ଆସନ୍ତାମାସ ବିଳମ୍ବରେ ଆସିପାରେ ଦରମା ! ଅଗଷ୍ଟ ମାସ ୩୧ ଦିନ ମଧ୍ୟରୁ ୧୩ ଦିନ କାଳ ବ୍ୟାଙ୍କରେ ଝୁଲିବ ତାଲା; ଆପଣଙ୍କ ସହରରେ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ…ଦେଖନ୍ତୁ ପୂରା ତାଲିକା

2,460

କନକ ବ୍ୟୁରୋ: ୧୩ ଦିନ କାଳ ବ୍ୟାଙ୍କରେ ହେବ ନାହିଁ କୌଣସି କାମ କାର୍ଯ୍ୟ । ଆସନ୍ତା ମାସ ତଥା ଅଗଷ୍ଟ ମାସରେ ୧୩ ଦିନ ଧରି ବନ୍ଦ ରହିବ ବ୍ୟାଙ୍କ ଜନିତ କାରବାର । ତେବେ ଅଗଷ୍ଟ ମାସରେ ବିଭିନ୍ନ ପର୍ବ ପବାଣୀ ତଥା ଜାତୀୟ ଦିବସ ପାଳନ ପଡୁଥିବାରୁ ବ୍ୟାଙ୍କରେ ଝୁଲିବ ତାଲା । ଅର୍ଥାତ୍ ଆସନ୍ତା ମାସରେ କେବଳ ୧୮ ଦିନ ଖୋଲା ରହିବ ବ୍ୟାଙ୍କ । ଏହାଛଡା ଅଗଷ୍ଟ ମାସରେ ୫ଟି ରବିବାର ଏବଂ ୮ ଓ ୨୯ ତାରିଖରେ ଦ୍ୱୀତିୟ ଓ ଚତୁର୍ଥ ଶନିବାର ଯୋଗୁ ମଧ୍ୟ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ । ଏଭଳି ପରିସ୍ଥିତିରେ ଯଦି ବ୍ୟାଙ୍କରେ ଆପଣଙ୍କର କୌଣସି ଜରୁରୀ କାମ ରହିଯାଇଛି, ତେବେ ଶୀଘ୍ର ସାରିଦିଅନ୍ତୁ । ନଚେତ୍ ପରେ ଆପଣ ଅସୁବିଧାରେ ପଡିପାରନ୍ତି ।

ଏବେ ନଜର ପକାନ୍ତୁ ଅଗଷ୍ଟ ମାସରେ କେଉଁ କେଉଁ ଦିନ୍ ବନ୍ଦ ରହିବ ବ୍ୟାଙ୍କ

ଅଗଷ୍ଟ ୧ –ବକରିଦ

ଅଗଷ୍ଟ- ୨- ରବିବାର

ଅଗଷ୍ଟ-୩- ରାକ୍ଷୀ ପୂର୍ଣ୍ଣିମା

ଅଗଷ୍ଟ-୮- ଦ୍ୱିତୀୟ ଶନିବାର

ଅଗଷ୍ଟ-୯- ରବିବାର

ଅଗଷ୍ଟ -୧୧- ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ

ଅଗଷ୍ଟ- ୧୨- ନନ୍ଦୋତ୍ସବ

ଅଗଷ୍ଟ- ୧୫- ସ୍ୱାଧୀନତା ଦିବସ

ଅଗଷ୍ଟ-୧୬- ରବିବାର

ଅଗଷ୍ଟ-୨୧- ହରିତାଲିକା ତିଜ୍

ଅଗଷ୍ଟ- ୨୨- ଗଣେଶ ଚତୁର୍ଥୀ

ଅଗଷ୍ଟ- ୩୦ – ରବିବାର

ଅଗଷ୍ଟ- ୩୧- ଓନମ୍

ତେବେ ଆରବିଆଇର ଆଧିକାରୀକ େଓବସାଇଟ ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ଆରବିଆଇ ଡଟ୍ ଓଆରଜି ଡଟ୍ ଇନକୁ ଯାଇ ମଧ୍ୟ ଏହି ଛୁଟି ତାଲିକା ଦେଖିପାରିବେ ।