ମାର୍ଚ୍ଚ ମାସରେ ପୁରା ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ । ଲିଷ୍ଟ ଚେକ୍ କରି ଶୀଘ୍ର ସାରନ୍ତୁ ବ୍ୟାଙ୍କ କାର୍ଯ୍ୟ

4,094

କନକ ବ୍ୟୁରୋ : ସବୁ ବର୍ଷ ମାର୍ଚ୍ଚ ମାସ ହେଉଛି ଆର୍ଥିକ ବର୍ଷର ଶେଷ ମାସ । ଏହି ମାସରେ ବ୍ୟାଙ୍କ ସହିତ ଜଡିତ ସମସ୍ତ କାର୍ଯ୍ୟ ବ୍ୟାଙ୍କ ଠାରୁ ଆରମ୍ଭ କରି ଗ୍ରାହକଙ୍କ ପର୍ଯ୍ୟନ୍ତ ଅଧିକ ରହିଥାଏ । ଆପଣଙ୍କୁ କହିରଖୁ କି ଚଳିତ ବର୍ଷ ମାର୍ଚ୍ଚ ମାସରେ ପୁରା ୧୧ ଦିନ ବ୍ୟାଙ୍କ ବନ୍ଦ ରହିବ । ତେଣୁ କେଉଁ କେଉଁ ତାରିଖରେ ବ୍ୟାଙ୍କ ବନ୍ଦ ରହିବ ତାର ଲିଷ୍ଟ ଯାଂଚ କରି ଶୀଘ୍ର ଆପଣଙ୍କ ବ୍ୟାଙ୍କ କାର୍ଯ୍ୟ ଶେଷ କରନ୍ତୁ । ରିଜର୍ଭବ୍ୟାଙ୍କର ନିର୍ଦ୍ଦେଶ ମୁତାବକ ଦେଶର ସମସ୍ତ ବ୍ୟାଙ୍କ ରବିବାର ବ୍ୟତିତ ମାସର ଶେଷ ବା ଚତୁର୍ଥ ଶନିବାର ବନ୍ଦ ରହୁଛି । ଏହା ବ୍ୟତିତ ମାର୍ଚ୍ଚ ମାସରେ କିଛି ଅତିରିକ୍ତ ଛୁଟି ସହିତ କିଛି ଆଞ୍ଚଳିକ ପର୍ବପର୍ବାଣୀ ପାଇଁ ବି ବ୍ୟାଙ୍କ ଛୁଟି ରହିବ ।

ଆସନ୍ତୁ ଜାଣିବା ମାର୍ଚ୍ଚ ମାସରେ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ ।
ପ୍ରଥମ ଛୁଟି ମାର୍ଚ୍ଚ ୫ ତାରିଖରେ ପଡୁଛି । ଏହି ଦିନ ଚପଚାର ପର୍ବ ରହୁଥିବାରୁ କେବଳ ମିଜୋରମରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ମାର୍ଚ୍ଚ ୧୧ ତାରିଖରେ ମହାଶିବରାତ୍ରୀ ଥିବାରୁ ପୁରା ଦେଶରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ସେହିଭଳି ୧୩ ତାରିଖ ମାସର ଦ୍ୱିତୀୟ ଶନିବାର ପାଇଁ ବି ବ୍ୟାଙ୍କ ବନ୍ଦ ରହିବ । ୧୪ ତାରିଖ ରବିବାର ପାଇଁ ବ୍ୟାଙ୍କ ବନ୍ଦ । ୧୫ ମାର୍ଚ୍ଚ ଦିନ କିଛି ବ୍ୟାଙ୍କ ୟୁନିୟନ ଆନ୍ଦୋଳନକୁ ଉହ୍ଲାଇବାକୁ ଘୋଷଣା କରିଥିବାରୁ ଏହି ଦିନ ବି କିଛି ବ୍ୟାଙ୍କ ବନ୍ଦ ରହିବ । ପୁଣି ମାର୍ଚ୍ଚ ୨୧ ତାରିଖ ରବିବାର ପଡୁଥିବାରୁ ବ୍ୟାଙ୍କ ବନ୍ଦ । ୨୨ ମାର୍ଚ୍ଚ ବିହାର ଦିବସ ପାଳନ ଅବସରରେ କେବଳ ବିହାରରେ ଦୁଇଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ । ୨୭ ମାର୍ଚ୍ଚ ମାସର ଚତୁର୍ଥ ଶନିବାର ପଡୁଥିବାରୁ ଏହିଦିନ ପୁରା ଦେଶରେ ବ୍ୟାଙ୍କ ବନ୍ଦ ରହିବ । ସେହିଭଳି ୨୮ ମାର୍ଚ୍ଚ ରବିବାର ପାଇଁ ସାଧାରଣ ଭାବେ ବ୍ୟାଙ୍କ ବନ୍ଦ । ଅନ୍ୟପଟେ ୨୯ ଓ ୩୦ ମାର୍ଚ୍ଚ ହୋଲି ପାଇଁ ଦୁଇଦିନ ବ୍ୟାଙ୍କ ବନ୍ଦ ରହିବ ।

ଗୋଟିଏ ମାସରେ ୧୧ ଦିନ ବ୍ୟାଙ୍କ ବନ୍ଦ ରହିବ ତାହା ପୁଣି ଆର୍ଥିକ ବର୍ଷ ଶେଷ ମାର୍ଚ୍ଚ ମାସ । ତେଣୁ ମାତ୍ର ୨୦ ଦିନ ବ୍ୟାଙ୍କ ଖୋଲା ରହୁଥିବାରୁ ବ୍ୟାଙ୍କ ନିଶ୍ଚିନ୍ତ ଭାବେ ଭିଡ ରହିବ । ଏହାକୁ ଦୃଷ୍ଟିରେ ରଖି ଆପଣ ଆପଣଙ୍କ ବ୍ୟାଙ୍କ ସମ୍ବୋନ୍ଧିତ କୌଣସି ବି କାର୍ଯ୍ୟ ଶୀଘ୍ର ସାରିନେଲେ ଭବିଷ୍ୟତରେ ଅସବୁିଧାରୁ ରକ୍ଷା ପାଇଯିବେ ।