କନକ ବ୍ୟୁରୋ : ଯଦି ଆପଣଙ୍କର ବ୍ୟାଙ୍କ ଜନିତ କୌଣସି କାର୍ଯ୍ୟ ବାକି ରହିଯାଇଛି ତେବେ ଶୀଘ୍ର ପୂରା କରିନିୟନ୍ତୁ । କାରଣ ଚଳିତ ମାସରେ ୫ଦିନ ବ୍ୟାଙ୍କ ବନ୍ଦ ରହିବ । ଯଦି ଦେଖାଯାଏ ଚଳିତ ମାସରେ ଅଲଗା ଅଲଗା ରାଜ୍ୟରେ ୧୧ ଦିନ ଛୁଡି ପଡୁଛି । ତେବେ ଆସନ୍ତୁ ଜାଣିବା ଆପଣଙ୍କ ରାଜ୍ୟରେ କେଉଁଦିନ ବ୍ୟାଙ୍କ ଛୁଟି ରହିବ ।

Advertisment

ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଜାରି କରାଯାଇଥିବା ସୂଚୀ ପତ୍ର ଅନୁଯାୟୀ, ଦେଶର ଅଲଗା ଅଲଗା ରାଜ୍ୟରେ ଅଲଗା ଅଲଗା ଦିନ ବ୍ୟାଙ୍କ ଛୁଟି ରହୁଛି । ଏବେ ଆସନ୍ତୁ ସେହି ତାଲିକା ଉପରେ ନଜର ପକାଇବା ।

ସେପ୍ଟେମ୍ବର ୮ତାରିଖ ଅର୍ଥାତ ଆଜି ଶ୍ରୀମତ ସଂକରାଦେବା ତିଥି ପାଇଁ ଆଜି ଗୌହାଟିରେ ବନ୍ଦ ରହିଛି ବ୍ୟାଙ୍କ । ସେହିଭଳି ସେପ୍ଟେମ୍ବର ୯ତାରିଖ ତିଜ୍ ହରିତାଲିକା ପର୍ବ ପାଇଁ ଗ୍ୟାଙ୍ଗଟକରେ ବନ୍ଦ ରହିବ ବ୍ୟାଙ୍କ । ସେପ୍ଟେମ୍ବର ୧୦ ତାରିଖ ଗଣେଶ ପୂଜା ପଡୁଥିବାରୁ ସେଦିନ ବନ୍ଦ ରହିବ ସମସ୍ତ ବ୍ୟାଙ୍କ କାର୍ଯ୍ୟ । ୧୨ ତାରିଖ ଦିନ ରବିବାର ପଡୁଥିବାରୁ ସେଦିନ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ୧୭ ତାରିଖରେ କର୍ମାପୂଜା ପଡୁଥିବାରୁ ରାଞ୍ଚିରେ ବନ୍ଦ ରହିବ ବ୍ୟାଙ୍କ ସେବା । ସେହିପରି ୧୯ ତାରିଖ ରବିବାର । ୨୦ ତାରିଖରେ ଇନ୍ଦ୍ର ଯାତ୍ରା ପଡୁଥିବାରୁ ଗ୍ୟାଙ୍ଗଟକରେ ବ୍ୟାଙ୍କ ବନ୍ଦ ରହିବ । ୨୧ତାରିଖ ଶ୍ରୀ ନାରାୟଣ ଗୁରୁ ସମାଧୀ ଦିବସ ପାଇଁ କୋଚି ଏବଂ ତିରୁବନ୍ତପୁରମରେ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ । ୨୫ ତାରିଖ ମାଶର ତଚୁର୍ଥ ଶନିବାର ଏବଂ ୨୬ ତାରିଖ ରବିବାର ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ । ତେଣୁ ଆପଣଙ୍କର ଯଦି ବ୍ୟାଙ୍କ ଜନିତ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଯାଇଛି ତେବେ ତୁରନ୍ତ ସାରି ନିଅନ୍ତୁ । ନଚେତ୍ ଅସୁବିଧା ଭୋଗିପାରନ୍ତି ।