ବ୍ୟାଙ୍କରେ ଲୋନ୍ ଆପ୍ଲାଏ କରୁଛନ୍ତି କି ! ଭୁଲରେ ବି ଏହି ୪ ଟି ଭୁଲ୍ କରନ୍ତୁ ନାହିଁ ଅସୁବିଧାରେ ପଡିପାରନ୍ତି । 

43

ବ୍ୟାଙ୍କରେ ଯଦି ଲୋନ୍ ଆପ୍ଲାଏ କରିବାକୁ ଭାବୁଛନ୍ତି ତେବେ ଭୁଲରେ ବି ଏହି ୪ ଟି ଭୁଲ୍ କରନ୍ତୁ ନାହିଁ ନଚେତ୍ ଏହାର ପରିଣାମ ଆପଣଙ୍କୁ ଭୋଗିବାକୁ ପଡିବ । ଲୋକମାନେ ଆଜିକାଲି କ୍ରେଡିଟ୍ କାର୍ଡରେ କିଣାବିକା କରିବାକୁ ପସନ୍ଦ କରୁଛନ୍ତି କିନ୍ତୁ କାମ ସରିବା ପରେ କିଛି ଏମିତି ଭୁଲ କରୁଛନ୍ତି ଯାହାର ପରିଣାମ ବ୍ୟାଙ୍କ ଆଗରେ ନିଜର ଇମେଜ୍ ଖରାପ କରୁଛନ୍ତି । ଏହି ଭୁଲର ପରିଣାମ କ୍ରେଡିଟ୍ ସ୍କୋର ଉପରେ ସିଧାସଳଖ ପଡୁଥିବାରୁ ଏହା ବ୍ୟାଙ୍କ୍ ଲୋନ୍ ନଦେବା ଭଳି ପରିସ୍ଥିତି ଉପୁଯାଇପାରେ । ୧. ଋଣ ନେବାକୁ ଚେଷ୍ଟା କରନ୍ତୁ ନାହିଁ ।

କୌଣସି ଋଣ ବା ଲୋନ୍ ନେବାକୁ ଚେଷ୍ଟା କରନ୍ତୁ ନାହିଁ ଏହାଦ୍ୱାରା ଏକ ଭଲ କ୍ରେଡିଟ୍ ସ୍କୋର ମିଳିବ ନାହିଁ । ସିଭିଲ୍ ଭଳି କ୍ରେଡିଟ୍ ରେଟିଙ୍ଗ୍ କମ୍ପାନୀମାନଙ୍କ ପାଇଁ କୌଣସି ଲୋନ୍ ବା ଋଣର ନହେବା ଏକ ଖରାପ କ୍ରେଡିଟ୍ ସ୍କୋର ହୋଇଥାଏ । ଆପଣଙ୍କ କ୍ରେଡିଟ୍ ହିଷ୍ଟ୍ରୀ ଯଦି ଖରାପ ଥିବ ତେବେ ବ୍ୟାଙ୍କ ଆପଣଙ୍କ ଉପରେ ଭରଷା କରିପାରିବ ନାହିଁ ।

୨. ଏକରୁ ଅଧିକ କ୍ରେଡିଟ୍ କାର୍ଡ ।

ଆପଣଙ୍କ ପାଖରେ ଏକରୁ ଅଧିକ କ୍ରେଡିଟ୍ କାର୍ଡ ଥିଲେ କ୍ରେଡିଟ୍ ସ୍କୋର ଉପରେ ଏହାର ଖରାପ ପ୍ରଭାବ ପଡିବ । ତେଣୁ ଅଯଥା ଅଫର୍ ଚକ୍କରରେ ନପଡି ଗୋଟିଏ କ୍ରେଡିଟ୍ କାର୍ଡରେ ସନ୍ତୁଷ୍ଟ ରୁହନ୍ତୁ ।

୩. କ୍ରେଡିଟ୍ କାର୍ଡର ବିଲ୍ ଭରିବା ପରେ ଏହାକୁ ବନ୍ଦ କରିବା ଭୁଲ କରନ୍ତୁ ନାହିଁ ।

ବିଲ୍ ଦେଇସାରିବା ପରେ କ୍ରେଡିଟ୍ କାର୍ଡକୁ ଅନ୍ ରଖିବାରେ ହିଁ ବୁଦ୍ଧିମତା ଅଛି । ତେଣୁ ବିଲ୍ କରିବା ପରେ ବି ଏହାକୁ ବନ୍ଦ କରନ୍ତୁ ନାହିଁ ।

୪. ଇଏମଆଇ ବିଲକୁ ଡେରିରେ ପଇଠ କରନ୍ତୁ ନାହିଁ ।

କୌଣସି ଇଏମଆଇ କରି ବିଲ ପଇଠ କରିବାରେ କିମ୍ବା ଡେରି କରିବାରେ ଆପଣଭ୍କୁ ଶୁଳ୍କ ଲାଗିବ ତ ଲାଗିବ କିନ୍ତୁ ଆପଣଙ୍କ କ୍ରେଡିଟ୍ ସ୍କୋର ଉପରେ ଏହାର ଖରାପ ପ୍ରଭାବ ପଡିବ ।