ନଭେମ୍ବରରେ ୭ ଦିନ ଏବଂ ଡିସେମ୍ବରରେ ୮ ଦିନ ବ୍ୟାଙ୍କ ବନ୍ଦ: ଜାଣିରଖନ୍ତୁ କେଉଁ କେଉଁ ଦିନ ଛୁଟି ରହିବ ବ୍ୟାଙ୍କ

Advertisment
ନଭେମ୍ବରରେ ୭ ଦିନ ଏବଂ ଡିସେମ୍ବରରେ ୮ ଦିନ ବ୍ୟାଙ୍କ ବନ୍ଦ: ଜାଣିରଖନ୍ତୁ କେଉଁ କେଉଁ ଦିନ ଛୁଟି ରହିବ ବ୍ୟାଙ୍କ

କନକ ବ୍ୟୁରୋ: ନଭେମ୍ବର ଏବଂ ଡିସେମ୍ବର ମାସରେ ଦେଶରେ ୧୫ ଦିନ ବ୍ୟାଙ୍କ ଛୁଟି ରହିବ। ନଭେମ୍ବରରେ ୭ ଦିନ ଏବଂ ଡିସେମ୍ବରରେ ୮ଦିନ ବ୍ୟାଙ୍କ ବନ୍ଦ ରହିବ। ନଭେମ୍ବର ୩ ତାରିଖ ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହୁଥିବାବେଳେ ୯ ତାରିଖ ଦ୍ବିତୀୟ ଶନିବାର, ୧୦ ତାରିଖ ରବିବାର, ୧୨ ତାରିଖ କାର୍ତ୍ତିକ ପୂର୍ଣ୍ଣିମା, ୧୭ ତାରିଖ ରବିବାର, ୨୩ ତାରିଖ ଚତୁର୍ଥ ଶନିବାର ଏବଂ ୨୪ ତାରିଖ ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ।

ସେହିଭଳି ଡିସେମ୍ବର ୧ ତାରିଖ ରବିବାର ପଡ଼ୁଥିବାରୁ ବ୍ୟାଙ୍କ ବନ୍ଦ ରହିବ। ଏହାପରେ ୮ ତାରିଖ ରବିବାର, ୧୪ ତାରିଖ ଦ୍ବିତୀୟ ଶନିବାର, ୧୫ ତାରିଖ ରବିବାର, ୨୨ ତାରିଖ ରବିବାର, ୨୫ ତାରିଖ ବଡ଼ଦିନ, ୨୮ ତାରିଖ ଚତୁର୍ଥ ଶନିବାର ଏବଂ ୨୯ ତାରିଖ ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ। ଯଦି ଆପଣଙ୍କର କୌଣସି ଗୁରୁତ୍ବପୂର୍ଣ୍ଣ ନେଣଦେଣ ଥାଏ ତେବେ ଏହି ସବୁ ଛୁଟି ପୂର୍ବରୁ ସାରି ଦିଅନ୍ତୁ କାମ, ନ ହେଲେ ଅଯଥାରେ ହଇରାଣରେ ପଡ଼ିପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe