ଭତ୍ତା ହିତାଧିକାରୀଙ୍କୁ ବ୍ୟାଙ୍କ ଅଡୁଆ। ହାଟଡିହିରୁ ଆସିଲା ଭତ୍ତା ଅବ୍ୟବସ୍ଥାର ଅସଲ ଚିତ୍ର

ଭତ୍ତା ହିତାଧିକାରୀଙ୍କୁ ବ୍ୟାଙ୍କ ଅଡୁଆ। ହାଟଡିହିରୁ ଆସିଲା ଭତ୍ତା ଅବ୍ୟବସ୍ଥାର ଅସଲ ଚିତ୍ର

କନକ ବ୍ୟୁରୋ: ହିତାଧିକାରୀଙ୍କୁ କନ୍ଦାଉଛି ଭତା ଯୋଜନା । ପୂର୍ବରୁ ପଞ୍ଚାୟତରୁ ପାଉଥିଲେ ଭତା । ହେଲେ ଏବେ ବ୍ୟାଙ୍କ ବ୍ୟବସ୍ଥା ଯୋଗୁ ଭତା ପାଇବାରେ ସମସ୍ୟା ଉପୁଜିଛି । ବୟସର ଅପରାହ୍ନରେ ବୃଦ୍ଧବୃଦ୍ଧାଙ୍କ ପାଇଁ ଏହି ଭତା ଜରୁରୀ ହୋଇପଡିଥିବା ବେଳେ ଏବେ ବ୍ୟାଙ୍କ ଯୋଗୁ ବହୁ ଅସୁବିଧା ଭୋଗୁଛନ୍ତି ହିତାଧିକାରୀ । ହାଟଡିହିର ବିଭିିନ୍ନ ସ୍ଥାନରେ ବୃଦ୍ଧବୃଦ୍ଧା ମାନେ ଭତା ଗଣ୍ଡାକ ପାଇଁ ବିଭିନ୍ନ ସ୍ଥାନକୁ ଦଉଡି ଦଉଡି ନୟାନ୍ତ ହେଲେଣି । ମାସ ମାସ ଧରି ସେମାନଙ୍କୁ ଭତା ମିଳିନଥିବା ବେଳେ ଧାର କରଜ କରି ନୟାନ୍ତ ହୋଇଗଲେଣି ହିତାଧିକାରୀା

କିଏ ବିଭିନ୍ନ ସ୍ଥାନରେ ଧାର କରଜ କରିଛି ତ ଆଉ କିଏ ଟଙ୍କା ନଥିବାରୁ ଓøଷଧ ଟିକେ ଯୋଗାଡ କରିପାରୁନି । ପ୍ରାୟ ବ୍ଲକର ୪ରୁ ୫ ହଜାର ବୃଦ୍ଧ ବୃଦ୍ଧା ଓ ଦିବ୍ୟାଙ୍ଗ ଏହି ସବୁ ଭତା ପାଇବାରୁ ବଞ୍ଚିତ ରହିଛନ୍ତି । ସେହିଭଳି କିଛି ହିତାଧିକାରୀଙ୍କ ଟଙ୍କା ଅନ୍ୟ ଆକାଉଣ୍ଟକୁ ଚାଲିଯାଇଥିବାରୁ କିଭଳି ଟଙ୍କା ଫେରିପାଇବେ ସେ ନେଇ ଚିନ୍ତା ବଢିଯାଇଛି । ଏନେଇ ଅଭିଯୋଗ ପରେ ସମସ୍ୟା ବୁଝିବାକୁ ପ୍ରତିଶ୍ରୁତି ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe