ଜଳେଶ୍ୱର ୟୁନିୟନ୍ ବ୍ୟାଙ୍କରୁ ଲୁଟ୍ । ୪୦ ଲକ୍ଷ ଟଙ୍କା ଓ ସୁନା ନେଇ ଦୁବୃର୍ତ୍ତ ଛୁ ।

ଜଳେଶ୍ୱର ୟୁନିୟନ୍ ବ୍ୟାଙ୍କରୁ ଲୁଟ୍ । ୪୦ ଲକ୍ଷ ଟଙ୍କା ଓ ସୁନା ନେଇ ଦୁବୃର୍ତ୍ତ ଛୁ ।

କନକ ବ୍ୟୁରୋ : ବ୍ୟାଙ୍କରୁ ବଡଧରଣର ଲୁଟ୍ ଅଭିଯୋଗ । ଜଳେଶ୍ୱରର ଚନ୍ଦନେଶ୍ୱରରେ ଥିବା ୟୁନିୟନ ବ୍ୟାଙ୍କରେ ବଡ ଧରଣର ଲୁଟ୍ ହୋଇଥିବା ସୂଚନା ମିଳିଛି । ୮ ଜଣ ଦୁବୃର୍ତ୍ତ ବନ୍ଧୁକ ମୁନରେ ଭୟଭୀତ କରି ପ୍ରାୟ ୪୦ ଲକ୍ଷ ଟଙ୍କା ଓ ସୁନା ଲୁଟି ନେଇଥିବା ସୂଚନା ମିଳିଛି । ବ୍ୟାଙ୍କ କର୍ମଚାରୀଙ୍କୁ ତାଲା ପକାଇ ସବୁ ଟଙ୍କା ଓ ସୁନା ଲୁଟ୍ କରି ଛୁ ମାରିଛନ୍ତି ଦୁବୃର୍ତ୍ତ । ଘଟଣାସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ତେବେ ୮ ଦୁବୃର୍ତ୍ତ ଲୁଟ୍ କରିବା ପରେ କେଉଁଆଡେ ଫେରାର ହୋଇ ଯାଇଛନ୍ତି । ପୋଲିସ ଆଖପାଖରେ ଥିବା ସିସିଟିଭି ଯାଞ୍ଚ କରି ଦୁବୃର୍ତ୍ତଙ୍କୁ ଖୋଜିବାକୁ ପ୍ରାରମ୍ଭିକ ପ୍ରୟାସ ଆରମ୍ଭ କରିଛି । ଏହି ଲୁଟ୍ ପଛରେ ବ୍ୟାଙ୍କର କୌଣସି କର୍ମଚାରୀଙ୍କର ହାତ ଅଛି କି ନାହିଁ ତାହାର ଯାଞ୍ଚ ଆରମ୍ଭ କରିଛି ପୋଲିସ । ବିଭିନ୍ନ ଦିଗକୁ ଦୃଷ୍ଟିରେ ତଦନ୍ତ ଚଳାଇଛି ପୋଲିସ । ଦିନ ଦ୍ୱିପ୍ରହରରେ ଏଭଳି ଲୁଟ୍ ହୋଇଥିବାରୁ ସାଧାରଣରେ ଭୟର ବାତାବରଣ ଖେଳି ଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe