ଏଟିଏମରୁ ୫ ଥରରୁ ଅଧିକ ଟଙ୍କା ଉଠାଣରେ ଲାଗିବ ଚାର୍ଜ
କମିବ କାର ଓ ବାଇକର ଦାମ
ତେବେ ଅଗଷ୍ଟ ୧ ରୁ କେଉଁ ନିୟମ ବଦଳୁଛି ଜାଣିରଖନ୍ତୁ...
ସର୍ବନିମ୍ନ ବାଲାନ୍ସର ପରିବର୍ତନ
ଇ ବାଣିଜ୍ୟ କମ୍ପାନୀଗୁଡିକ ପାଇଁ ନିୟମ ପରିବର୍ତ୍ତନ ହେବ
ଚାଷୀଙ୍କ ପାଇଁ ବି ରହିଛି ଖୁସି ଖବର
କନକ ବ୍ୟୁରୋ : ଆସନ୍ତାକାଲିଠାରୁ ଦେଶରେ ବଦଳିବାକୁ ଯାଉଛି ଏହି ନିୟମ । ଯଦି ଆପଣ ଡିଜିଟାଲ କାରବାର ନିତିଦିନ କରୁଛନ୍ତି ତେବେ ନିଶ୍ଚୟ ଭାବରେ ଧ୍ୟାନ ଦିଅନ୍ତୁ । କାରଣ ଏହାଦ୍ୱାରା ଆପଣ ପ୍ରଭାବିତ ହେବେ । ତେବେ ଆପଣ ଅନଲାଇନ ସପିଂ କରୁଥିଲେ ତେବେ ଏହି ଖାସ ଜିନିଷ ଉପରେ ଜାଣିବା ନିହାତି ଦରକାର । ତେବେ ଅଗଷ୍ଟ ୧ ରୁ କେଉଁ ନିୟମ ବଦଳୁଛି ଜାଣିରଖନ୍ତୁ...
ଏଟିଏମରୁ ଟଙ୍କା ଉଠାଇବା ଉପରେ ଚାର୍ଜ:
ଯଦି ଆପଣ ଏକ ମାସରେ ୫ ଥରରୁ ଅଧିକ ଥର ଟଙ୍କା ଉଠାନ୍ତି, ତେବେ ଆସନ୍ତାକାଲିଠାରୁ ୫ ଥର ଟଙ୍କା ଉଠାଣ ପରେ ଆପଣଙ୍କୁ ଟଙ୍କା ଉଠା ବାବଦରେ ଚାର୍ଜ ଦେବାକୁ ପଡିବ । ତେଣୁ ଆରବିଆଇ ନିୟମ ଅନୁସାରେ ହିଁ ଆପଣଙ୍କୁ ଗୋଟିଏ ମାସରେ ଧାର୍ଯ୍ୟଠାରୁ ଅଧିକ ଟଙ୍କା ଉଠାଣ କଲେ ଚାର୍ଜ ଦେବାକୁ ପଡିବ ।
ଅନ୍ୟପକ୍ଷରେ, ଯଦି ଏକ ଡେବିଟ୍ କାର୍ଡ ହଜିଯାଏ କିମ୍ବା ନଷ୍ଟ ହୋଇଯାଏ, ତେବେ ନୂତନ କାର୍ଡ ପାଇଁ ୨୦୦ ଟଙ୍କା ଦେବାକୁ ପଡିବ। ଟାଇଟାନିୟମ୍ ଡେବିଟ୍ କାର୍ଡ ପାଇଁ, ଆପଣଙ୍କୁ ବାର୍ଷିକ ୨୫୦ ଟଙ୍କା ଦେବାକୁ ପଡିବ ଜ୍ଝ ଆରବିଆଇ ନିର୍ଦ୍ଦେଶ ଅନୁଯାୟୀ, ଅଗଷ୍ଟ ୧ ରୁ ସଞ୍ଚୟ ଆକାଉଣ୍ଟରେ ସୁଧ ହାର ମଧ୍ୟ ବଦଳିବ।
ସର୍ବନିମ୍ନ ବାଲାନ୍ସର ପରିବର୍ତନ :
ଆସନ୍ତାକାଲିଠାରୁ କେତେକ ବ୍ୟାଙ୍କ ସର୍ବନିମ୍ନ ବାଲାନ୍ସ ଆଦାୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତିନୋଟି ମାଗଣା କାରବାର ପରେ ଗ୍ରାହକଙ୍କୁ ଚାର୍ଜ କରାଯିବ । ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ଆକ୍ସିସ୍ ବ୍ୟାଙ୍କ ଏବଂ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଏଥି ସହିତ, କେତେକ ବ୍ୟାଙ୍କ ସର୍ବନିମ୍ନ ବାଲାନ୍ସ ସୀମା ବୃଦ୍ଧି କରିପାରିବେ । ତାହା ହେଉଛି, ଯଦି ଆକାଉଣ୍ଟରେ ସର୍ବନିମ୍ନ ଜମା ଅପେକ୍ଷା କମ୍ ପରିମାଣର ରାଶି ଅଛି, ତେବେ ବ୍ୟାଙ୍କ ଜରିମାନା ଆଦାୟ କରିବ ।
କାର୍ ବାଇକ୍ ସୁଲଭ ହେବ:
ଯାନ ବୀମା ନିୟମର ପରିବର୍ତ୍ତନ ୧ ଅଗଷ୍ଟ ୨୦୨୦ ରୁ କାର୍ଯ୍ୟକାରୀ ହେବ । ଅଟୋ ଇନସୁରାନ୍ସ ନିୟମର ପରିବର୍ତ୍ତନ ହେବା ପରେ ନୂଆ କାର କିମ୍ବା ବାଇକ୍ ମୂଲ୍ୟ ହ୍ରାସ ହେବାର ବି ସମ୍ଭାବନା ରହିଛି ।
ଇ-ବାଣିଜ୍ୟ କମ୍ପାନୀଗୁଡିକ ପାଇଁ ନିୟମ ପରିବର୍ତ୍ତନ ହେବ:
ମେକ୍ ଇନ୍ ଇଣ୍ଡିଆ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ଅଗଷ୍ଟ ୧ ତାରିଖରୁ ସମସ୍ତ ଇ-କମର୍ସ କମ୍ପାନୀଗୁଡିକ ନିଜ ୱେବସାଇଟରେ ଉତ୍ପାଦ ସହିତ ଉତ୍ପତ୍ତି ଦେଶର ସୂଚନା ପ୍ରଦାନ କରିବାକୁ ବାଧ୍ୟ ହେବେ। ତାହା ହେଉଛି, କେଉଁ ଦେଶରେ ଉତ୍ପାଦ ତିଆରି ହେଉଛି କମ୍ପାନୀମାନଙ୍କୁ କହିବାକୁ ପଡିବ । ତେବେ ଅଧିକାଂଶ କମ୍ପାନୀ ଏହି ସୂଚନା ଦେବା ଆରମ୍ଭ କରି ଦେଇଛନ୍ତି।
ଚାଷୀଙ୍କ ପାଇଁ ରହିଛି ଖୁସି ଖବର :
କିସାନ ସମ୍ନାନନିଧି ଯୋଜନାର ଷଷ୍ଠ କିସ୍ତି ଅଗଷ୍ଟ ୧ ରୁ ଆରମ୍ଭ ହେବ । ଅଗଷ୍ଟ ୧ ତାରିଖରୁ ସରକାର ୨୦୦୦ ଟଙ୍କା ର ଷଷ୍ଠ କିସ୍ତି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବେ । ପ୍ରଧାନମନ୍ତ୍ରୀ ସମ୍ମାନ ଯୋଜନାରେ ୫ ନଂ ୧ ଏପ୍ରିଲ ୨୦୨୦ ମସିହାରେ ଚାଷୀଙ୍କ ଆକାଉଂଟକୁ ଦିଆଯାଇଥିଲା । ତେବେ ଏହି ନିୟମ ଗୁଡିକ ଆସନ୍ତାକାଲିଠାରୁ ପରିବର୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।
•
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/15-19.jpg)