ୠଣ ପାଇବାର ମାପଦଣ୍ଡ କ’ଣ ? ବ୍ୟାଙ୍କରୁ ଆପଣ କେତେ ଟଙ୍କା ଲୋନ ପାଇପାରିବେ । ପଢନ୍ତୁ ଏହି ରିପୋର୍ଟ

73

କନକ ବ୍ୟୁରୋ : ଏବେ ବ୍ୟାଙ୍କରୁ ଲୋନ ପାଇବା ଏକ କଷ୍ଟକର ବ୍ୟାପାର । ଗତକିଛି ବର୍ଷ ମଧ୍ୟରେ ବଡ ବଡ ବ୍ୟବସାୟୀ ବ୍ୟାଙ୍କରୁ ଲୋନ ନେଇ ସୁଝିବା ବଦଳରେ ଠକୁଛନ୍ତି । ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡୁଛି । ସାଧାରଣ ଲୋକଟିକୁ ମଧ୍ୟ ବ୍ୟାଙ୍କ ଋଣ ଦେବା ପୂର୍ବରୁ ଅନେକ ଥର ଚିନ୍ତା କରୁଛି । ତା ଛଡା ପ୍ରତିଦିନ ଏବେ ବ୍ୟାଙ୍କ ଲୋନକୁ ନେଇ ନିୟମ ବଦଳିବାରେ ଲାଗିଛି । ଯାହା ପାଇଁ ସାଧାରଣ ଲୋକ ଅନେକ ସମୟରେ ହଇରାଣରେ ପଡୁଛନ୍ତି । ଏପରିକି ଲୋନ ପାଇଁ ଲୋକ ବ୍ୟାଙ୍କ ଯାଉଥିଲେ ମଧ୍ୟ ଖାଲି ହାତରେ ଫେରିବାକୁ ପଡୁଛି । ତେବେ ବ୍ୟାଙ୍କ ଲୋନ ଦେବା ପୂର୍ବରୁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେଇଥାଏ ଏବଂ କେଉଁ ଲୋକ କେତେ ଲୋନ ପାଇବାକୁ ଯୋଗ୍ୟ ତାହାର ଏକ ନିର୍ଦ୍ଦିଷ୍ଟ ମାପଦଣ୍ଡ ରହିଛି । ଏହି ସବୁ ମାପଦଣ୍ଡକୁ ଦୃଷ୍ଟିରେ ରଖି ବ୍ୟାଙ୍କ ସାଧାରଣ ଲୋକଙ୍କୁ ଲୋନ ଦେଇଥାଏ ।

bank loan 4ସାଧାରଣ ଲୋକଙ୍କୁ ବ୍ୟାଙ୍କ କିପରି ଦେଇଥାଏ ଲୋନ: ସାଧାରଣ ଲୋକଟିକୁ ବ୍ୟାଙ୍କ ଲୋନ ଦେବା ପୂର୍ବରୁ ଅନେକ ଦିଗ ପ୍ରତି ଦୃଷ୍ଟି ଦେଇଥାଏ । ପ୍ରଥମତଃ ବ୍ୟାଙ୍କ ଆପଣଙ୍କ ଆକାଉଣ୍ଟ କୁ ଦୃଷ୍ଟିରେ ରଖି ଲୋନ ଦେଇଥାଏ । ତାପୂର୍ବରୁ ଆକାଉଣ୍ଟର ଇନକମ ଷ୍ଟେଟମେଣ୍ଟଯାଞ୍ଚ କରିଥାଏ । ଯେପରିକି ଆପଣଙ୍କ ସାଲାରୀ ସିଲ୍ପ, ଟ୍ୟାକ୍ସ ରିଟର୍ଣ୍ଣ ଓ ସାଲାରୀ ଆକାଉଣ୍ଟର ସମୂର୍ଣ୍ଣ ବିବରଣୀ ଯାଞ୍ଚ କରିଥାଏ । ସେହି ଅନୁଯାୟୀ ବ୍ୟାଙ୍କ ଲୋକଙ୍କୁ ଲୋନ ପ୍ରଦାନ କରିଥାଏ । ଯାହାଫଳରେ ଜଣେ ସାଧାରଣ ବ୍ୟକ୍ତି ପ୍ରତ୍ୟେକ ମାସରେ ଇଏମଆଇ ସୁଝିପାରିବ ସେ ସବୁକୁ ଦୃଷ୍ଟିରେ ରଖି ଲୋନ ପ୍ରଦାନ କରିଥାଏ ।

home-loan 3ଏସବୁ ବାଦ୍ ପ୍ରତ୍ୟେକ ମାସରେ ଆପଣଙ୍କ ଆକାଉଣ୍ଟରେ କେତେ ଟଙ୍କା ବଞ୍ଚୁଛି ତାହା ପ୍ରତି ମଧ୍ୟ ଦୃଷ୍ଟି ଦେଇଥାଏ ବ୍ୟାଙ୍କ । ମାସ ଶେଷରେ କେତେ ଟଙ୍କା ଆପଣ ବଞ୍ଚାଉଛନ୍ତି ସେସବୁ ଆପଣଙ୍କ ରୋଜଗାର ଉପରେ ନିର୍ଭର କରେ । ଏଭଳି କ୍ଷେତ୍ରରେ ବ୍ୟାଙ୍କ ଥମ୍ବ ରୁଲ ଅଫ ୩୦ର ନିୟମର ବ୍ୟବହାର କରିଥାଏ । ଉଦାହରଣ ଅନୁଯାୟୀ, ଯଦି ଆପଣଙ୍କ ଦରମା ୫୦ ହଜାର ହୋଇଥାଏ ତେବେ ଏହି ନିୟମ ଅନୁଯାୟୀ, ୩୦ ପ୍ରତିଶତ ଅଥାର୍ତ ୧୫ ହଜାର ଟଙ୍କା ଆପଣ ମାସ ଶେଷରେ ବଞ୍ଚାଉଥିବେ ବୋଲି ବ୍ୟାଙ୍କ ହିସାବ କରିଥାଏ ।

loan 2ଆପଣଙ୍କ ଆକାଉଣ୍ଟରେ ମାସ ଶେଷରେ ବଞ୍ଚୁଥିବା ଟଙ୍କାକୁ ଆଧାର କରି ବ୍ୟାଙ୍କ ଲୋନ ଦେଇଥାଏ ସତ କିନ୍ତୁ ଏହାଛଡା ଆଉ ଏକ ଦିଗ ପ୍ରତି ମଧ୍ୟ ବ୍ୟାଙ୍କ ଦୃଷ୍ଟି ଦେଇଥାଏ । ଯଦି ଆପଣ ଲୋନ ନେବା ପୂର୍ବରୁ ଆଉ କିଛି ଇଏମଆଇ ସୁଝୁଥାନ୍ତି ତେବେ ବ୍ୟାଙ୍କ ଆପଣଙ୍କ ମାସ ଶେଷରେ ବଞ୍ଚୁଥିବା ଟଙ୍କାରୁ ଇଏମଆଇ କାଟି ସାରିବା ପରେ ଲୋନ ଦେବା ଉପରେ ବିଚାର କରିଥାନ୍ତି । ଏସବୁ ଦୃଷ୍ଟିରେ ରଖିଲେ, ଉଦାହରଣ ଅନୁଯାୟୀ ଯଦି ଆପଣ ମାସିକ ୨୪୦୦ ଟଙ୍କା ଇଏମଆଇ ସୁଝୁଥାନ୍ତି ତେବେ ମାସ ଶେଷରେ ଆପଣଙ୍କ ଆକାଉଣ୍ଟରେ ୧୫୦୦୦ ଟଙ୍କା ବଳକା ଅର୍ଥ ବଦଳରେ ୧୨,୬୦୦ ଟଙ୍କା ହିସାବକୁ ନିଆଯାଇଥାଏ । ଏବଂ ଏହି ୧୨,୬୦୦ ଟଙ୍କା ଆଧାରରେ ହିଁ ବ୍ୟାଙ୍କ ଆପଣଙ୍କୁ ଲୋନ ପ୍ରଦାନ କରିଥାଏ ।

ଉଦାହରଣ ଅନୁଯାୟୀ, ଏହି ହିସାବରେ ଦେଖିବାକୁ ଗଲେ ଯଦି ଆପଣଙ୍କ ଆକାଉଣ୍ଟରେ ମାସିକ ୧୨,୬୦୦ ବଳକା ରାଶି ରହୁଥାଏ, ତେବେ ଅତି କମରେ ଏହି ଟଙ୍କା ଆପଣ ବେଶ ଆରାମରେ ଇଏମଆଇ ବାବଦକୁ ସୁଝିପାରିବେ । ଏହି ହିସାବ ଅନୁଯାୟୀ, ଯଦି ଏବେ ବ୍ୟାଙ୍କର ସୁଧର ହାର ୧୦ ପ୍ରତିଶତ ହୁଏ ତେବେ ଆପଣ ୧୦ ବର୍ଷ ପାଇଁ ୯.୫ ଲକ୍ଷ ଟଙ୍କା ଋଣ ବ୍ୟାଙ୍କରୁ ପାଇପାରିବେ ।