯ୍ୟରେ ସକ୍ଷମ କରିବାରେ ବୃଦ୍ଧି କରିଥାଏ ବୋଲି ସେ ପ୍ରକାଶ କରିଥିଲେ । ବରୋଦା କିସାନ ପଖୱାଡା ବ୍ୟାଙ୍କିଙ୍ଗ ଇଣ୍ଡଷ୍ଟ୍ରିଜର ଏକ ନିଆରା ପଦକ୍ଷେପ, ଯାହା କୃଷି ଗ୍ରାହକଙ୍କ ସହ ବ୍ୟାଙ୍କର ସଂପର୍କକୁ ମଜବୁତ କରିଥାଏ ।

ଏହି କାର୍ଯ୍ୟକ୍ରମ ଅବସରରେ ସ୍ୱଂୟ ସହାୟକ ଗୋଷ୍ଠୀ ଓ ଅନ୍ୟାନ୍ୟ କୃଷି ଭିତ୍ତିକ କାର୍ଯ୍ୟ ନିମନ୍ତେ ବ୍ୟାଙ୍କ ପକ୍ଷରୁ ୫୧ କୋଟି ଟଙ୍କା ଋଣ ବିତରଣ କରାଯାଇଥିଲା । ୨୦୧୮ ମସିହାରୁ ଆରମ୍ଭ ହୋଇଥିବା କିସାନ ପଖୱାଡା କୃଷି ସଂପ୍ରଦାୟ ସହ ଜଡିତ ହେବା ଏବଂ ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବିଭିନ୍ନ ଉତ୍ପାଦ ଓ ଯୋଜନା ବାବଦରେ ସଚେତନତା ସୃଷ୍ଟି କରବା ପ୍ଲାଟଫର୍ମ ସୃଷ୍ଟି କରାଯାଇଛି ।

ବ୍ୟାଙ୍କ ଅଫ୍ ବରୋଦାର ‘ବରୋଦା କିସାନ ପଖୱାଡା’ କାର୍ଯ୍ୟକ୍ରମ ମାଧ୍ୟମରେ ୪.୫ ଲକ୍ଷ କୃଷକଙ୍କ ପାଖରେ ପହଂଚିବାକୁ ଲକ୍ଷ୍ୟ ରଖିଛି । ଚଳିତ ବର୍ଷ ଏହି କିସାନ ପାଖୱାଡା କାର୍ଯ୍ୟକ୍ରମରେ କଟକ ଓ ଭୁବନେଶ୍ୱର ଶାଖା ଯୋଗ ଦେଇଥିଲେ । ଏଥିରେ କୃଷକ ସମ୍ମିଳନୀ, ଚୌପାଲ, ମୃକା ପରୀକ୍ଷଣ ଶିବିର, ଗୋରୁଙ୍କ ସ୍ୱାସ୍ଥ୍ୟ ଯାଂଚ ଶିବିର ଆଦି ବିଭିନ୍ନ କାର୍ଯ୍ୟକ୍ରମ ଅଧିକରୁ ଅଧିକ ସଂଖ୍ୟକ ଗ୍ରାହକଙ୍କ ପାଖରେ ପହଂଚାଇବାକୁ ଆୟୋଜନ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe