ବ୍ୟାଙ୍କ କ୍ଷେତ୍ରରେ ବଡ଼ ସଂସ୍କାର କଲେ କେନ୍ଦ୍ର ସରକାର । ଦେଶରେ ଆର୍ଥିକ ମାନ୍ଦାବସ୍ଥା କୁ ଆଖି ଆଗରେ ରଖି ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ଆର୍ଥିକ ସଂସ୍କାର ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିଛନ୍ତି । ତେଣୁ ଅନେକ ପବ୍ଲିକ ସେକ୍ଟର ବ୍ୟାଙ୍କକୁ ମିଶ୍ରିତ କରି ଗୋଟିଏ ବ୍ୟାଙ୍କ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ମର୍ମରେ ପିଏନବି, ୟୁନାଇଟେଡ୍ ବ୍ୟାଙ୍କ ଏବଂ ଓବିସି ବ୍ୟାଙ୍କ ମିଶି ହେଲା ଗୋଟିଏ ବ୍ୟାଙ୍କ । ଯାହାର ମିଶ୍ରଣ କାରବାର ରହିଛି ୧୭.୯୫ ଲକ୍ଷ କୋଟି । ସେହିଭଳି କାନାରା ବ୍ୟାଙ୍କ ଓ ସିଣ୍ଡିକେଟ୍ ବ୍ୟାଙ୍କ ମିଶି ହେଲା ଗୋଟିଏ ବ୍ୟାଙ୍କ । ଯାହାର ମିଶ୍ରଣ କାରବାର ହେଉଛି ୧୫.୨୦ ଲକ୍ଷ କୋଟି ।
ଅନ୍ୟପଟେ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆନ୍ଧ୍ର ବ୍ୟାଙ୍କ ଏବଂ କର୍ପୋରେସନ୍ ବ୍ୟାଙ୍କ ମିଶି ହେଲା ଭାରତର ପଞ୍ଚମ ବୃହତ ବ୍ୟାଙ୍କ । ଏହାବାଦ୍ ଆହ୍ଲାବାଦ ବ୍ୟାଙ୍କ ଏବଂ ଇଣ୍ଡିଆନ ମିଶ୍ରିତ ଭାବେ ହେଲା ଗୋଟିଏ ବ୍ୟାଙ୍କ । ଯାହାର ମିଶ୍ରଣ କାରବାର ରହିଛି ୮.୦୮ ଲକ୍ଷ କୋଟି, ତେଣୁ ଏହା ଦେଶର ସପ୍ତମ ବୃହତ୍ତ ବ୍ୟାଙ୍କ୍ ହେଲା ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ତେବେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ କହିବା ମୁତାବକ, ଦେଶରେ ବର୍ତ୍ତମାନ ୨୭ଟି ପବ୍ଲିକ ସେକ୍ଟର ବ୍ୟାଙ୍କ ମଧ୍ୟରୁ ୧୦ଟି ବ୍ୟାଙ୍କ ବିଲୟ କରାଯାଇଛି । ତେଣୁ ଏହା ଦ୍ୱାରା ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ତୁରନ୍ତ ହୋଇପାରିବ । କିନ୍ତୁ ଏହା ବି ସତ ଯେ ବ୍ୟାଙ୍କ୍ ସହ ଜଡିତ ଥିବା ଗ୍ରାହକଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡିବ । ତେବେ ଆସନ୍ତୁ ଜାଣିବା ଏହି ଐତିହାସିକ ନିଷ୍ପତ୍ତି ଆପଣଙ୍କ ଦୈନନ୍ଦିନ ଜୀବନରେ କିଭଳି ପ୍ରଭାବ ପକାଇବ ।
୧ . ବଦଳିବାକୁ ପଡିବ ଚେକବୁକ୍ :
ପ୍ରଥମତଃ , ଅନେକ ବ୍ୟାଙ୍କର ବିଲୟ ହେବା କାରଣରୁ ସମ୍ବନ୍ଧିତ ବ୍ୟାଙ୍କରେ ଥିବା ଆପଣଙ୍କ ଆକାଉଣ୍ଟର ଚେକବୁକକୁ ଆପଣଙ୍କୁ ବଦଳାଇବାକୁ ପଡିବ । କିଛି ସମୟ ପାଇଁ ଚାଲୁ ରହିଥିବା ଏହି ଚେକବୁକକୁ ଆପଣ ଯଥାଶୀଘ୍ର ଉକ୍ତ ବ୍ୟାଙ୍କର ଚେକବୁକ୍ ସହ ବଦଳାନ୍ତୁ ଯେଉଁ ବ୍ୟାଙ୍କରେ ଏହାର ବିଲୟ ଘଟିଛି ।
୨ . ଆକାଉଣ୍ଟ୍ ନମ୍ବର ଏବଂ ଆଇଡିରେ ପରିବର୍ତ୍ତନ :
ଆପଣଙ୍କୁ ଗୋଟିଏ ନୁଆ ଆକାଉଣ୍ଟ ଏବଂ କଷ୍ଟମର୍ ଆଇଡି ମିଳିପାରେ । ଆପଣଙ୍କ ଇମେଲ୍ ଆଡ୍ରେସ୍ ଏବଂ ମୋବାଇଲ୍ ନମ୍ବରକୁ ବ୍ୟାଙ୍କ୍ ସହ ଅପଡେଟ୍ କରନ୍ତୁ ଯେଉଁଥିରେ ବ୍ୟାଙ୍କରେ କୌଣସି ପରିବର୍ତ୍ତନ ହେଲେ ଯେଭଳି ଆପଣଙ୍କ ପାଖକୁ ଏହାର ସମ୍ପୁର୍ଣ୍ଣ ଖବର ପହଞ୍ଚି ପାରିବ । ଆପଣଙ୍କ ସବୁ ଆକାଉଣ୍ଟ୍ ଗୋଟିଏ ଆଇଡି ସହ ଟାଗ୍ ହେବ । ଯେମିତିକି , ଯଦି ଆପଣଙ୍କ ଗୋଟିଏ ଆକାଉଣ୍ଟ୍ ବିଜୟା ବ୍ୟାଙ୍କ ଏବଂ ଅନ୍ୟଟି ଦେନା ବ୍ୟାଙ୍କ୍ ସହ ସଂଯୁକ୍ତ ଅଛି ତେବେ ଦୁଇଟି ଆକାଉଣ୍ଟ୍ ପାଇଁ ଗୋଟିଏ କଷ୍ଟମର୍ ଆଇଡି ଆଲର୍ଟ କରାଯିବ ।
୩ . ଥାର୍ଡ ପାର୍ଟି ସହ ଡିଟେଲ୍ ଅପଡେଟ୍ କରିବାକୁ ପଡିବ :
ଯେଉଁ ଗ୍ରାହକଙ୍କୁ ନୂଆ ଆକାଉଣ୍ଟ୍ ନମ୍ବର ଏବଂ ଆଇଏଫଏସସି କୋଡ୍ ଦିଆଯାଇଛି ସେମାନଙ୍କୁ ଏହାର ଡିଟେଲ୍ସ୍ ବିଭିନ୍ନ ଥାର୍ଡ ପାର୍ଟିଙ୍କ ସହ ଅପଡେଟ୍ କରିବାକୁ ପଡିବ । ଏହି ଥାର୍ଡପାର୍ଟି ଭିତରେ ମ୍ୟୁଚୁଆଲ୍ ଫଣ୍ଡ୍ , ଇନକମ୍ ଟ୍ୟାକ୍ସ , ଇନ୍ସୁରାନ୍ସ କମ୍ପାନୀ ଏବଂ ନ୍ୟାସନାଲ୍ ପେନସନ୍ ସିଷ୍ଟମ୍ ସାମିଲ୍ ଅଛନ୍ତି ।
୪ . ବନ୍ଦ ହୋଇପାରେ ଲୋକାଲ୍ ବ୍ରାଞ୍ଚ୍ :
ବ୍ୟାଙ୍କର କିଛି ଶାଖା ମଧ୍ୟ ବନ୍ଦ ହେବ ବୋଲି ଶୁଣାଯାଉଛି । ଏଭଳି ପରିସ୍ଥିତି ଆସିଲେ ଗ୍ରାହକଙ୍କୁ ନୂଆ ବ୍ୟାଙ୍କକୁ ଯିବାକୁ ପଡିପାରେ । ନିଜ ଶାଖା ପାଇଁ ଲାଗୁ ହୋଇଥିବା ନୂଆ ଆଇଏଫଏସସି ଏବଂ ଏମଆଇସିଆର୍ କୋଡ୍ ର ଧ୍ୟାନ ରଖନ୍ତୁ । ଆପଣଙ୍କୁ ଫଣ୍ଡ ଟ୍ରାନ୍ସଫର୍ ଏବଂ ଅନ୍ୟ ଫାଇନାନସଲ୍ ଟ୍ରାଞ୍ଜାକ୍ସନ୍ ପାଇଁ ଏହାର ଆବଶ୍ୟକତା ପଡିପାରେ ।
୫ . ଡିପୋଜିଟ୍ ଏବଂ ଲ୍ୟାଣ୍ଡିଙ୍ଗ୍ ରେଟ୍ ରେ ପରିବର୍ତ୍ତନ ହେବନାହିଁ :
ଫିକ୍ସ୍ ଡିପୋଜିଟରେ ପୂର୍ବରୁ ଥିବା ମାଚ୍ୟୁରିଟି ଉପରେ ସୁଧ ମିଳିବ । ସେହିଭଳି ଲୋନ୍ ରେ ମଧ୍ୟ ସୁଧହାର ବାସ୍ତବିକ ରାଜିନାମା ଅନୁସାରେ ଜାରି କରାଯିବ । ହୋମ୍ ଲୋନ୍ ପାଇଁ ସୁଧହାର ସେ ପର୍ଯ୍ୟନ୍ତ ଜାରି ରହିବ ଯେଉଁ ପର୍ଯ୍ୟନ୍ତ ନୂଆ ସ୍ଥିତି ସୁଧହାରରେ କୌଣସି ପରିବର୍ତ୍ତନ ନ ଆଣିବ ।
Follow Us
/kanak/media/post_attachments/wp-content/uploads/2019/08/Capture-3-300x210.png)
/kanak/media/post_attachments/wp-content/uploads/2019/08/nirmala-1_3-300x169.jpg)