କରୋନା କାଳରେ କେନ୍ଦ୍ରର କଡା ନିର୍ଦ୍ଦେଶ: ଏଣିକି ମନଇଚ୍ଛା କରିପାରିବେ ଡିଜିଟାଲ୍ କାରବାର…ଟ୍ରାନଜାକ୍ସନ ଉପରେ ଆଉ ଲାଗିବନି ଚାର୍ଜ ! ଆର୍ଥିକ ଦେଣନେଣରେ ଗ୍ରାହକଙ୍କୁ ଏବେ ଆଉ ଦେବାକୁ ପଡିବନି କୌଣସି ବି ଟ୍ୟାକ୍ସ

ଚାର୍ଜ ଆଳରେ ପଇସା କାଟିଲେ ବ୍ୟାଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ !

304

କନକ ବ୍ୟୁରୋ: ଗ୍ରାହକଙ୍କ ପାଇଁ ବଡ ଖବର । ଏଣିକି ମନଇଚ୍ଛା କରିପାରିବେ ଡିଜିଟାଲ ଟ୍ରାନଜାକ୍ସନ । କାହିଁକି ନା ଅନଲାଇନ କାରବାର  ଉପରେ ଲାଗୁଥିବା ଚାର୍ଜ ଉପରେ କଟକଣା ଲଗାଇଛନ୍ତି ଭାରତ ସରକାର । ଦେଶରେ ଡିଜିଟାଲ ଟ୍ରାନଜାକ୍ସନ ପାଇଁ ଲାଗୁଥିବା  ମର୍ଚେଂଟ ଡିସକାଉଂଟ ରେଟ୍ ବା ଚାର୍ଜକୁ ସମାପ୍ତ କରିଛନ୍ତି କେନ୍ଦ୍ର ସରକାର । ସବୁଠୁ ବଡ କଥା ହେଉଛି କି, ଯଦି କୌଣସି ବ୍ୟାଙ୍କ ଆପଣ କରୁଥିବା ଡିଜିଟାଲ କାରବାର ଉପରେ ଏମଡିଆର ଚାର୍ଜ କିମ୍ବା ଅନ୍ୟ କୌଣସି ଫିସ୍ ଆଦାୟ କରନ୍ତୁ ତେବେ ସରକାର ସଂପୃକ୍ତ ବ୍ୟାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି  ।

ବ୍ୟାଙ୍କମାନକୁ ସିବିଡିଟିର ନିର୍ଦ୍ଦେଶ

ସେଂଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସେସନ ପକ୍ଷରୁ ବ୍ୟାଙ୍କମାନଙ୍କ ପାଇଁ ଏକ ସର୍କୁଲାର ଜାରି କରାଯାଇଛି । ଏବଂ  ସିବିଜିଟିର ଏହି ନୂଆ ନିର୍ଦ୍ଦେଶନାମା ଅନୁସାରେ, ଗ୍ରାହକଙ୍କ କୌଣସି ବି ଡିଜିଟାଲ ଟ୍ରାନଜାକ୍ସନ ଉପରେ ଏମଡିଆର କିମ୍ବା ଅନ୍ୟ କୌଣସି ଆର୍ଥିକ କାରାବାର ଉପରେ ଆଦାୟ କରିପାରିବେ ନାହିଁ ବ୍ୟାଙ୍କ । ଏଥିସହିତ ଇଲେକ୍ଟୋନିକ୍ ମୋଡ ଜରିଆରେ କରାଯାଉଥିବା ପେମେଂଟ ଉପରେ ଏମଡିଆର ସମେତ ଅନ୍ୟ କୌଣସି ବି ଚାର୍ଜ ଆଦାୟ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ୟୁପିଆଇ ସହାୟତାରେ କରାଯାଉଥିବା ପେମେଂଟ ପାଇଁ କିଛି ବ୍ୟାଙ୍କ ପକ୍ଷରୁ ଏକ ନିର୍ଧାରିତ ଲିମିଟ୍ ଟ୍ରାନଜାକ୍ସନ ପରେ ଗ୍ରାହକଙ୍କଠାରୁ ଚାର୍ଜ ଆଦାୟ କରାଯାଉଛି । ଯାହାକି ଆଇନ ସମ୍ମତ ନୁହେଁ , ଏଥିପାଇଁ ସଂପୃକ୍ତ ବ୍ୟାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହକ କରାଯିବା ନେଇ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏମଡିଆର ଚାର୍ଜ  ହେଉଛି, ଏକ ପ୍ରକାର ଫିସ୍ ଯାହା ଦୋକାନୀ ଆପଣଙ୍କ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ତଥା ଅନ୍ୟ କୌଣସି ଡିଜିଟାଲ ପେମେଂଟ  ଉପରେ ଆଦାୟ କରିଥାନ୍ତି । ସିଧା ଭାଷାରେ କହିଲେ ଏହା ଡେବିଟ୍ କିମ୍ବା କ୍ରେଡିଟ କାର୍ଡରୁ ପେମେଂଟ ସେବା ଉପରେ ଲାଗୁ କରାଯାଉଥିବା ଏକ ପ୍ରକାର ଫି୍ ।