କନକ ବ୍ୟୁରୋ : ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କିଛି ଜରୁରୀ କାମ ଅଛି ତେବେ ପଢନ୍ତୁ ଏହି ଖବର । ଅକ୍ଟୋବର ମାସକୁ ପାର୍ବଣ ଋତୁ କୁହାଯାଉଥିବା ବେଳେ ବିଭିନ୍ନ ପର୍ବ ପର୍ବାଣୀ ପାଇଁ ଅକ୍ଟୋବର ମାସରେ ପୁରା ୨୧ ଦିନ ବ୍ୟାଙ୍କ ବନ୍ଦ ରହିବ । ଅବସ୍ୟ ଏହି ଛୁଟିଦିନ ମାନଙ୍କରେ ଆପଣ ଅନଲାଇନ ସେବା ପାଇପାରିବେ । ଅଲଗା ଅଲଗା ରାଜ୍ୟରେ ବ୍ୟାଙ୍କ ଛୁଟିକୁ ମିଶାଇ ମୋଟ ୨୧ ଦିନ ବ୍ୟାଙ୍କ ବନ୍ଦ ରହୁଥିବା ବେଳେ ରିଜର୍ଭ ବ୍ୟାଙ୍କର ନୋଟିସ ମୁତାବକ ପୁରା ୧୪ ଦିନ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ ।
ଜାଣନ୍ତୁ କେବେ ଓ କାହିଁକି ଛୁଟି
ଅକ୍ଟୋବର ୧- ବ୍ୟାଙ୍କ ଖାତାର ଅର୍ଦ୍ଧବାର୍ଷିକ ସମାପନ (ଗ୍ୟାଙ୍ଗଟକ)
ଅକ୍ଟୋବର ୨- ମହାତ୍ମା ଗାନ୍ଧୀ ଜୟନ୍ତୀ (ସବୁ ରାଜ୍ୟ)
ଅକ୍ଟୋବର ୩- ରବିବାର
ଅକ୍ଟୋବର ୬- ମହାଳୟା ଅମାବାସ୍ୟା (ଅଗରତାଲା, ବେଙ୍ଗାଲୋର, କୋଲକତା)
ଅକ୍ଟୋବର ୭- ଲୈନିଂଥୈ (ଇମ୍ଫାଲ)
ଅକ୍ଟୋବର ୯- ଦ୍ୱିତୀୟ ଶନିବା (ସବୁ ରାଜ୍ୟ)
ଅକ୍ଟୋବର ୧୦- ରବିବାର
ଅକ୍ଟୋବର ୧୨- ଦୁର୍ଗାପୂଜା ମହାସପ୍ତମି (ଅଗରତାଲା, କୋଲକତା)
ଅକ୍ଟୋବର ୧୩- ଦୁର୍ଗାପୂଜା (ଅଗରତାଲା, ଭୁବନେଶ୍ୱର,ଗ୍ୟାଙ୍ଗଟକ, ଗୁହାଟି,ଇମ୍ଫାଲ, କୋଲକତା, ପାଟନା, ରାଂଚି)
ଅକ୍ଟୋବର ୧୪- ଦଶହରା (ଅଗରତାଲା, ବେଙ୍ଗାଲୋର, ଚେନ୍ନାଇ, ଗ୍ୟାଙ୍ଗଟକ,ଗୁହାଟି,କାନପୁର, କୋଚି, କୋଲକତା, ଲକ୍ଷ୍ନୌ, ପାଟନା, ରାଂଚି, ସିଲଂ, ଶ୍ରୀନଗର, ଥିରୁଅନନ୍ତପୁରମ)
ଅକ୍ଟୋବର ୧୫- ବିଜୟା ଦଶମୀ (ଇମ୍ଫାଲ ଓ ସିମଲା ବ୍ୟତୀତ ଅନ୍ୟସବୁ ରାଜ୍ୟରେ ବ୍ୟାଙ୍କ ଛୁଟି)
ଅକ୍ଟୋବର ୧୬- ଦୁର୍ଗାପୂଜା (ଗ୍ୟାଙ୍ଗଟକ)
ଅକ୍ଟୋବର ୧୭- ରବିବାର
ଅକ୍ଟୋବର ୧୮- କଟି ବିହୂ (ଗୁହାଟି)
ଅକ୍ଟୋବର ୧୯- ଇଦ୍ ଏ-ମିଲାଦ (ଅହମ୍ମଦାବାଦ, ବେଲାପୁର, ଭୂପାଳ, ଚେନ୍ନାଇ, ଡେରାଡୁନ,ହାଇଦ୍ରାବାଦ,ଇମ୍ଫାଲ, ଜମ୍ମୁ, କାନପୁର, କୋଚି, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ରାୟପୁର, ରାଂଚି, ଶ୍ରୀନଗର, ଥିରୁଅନନ୍ତପୁରମ)
ଅକ୍ଟୋବର ୨୦- ମହର୍ଷି ବାଲ୍ମୀକି ଜନ୍ମଦିନ (ଅଗରତାଲା, ବେଙ୍ଗାଲୋର, ଚଣ୍ଡିଗଡ, କୋଲକତା, ସିମଲା)
ଅକ୍ଟୋବର ୨୨- ଇଦ ଏ ମିଲାଦ (ଜମ୍ମୁ, ଶ୍ରୀନଗର)
ଅକ୍ଟୋବର ୨୩- ଚତୁର୍ଥ ଶନିବାର (ସବୁ ରାଜ୍ୟ)
ଅକ୍ଟୋବର ୨୪- ରବିବାର
ଅକ୍ଟୋବର ୨୬- ପରିଗ୍ରହଣ ଦିବସ (ଜମ୍ମୁ, ଶ୍ରୀନଗର)
ଅକ୍ଟୋବର ୩୧- ରବିବାର