ବ୍ୟାଙ୍କ ଖାତାଧାରୀଙ୍କ ପାଇଁ ବଜେଟରେ ବଡ ଘୋଷଣା । ବଢିଲା ବୀମା ଗ୍ୟାରେଂଟି...ଏଣିକି ବ୍ୟାଙ୍କ ବୁଡିଗଲେ ଜମାକାରୀଙ୍କୁ ଟଙ୍କା ଫେରାଇବେ ସରକାର

Advertisment
ବ୍ୟାଙ୍କ ଖାତାଧାରୀଙ୍କ ପାଇଁ ବଜେଟରେ ବଡ ଘୋଷଣା । ବଢିଲା ବୀମା ଗ୍ୟାରେଂଟି...ଏଣିକି ବ୍ୟାଙ୍କ ବୁଡିଗଲେ ଜମାକାରୀଙ୍କୁ ଟଙ୍କା ଫେରାଇବେ ସରକାର

କନକ ବ୍ୟୁରୋ: ବ୍ୟାଙ୍କରେ ହେଉଥିବା ଘୋଟାଲାକୁ ନଜରରେ ରଖି ବଜେଟରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଯଦି କୌଣସି ବ୍ୟାଙ୍କ ବୁଡିଯାଏ କିମ୍ବା ଦେବାଳିଆ ହୋଇଯାଏ ତେବେ ଖାତାଧାରକଙ୍କୁ ଏହି ବ୍ୟାଙ୍କରେ ଟଙ୍କା ଜମାରଖିଥିବା ଜମାକାରୀଙ୍କୁ ସର୍ବାଧିକ ୧ ଲକ୍ଷ ଟଙ୍କାର ଅର୍ଥରାଶି ପୂର୍ବରୁ ସରକାରଙ୍କ ତରଫରୁ ମିଳୁଥାଏ । ଯେଉଁଥିରେ ପରିବର୍ତ୍ତନ ଆଣିଛନ୍ତି ମୋଦି ସରକାର ।

ଆଜିର ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି କି, ବ୍ୟାଙ୍କରେ ଜମକାରୀଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ । ସରକାରୀ ବ୍ୟାଙ୍କ ପାଇଁ ୩ ଲକ୍ଷ ୫୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିବା ସହ ଇନସ୍ୟୁରାନ୍ସ ଗ୍ୟାରେଂଟି ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ମୋଦି ସରକାର । ଅର୍ଥାତ୍  ଏଣିକି ବ୍ୟାଙ୍କରେ ଜମା ଟଙ୍କା ଉପରେ ଏବେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନସ୍ୟୁରାନ୍ସ ଗ୍ୟାରେଂଟି ମିଳିବ । ଏବେ ଯଦି କୌଣସି ବ୍ୟାଙ୍କ ଦେବାଳିଆ ହୁଏ ତେବେ ଗ୍ରାହକଙ୍କୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମାରାଶି ଫେରସ୍ତ କରାଯିବ ।  ତେବେ ଏହି ବୀମା ରାଶିକୁ ବୃଦ୍ଧି କରିବା ପାଇଁ ଅନେକ ଦିନରୁ ଦାବି ହୋଇ ଆସୁଥିଲା, କାରଣ ବର୍ତ୍ତମାନର ସମୟ ହିସାବରେ ଏଲ ଲକ୍ଷ ଟଙ୍କାର ରାଶି ଅଧିକ ନୁହେଁ ଏବଂ ସୁରକ୍ଷିତ ନିବେଶ ହୋଇଥିବାରୁ ଅଧିକାଂଶ ଲୋକ ନିଜର ଆୟର ମୋଟା ଅଂଶ ବ୍ୟାଙ୍କରେ ରଖିଥାନ୍ତି ।

ଏଲଆଇସିର ବଡ ଅଂଶଧନ ବିକିବେ ସରକାର

ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ରେ ଥିବା ସରକାରୀ ପୁଞ୍ଜି ପ୍ରତ୍ୟାହାର କରିବାକୁ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା । ଏଲଆଇସିକୁ ଷ୍ଟକ ବଜାରରେ ତାଲିକାଭୁକ୍ତ କରିବାକୁ ଏକ ଆଇପିଓ ଅଣାଯିବ । କେବଳ ଏତିକି ନୁହେଁ, ଆଇଡିବିଆଇ ବ୍ୟାଙ୍କରେ ଥିବା ସରକାରଙ୍କ ଅବଶିଷ୍ଟ ଅଂଶଧନକୁ ମଧ୍ୟ ବିକ୍ରି କରାଯିବା ନେଇ ସଂସଦରେ ଆଜି ବଜେଟ ଉପସ୍ଥାପନ କଲା ବେଳେ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ନିର୍ମଳା କହିଛନ୍ତି, ନୂଆ ଆର୍ଥିକ ବର୍ଷ ପାଇଁ ସରକାର ମୋଟ ୨.୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଯାହାଏଲଆଇସି ଅଂଶଧନ ବିକ୍ରି ମାଧ୍ୟମରେ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe